ଆଦିବାସୀ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ କିସ୍ ଓ ନୱା ମଧ୍ୟରେ ଏମଓୟୁ ସ୍ୱାକ୍ଷର

ନାଭି ୱେଲଫାୟାର ଓ ୱେଲ୍‍ନେସ୍‍ ଆସୋସିଏସନ (ନୱା) ଓ କଲିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍) ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁସ୍ଥତା ତଥା କଲ୍ୟାଣ ପାଇଁ ଏକ ଏମଓୟୁ ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ଅନୁଯାୟୀ କିସ୍ ଚଳିତ ଶିକ୍ଷାବର୍ଷରୁ ନୌସେନା ପରିବାର ପାଇଁ କିଟ୍ (KIIT)ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରିବ ।

କିସ୍ ଓ ନୱା

କିସ୍ ଓ ନୱା

  • Share this:
News 18 Odia Digital

ଭୁବନେଶ୍ୱର:  ନାଭି ୱେଲଫାୟାର ଓ ୱେଲ୍‍ନେସ୍‍ ଆସୋସିଏସନ (ନୱା) ଓ କଲିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍) ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁସ୍ଥତା ତଥା କଲ୍ୟାଣ ପାଇଁ ଏକ ଏମଓୟୁ ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ଅନୁଯାୟୀ କିସ୍ ଚଳିତ ଶିକ୍ଷାବର୍ଷରୁ ନୌସେନା ପରିବାର ପାଇଁ କିଟ୍ (KIIT)ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରିବ।

ଉଭୟ କିସ୍‍ ଓ ନୱା ମିଳିତ ଭାବେ ଜନଜାତି କନ୍ୟାଶିଶୁଙ୍କ କଲ୍ୟାଣ, ଆତ୍ମନିର୍ଭରତା, ମହିଳା ସଶକ୍ତିକରଣ, ଶୈକ୍ଷିକ ବିନିମୟ କାର୍ଯ୍ୟକ୍ରମ ଆଦିର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବେ । କିସ୍‍ର ଜନଜାତି ଛାତ୍ରଛାତ୍ରୀଙ୍କ କଲ୍ୟାଣ ଓ ଆକାଂକ୍ଷାର ପ୍ରୋତ୍ସାହନ ନିମନ୍ତେ ନୱା ଆବଶ୍ୟକ ସହାୟତା ଯୋଗାଇଦେବ ।

ଜନତାଙ୍କ ସୁସ୍ଥତା ତଥା କଲ୍ୟାଣ ପାଇଁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ ହୋଇଥିବା ଯୋଜନାଗୁଡିକ ପାଇଁ ଡକ୍ଟର ସାମନ୍ତ ଶ୍ରୀ କୁମାରଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଶିକ୍ଷା ହେଉଛି ଶିଶୁର ତୃତୀୟ ନୟନ । ଶିକ୍ଷା ହେଉଛି ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶର ମୂଳ ଆଧାର । ଶ୍ରମତୀ ହରି କୁମାର କହିଥିଲ ଯେ କିସ୍‍ ଭଳି ଏକ ବିଶ୍ୱ ପ୍ରସିଦ୍ଧ ଅନୁଷ୍ଠାନ ସହ ମିଶି କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ନୱା ପାଇଁ ଏହା ଗୌରବର ବିଷୟ ।

ଏହି ଅବସରରେ ପ୍ରଫେସର ସସମିତା ସାମନ୍ତ, ମଧ୍ୟ ଉପସ୍ଥିତ ଥିଲେ ଏବଂ କହିଥିଲେ କି ଉଭୟ କିସ୍ ଏବଂ ନୱା ମିଳିତ ଭାବେ ଆଦିବାସୀ ଝିଅମାନଙ୍କର କଲ୍ୟାଣ ତଥା ସୁସ୍ଥତା ପାଇଁ କାର୍ଯ୍ୟ କରିବେ ଏବଂ ମହିଳା ସଶକ୍ତିକରଣ ତଥା ଆତ୍ମନିର୍ଭରଶୀଳତା ଦିଗରେ କାର୍ଯ୍ୟ କରିବେ ।
Published by:Soumyashree Mishra
First published: