News18 Odia Digital
ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଜନୈକ ଯୁବକ କୀର୍ତ୍ତିରଞ୍ଜନଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇଁବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା କୃତ୍ରିମ ଅଙ୍ଗ । ସୂଚନା ଯୋଗ୍ୟ, କଟକ ଜିଲ୍ଲା ବିଡ଼ାନାଶୀ ଅଞ୍ଚଳର ବାସିନ୍ଦା ୩୪ ବର୍ଷିୟ କୀର୍ତ୍ତିରଞ୍ଜନ ଦେବତା ୨୦୨୦ ମସିହା ଡିସେମ୍ବର ୫ତାରିଖରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ ତାଙ୍କ ଡାହାଣ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ ଓ ତାଙ୍କ ଗୋଡ଼ର ହାଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଡାକ୍ତର ଗୋଡ଼ କାଟିବା ପାଇଁ ପରାମର୍ଶ ଦେଇଥିଲେ ।
ଗତ ୨୦୨୦ ମସିହା ଡିସେମ୍ବର ୧୧ ତାରିଖରେ ତାଙ୍କ ଡାହାଣ ଗୋଡ଼ର ଆଣ୍ଠୁ ଉପର ଭାଗରୁ ସମ୍ପୂର୍ଣ୍ଣ କଟା ହୋଇଯାଇଥିଲା । ସେ କେବେହେଲେ କୃତ୍ରିମ ଗୋଡ଼ର ବ୍ୟବହାର କରିନଥିଲେ ଓ ତାଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ସେ ବିଜୁ ଜନତା ଦଳର କଟକ ସହର ଉପସଭାପତି ଶ୍ରୀ ଗଦାଧର ସାହୁଙ୍କୁ ଅନୁରୋଧ କରିଥିଲେ ।
ଶ୍ରୀ ସାହୁ ଏ ସମ୍ପର୍କରେ କଟକ ସହର ଜୀବନବିନ୍ଦୁ ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଡଃ ବିଶ୍ଵାଳ ଓଡ଼ିଶା ମୋ ପରିବାରକୁ ଜଣାଇବା ପରେ ମାମଲାରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି କୀର୍ତ୍ତିରଞ୍ଜନଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା (ଓଡ଼ିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ, କଟକ ସହର ଜୀବନ ବିନ୍ଦୁ ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳ, ଜଗତଜ୍ୟୋତି ପଟ୍ଟନାୟକ ଓ ବିକ୍ରମ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜୀବନରେ ଆଗକୁ ବଢିବା ପାଇଁ କୀର୍ତ୍ତିଙ୍କୁ ଉତ୍ସାହିତ କରିଥିଲେ ।
କୃତ୍ରିମ ଗୋଡ଼ ପାଇବା ପରେ କୀର୍ତ୍ତିରଞ୍ଜନଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା ଏବଂ କୃତ୍ରିମ ଗୋଡ଼ରେ ଚାଲିବା ପରେ ସେ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଥିଲେ । ଓଡ଼ିଶା ମୋ ପରିବାରକୁ ଏଭଳି ସ୍ଥିତିରେ ଯାହାକୁ ସବୁ ମହଲରେ ପ୍ରଂଶସା କରାଯାଉଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।