୧୨ ଫୁଟ୍ ଲମ୍ବା ଅହିରାଜ ସାପର ସଫଳ ଅପରେସନ୍ କରାଗଲା OUATରେ; ପଞ୍ଜରା ହାଡ଼ ଭାଙ୍ଗିଥିଲା

King cobra snake’s surgery conducted successfully at OUAT Bhubaneswar | ଘଣ୍ଟାଏ ଧରି ପାଞ୍ଚ-ଜଣିଆ ଡାକ୍ତରୀ ଟିମ୍ ଅହିରାଜ ସାପର ସର୍ଜରୀ କରିଥିଲେ । ପ୍ରଥମେ ଏକ୍ସ-ରେ କରିବା ପରେ ଡାକ୍ତରମାନେ ନିଶ୍ଚିତ ହୋଇଥିଲେ ଯେ ସାପଟିର ପଞ୍ଜରାରେ ମାଡ଼ ହୋଇଛି ଓ ତା’ର ଚାରିଟି ପଞ୍ଜରା ହାଡ଼ ଭାଙ୍ଗି ଯାଇଛି ।

ଆହତ ଅହିରାଜ ସାପକୁ ଉଦ୍ଧାର (ଡାହାଣ) କରିବା ପରେ ତା’ର ସର୍ଜରୀ (ବାମ) କରାଯାଇଥିଲା ।

ଆହତ ଅହିରାଜ ସାପକୁ ଉଦ୍ଧାର (ଡାହାଣ) କରିବା ପରେ ତା’ର ସର୍ଜରୀ (ବାମ) କରାଯାଇଥିଲା ।

  • Share this:
News18 Odia Digital

ଭୁବନେଶ୍ୱର: ନିଜ ଅଣ୍ଟାରେ ଗୁରୁତର ଆଘାତ ଲାଗିବାରୁ କଷ୍ଟ ପାଉଥିବା ଏକ ୧୨ ଫୁଟ୍‌ ଲମ୍ବା ଅହିରାଜ ସାପର ସଫଳ ଅପରେସନ୍ କରାଯାଇଛି ଭୁବନେଶ୍ୱର ଓ.ୟୁ.ଏ.ଟିର ଭେଟିନାରୀ କଲେଜରେ । ଏକ୍ସ-ରେ କରିବା ପରେ ଜଣା ପଡି଼ଥିଲା ଯେ ସାପଟିର ଚାରିଟି ପଞ୍ଜରା ହାଡ଼ ଭାଙ୍ଗିଯାଇଛି । ଓ.ୟୁ.ଏ.ଟି. ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଘଣ୍ଟାଏ ଧରି ଅପରେସନ୍ କରିବା ପରେ ସାପଟି ସୁସ୍ଥ ହୋଇଛି ଓ ଘୂରି ବୁଲିବାରେ ସକ୍ଷମ ହୋଇଛି ।

୨୪ ତାରିଖ ଦିନ ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ନିକଟରେ ଥିବା ନାଭାଲ୍‌ ବେସ ଭିତରୁ ଏହି ଅହିରାଜକୁ ଉଦ୍ଧାର କରିଥିଲା ସ୍ନେକ୍‌ ହେଲ୍ପଲାଇନ୍ । ରିଙ୍କୁ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରୁ ଏହି ସାପକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ସମୟରେ ସାପର ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଫଳରେ ଅହିରାଜ ଘୁସୁଡିବାକୁ ବି ସକ୍ଷମ ହୋଇ ପାରୁ ନ ଥିଲା । ସ୍ନେକ୍‌ ହେଲ୍ପଲାଇନକୁ ଖବର ଦିଆଯିବା ପରେ ସେମାନେ ଆସି ଆହତ ଅହିରାଜକୁ ଉଦ୍ଧାର କରି ଚିକିତ୍ସା ପାଇଁ ଓ.ୟୁ.ଏ.ଟି.ରେ ଭର୍ତ୍ତି କରାଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଅଭିନେତ୍ରୀ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; କହିଲେ ‘‘ସେ ଆଘାତ ସବୁ ଦିନ ରହିବ’’

“ଅହିରାଜକୁ ଉଦ୍ଧାର କରିବା ସମୟରେ ସେ ରାଗରେ ଚୋଟ ମାରିବାକୁ ଉଦ୍ୟମ କରିଥିଲା । ଆମର ଛଅ ଜଣ ସଦସ୍ୟ ସାପଟିକୁ ଦୀର୍ଘ ସମୟ ଧରି ଉଦ୍ଧାର କରିବାକୁ ଚେଷ୍ଟା କରିବା ପରେ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲା । ଉଦ୍ଧାର ବେଳେ ସାପଟି ଦୁଇଟି କାନ୍ଥ ଭିତରେ ଚାପି ହୋଇ ରହିଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଅହିରାଜ ସେହି ସ୍ଥାନକୁ ଯାଇଥିବା ସନ୍ଦେହ କରାଯାଉଛି,” କହିଛନ୍ତି ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ।

ଅନ୍ୟ ବିଷଧର ସାପ ଅପେକ୍ଷା ଅହିରାଜ ସାପର ବିଷ ଅତି ଭୟଙ୍କର ବୋଲି କହିଛି ହେଲପଲାଇନ୍ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

ଅହିରାଜ ସାପଟି ଦୁଇଟି କାନ୍ଥ ଭିତରେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ ସାପ ଉପରକୁ ଟେକା ପଥର ଫୋପାଡି଼ଥିଲେ । ସାପଟିର ଅଣ୍ଟାରେ ପଥର ବାଜିବାରୁ ସେ ଆହତ ହୋଇଥିଲା । ରବିବାର ଦିସ ସାପଟିକୁ ଓ.ୟୁ.ଏ.ଟି.ରେ ଭର୍ତ୍ତି କରାଯାଇଥିଲା ଓ ସୋମବାର ତା’ର ସର୍ଜରୀ କରାଯାଇଥିଲା ବୋଲି ସ୍ନେକ୍‌ ହେଲ୍ପଲାଇନ୍ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା

‘‘ପ୍ରଥମେ ଏକ୍ସ-ରେ କରିବା ପରେ ଆମେ ନିଶ୍ଚିତ ହୋଇଥିଲୁ ଯେ ସାପଟିର ପଞ୍ଜରାରେ ମାଡ଼ ହୋଇଛି । ତା’ର ଚାରିଟି ହାଡ଼ ଭାଙ୍ଗି ଯାଇଛି । ଘଣ୍ଟାଏ ଧରି ଆମର ପାଞ୍ଚ-ଜଣିଆ ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲୁ । ମେଡିସିନ ଦେବା ପରେ ଅହିରାଜ ଫଣା ଟେକିଥିଲା । ଏବେ ୪୮ ଘଣ୍ଟା ପାଇଁ ତାକୁ ଅବଜରଭେସନରେ ରଖାଯାଇଛି । ତା’ର ଆଘାତ ଲାଗିଥିବା ପଞ୍ଜରାରେ ପ୍ଲାଷ୍ଟର କରିବା ପରେ ତା’ର ସୁସ୍ଥତା ନେଇ ସ୍ପଷ୍ଟ ଜଣାପଡ଼ିବ,” କହିଛନ୍ତି ଓ.ୟୁ.ଏ.ଟି.ର ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ।

ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ଚିକିତ୍ସାଧୀନ ଅହିରାଜର ଲମ୍ବ ୧୨ ଫୁଟ୍‌ । ତା’ ବୟସ ତିନି ବର୍ଷ ହେବ ବୋଲି ସ୍ନେକ୍‌ ହେଲ୍ପ ଲାଇନ୍ ପକ୍ଷରୁ କୁହାଯାଇଛି । ଅନ୍ୟ ବିଷଧର ସାପ ଅପେକ୍ଷା ଅହିରାଜ ସାପର ବିଷ ଅତି ଭୟଙ୍କର ବୋଲି କହିଛି ହେଲପଲାଇନ୍ । ଅହିରାଜର ଚୋଟ ପାଇଁ କୌଣସି ଔଷଧ ନାହିଁ । ତେଣୁ ଅହିରାଜ ସାପ କାମୁଡିଲେ ମଣିଷ ବା ଅନ୍ୟ ପ୍ରାଣୀର ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼େ ।
Published by:Anand S.T. Das
First published: