କିଟ୍ +୨ ବିଜ୍ଞାନ ଛାତ୍ରକୁ କେନ୍ଦୁଝରରେ ପଥରରେ ଛେଚି, ତା’ ଲିଙ୍ଗ କାଟି ହତ୍ୟା କଲେ ଦୁର୍ବୃତ୍ତ

ମନୋଜ ଲକଡାଉନ୍ ପୂର୍ବରୁ ଘରକୁ ଆସିଥିଲା ଓ ତା’ର କୌଣସି ପ୍ରେମ ପ୍ରସଙ୍ଗ ବା କାହା ସହିତ ବିବାଦ ନ ଥିଲା ବୋଲି କହିଛନ୍ତି ତା’ ମାଆ । କିଛି ଲୋକ ମଦ ପିଇବା ପରେ ମନୋଜକୁ ହତ୍ୟା କରିଥିବା ସନ୍ଦେହ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

କିଟ୍ +୨ ବିଜ୍ଞାନ ଛାତ୍ରକୁ କେନ୍ଦୁଝରରେ ପଥରରେ ଛେଚି, ତା’ ଲିଙ୍ଗ କାଟି ହତ୍ୟା କଲେ ଦୁର୍ବୃତ୍ତ
ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
  • News18 Odia
  • Last Updated: July 22, 2020, 11:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେନ୍ଦୁଝର: ଭୁବନେଶ୍ୱରର କିଟରେ (KIIT) ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଛାତ୍ର କେନ୍ଦୁଝରରେ ତା’ ଘରକୁ ଯାଇଥିବା ବେଳେ ସେଠାରେ କିଛି ଦୁର୍ବୃତ୍ତ ତାକୁ ଅତି ନିର୍ମମଭାବେ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଭୟର ପରିବେଶ ସୃଷ୍ଟି ହୋଇଛି ।

ମନୋଜ ପ୍ରଧାନ ନାମକ ଛାତ୍ରଟିର ଶବ ଉପରରାଇଗୋଡ଼ା ଗାଁରେ ତା’ ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ପାହାଡ଼ିଆ ସ୍ଥାନରେ ଗୋଟେ ଝରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମନୋଜ ଗତ କାଲି ଦ୍ୱିପହରେ ମୋଟର ସାଇକେଲ୍‌ ନେଇ ସେହି ଝରଣାକୁ ଗାଧୋଇବାକୁ ଆସିଥିଲା, ହେଲେ ଆଉ ଘରକୁ ଫେରି ନ ଥିଲା । ତା’ ପରିବାର ଲୋକେ ଅପରାହ୍ଣ ଠାରୁ ଆରମ୍ଭ କରି ରାତି ସାରା ବହୁତ ଖୋଜିବା ପରେ ସକାଳେ ତା’ର ମୃତ ଦେହ ଝରଣା ପାଣିରେ ପଡ଼ିଥିବା ଦେଖିଥିଲେ ।

‘‘ମୋ’ ପୁଅକୁ ଅତି ନିର୍ମମ ଭାବେ କେହି ହତ୍ୟା କରିଛି । ପାଖ ପ୍ଲାଣ୍ଟରେ ଗାଡ଼ି ଚାଳନାକୁ ନେଇ ମୋ’ର କିଛି ଲୋକଙ୍କ ସହିତ ବିବାଦ ଚାଲୁଛି, ହେଲେ ସେଥିରେ ମୋ’ ପୁଅର କିଛି ନ ଥିଲା । ପାଖରେ ମଦ ପିଇ କେତେକ ଲୋକ ତାକୁ ହତ୍ୟା କରିଛନ୍ତି । ତା’ ମଥାର ପଛ ପଟେ, ଛାତିରେ ଓ ଶରୀରର ଅନ୍ୟ ସ୍ଥାନରେ ପଥରରେ ଛେଚି ତାକୁ ହତ୍ୟା କରାଯାଇଛି । ଏପରିକି ହତ୍ୟାକାରୀମାନେ ତା’ ଲିଙ୍ଗକୁ କାଟିଦେଇଛନ୍ତି,’’ କାନ୍ଦି କାନ୍ଦି କହିଛନ୍ତି ମୃତ ଛାତ୍ର ମନୋଜର ବାପା ନବୀନ କିଶୋର ପ୍ରଧାନ ।

ଶବ ମିଳିବା ପରେ ଶୋକାକୁଳ ଗ୍ରାମବାସୀମାନେ ।


ସେହି ସ୍ଥାନରେ କିଛି ଲୋକ ମଦ ପିଇବା ପରେ ମନୋଜକୁ ହତ୍ୟା କରିଥିବା ସନ୍ଦେହ ପ୍ରକାଶ କରିଛନ୍ତି ନବୀନ ଓ ସେଠାକାର ସରପଞ୍ଚ ରାଧାକାନ୍ତ ଦେହୁରୀ । ‘‘ଏଇଠି ମଦ ପିଇ ସେମାନେ ତାକୁ ହତ୍ୟା କରିଛନ୍ତି । ମଦ ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ । ମୋ’ ପୁଅକୁ ନ୍ୟାୟ ମିଳିବା ଉଚିତ । ଏଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଁ ସରକାରଙ୍କୁ ନିବେଦନ କରୁଛି,’’ କହିଛନ୍ତି ମନୋଜର ବାପା ନବୀନ ।

ମନୋଜର ବାପା ନବୀନ ପ୍ରଧାନ କାନ୍ଦୁଛନ୍ତି ।


ଶବର କ୍ଷତବିକ୍ଷତ ଅବସ୍ଥା ଓ କ୍ଷତଗୁଡ଼ିକୁ ଦେଖିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି । ମନୋଜର ମାଆ କହିଛନ୍ତି ଯେ ମନୋଜ ଲକଡାଉନ୍‌ ପୂର୍ବରୁ ଘରକୁ ଆସିଥିଲା ଓ ତା’ର କୌଣସି ପ୍ରେମ ପ୍ରସଙ୍ଗ ବା କାହା ସହିତ ବିବାଦ ନ ଥିଲା ।

ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପତ୍ନୀ ଜଣେ ସ୍ପୋର୍ଟ୍ସ ମ୍ୟାନେଜର, ସ୍ୱାମୀଙ୍କ ଟୁର୍ ବି ମ୍ୟାନେଜ୍ କରନ୍ତି

ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ସରପଞ୍ଚ ରାଧାକାନ୍ତ ଦେହୁରୀ କହିଛନ୍ତି, ‘‘ସେ ପିଲାଟି ଶାନ୍ତଶିଷ୍ଟ ଥିଲା ଓ ପାଠପଢ଼ାରେ ମନ ଲଗାଉଥିଲା । ତାକୁ ତା’ ବାପାଙ୍କ ସହ ଚାଲିଥିବା ବିବାଦ ଯୋଗୁଁ ଏ ପ୍ରକାର ହତ୍ୟା କରିବା ଖୁବ୍‌ କଷ୍ଟ ଦେଉଛି ଆମ ସମସ୍ତଙ୍କୁ । ଏ ଘଟଣାର ସିବିଆଇ ତଦନ୍ତ କରାଯାଉ ।’’
Published by: Anand Shankar Thankur Das
First published: July 22, 2020, 11:23 PM IST
corona virus btn
corona virus btn
Loading