• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଲା ଯୋଜନା 'ଖୁସି'; ପୁରୀରେ ଖୋଲିଲା ଦିବ୍ୟାଙ୍ଗ ଦ୍ୱାରା ପରିଚାଳିତ କ୍ୟାଣ୍ଟିନ

ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଲା ଯୋଜନା 'ଖୁସି'; ପୁରୀରେ ଖୋଲିଲା ଦିବ୍ୟାଙ୍ଗ ଦ୍ୱାରା ପରିଚାଳିତ କ୍ୟାଣ୍ଟିନ

ପୁରୀ ଜିଲ୍ଲାପାଳଙ୍କ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ଆତ୍ମତ୍ନିର୍ଭରଶୀଳ କରିବା ପାଇଁ ଆରମ୍ଭ ହୋଇଛି ଖୁସି ଯୋଜନା। ଓଡ଼ିଶାର ପ୍ରଥମ ଦିବ୍ୟାଙ୍ଗ ପରିଚାଳିତ କଲେକ୍ଟେରେଟ କ୍ୟାଣ୍ଟିନ ''ଚଟଣି'' ଶୁଭାରମ୍ଭ କରାଯାଇଛି।

ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଲା ଯୋଜନା 'ଖୁସି' (ପ୍ରତୀକାତ୍ମକ ଛବି)

ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଲା ଯୋଜନା 'ଖୁସି' (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ଦ୍ଵାରା ଆରମ୍ଭ ହୋଇଥିବା ଖୁସି ଯୋଜନା ମାଧ୍ୟମରେ ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଭିନ୍ନକ୍ଷମ ପରିଚାଳିତ କଲେକ୍ଟରେଟ କ୍ୟାଣ୍ଟିନ ଚଟଣୀ । ଭିନ୍ନକ୍ଷମମାନଙ୍କୁ ଜୀବନ ଜୀବିକା ଯୋଗାଇ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ହୋଇଛି ଆରମ୍ଭ ହୋଇଛି ଏହି ଯୋଜନା।

"ପୁରୀ ଜିଲ୍ଲାପାଳଙ୍କ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ଆତ୍ମତ୍ନିର୍ଭରଶୀଳ କରିବା ପାଇଁ ଆରମ୍ଭ ହୋଇଛି ଖୁସି ଯୋଜନା। ପୂର୍ବରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ 5t ବିଭାଗରେ କିଛି ଦିବ୍ୟାଙ୍ଗ ଶିକ୍ଷିତ ଯୁବତୀଙ୍କୁ କର୍ମନିଯୁକ୍ତି ମିଳିଛି । ସେପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ଓଡ଼ିଶାର ପ୍ରଥମ ଦିବ୍ୟାଙ୍ଗ ପରିଚାଳିତ କଲେକ୍ଟେରେଟ କ୍ୟାଣ୍ଟିନ ''ଚଟଣି'' ଶୁଭାରମ୍ଭ କରାଯାଇଛି।  ଏହି ଅବସରରେ ଜିଲ୍ଲାପାଳ କ୍ୟାଣ୍ଟିନରେ  ଖୁସି ଯୋଜନାର ଲୋଗୋ ମଧ୍ୟ ଉନ୍ମୋଚନ କରାଯାଇଛି। ଏହି ଯୋଜନା ଦ୍ୱାରା ପୁରୀ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା  ପ୍ରାୟ ଦଶରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ସ୍ଵଛଳ ହୋଇପାରିବେ। ଆଉ ପୁରୀ ଆଜି ଓଡ଼ିଶାରେ ଏଭଳି ଏକ ଆଦର୍ଶ ହୋଇପାରିଛି,"କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ଏହା ଏକ ସମ୍ପୂର୍ଣ୍ଣ ନିରାମିଷ କ୍ୟାଣ୍ଟିନ ହୋଇଥିବାରୁ ଏହାକୁ ଦିବ୍ୟାଙ୍ଗମାନଙ୍କୁ ପରିଚାଳନା ପାଇଁ ଦିଆଯିବା ନେଇ ନିଷ୍ପତ୍ତି ପରେ ପୁରୀର ଦିବ୍ୟାଙ୍ଗକୁ ନେଇ ଗଠିତ ବାବା ଏକାମ୍ବ୍ରେଶ୍ୱେର ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏ ନେଇ ପ୍ରସ୍ତାବ ଦିଆଯାଇଥିଲା । ଆଉ ସେମାନେ ଖୁସି ଅନୁଭବ କରିବା ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା କଲେକ୍ଟେରେଟ କ୍ୟାଣ୍ଟିନ ଭୋଜନାଳୟରେ ପ୍ରାୟ ୧୦ ଜଣ ଦିବ୍ୟାଙ୍ଗମାନେ ନିୟୋଜିତ ହୋଇ ବେଶ ଖୁସି ଅଛନ୍ତି," କହିଛନ୍ତି ଖୁସି ଯୋଜନାର ପରାମର୍ଶଦାତା ସିଦ୍ଧାର୍ଥ ରାୟ।

"ଆମ କ୍ୟାଣ୍ଟିନ ସମ୍ପୂର୍ଣ୍ଣ ନିରାମିଷ ଭୋଜନାଳୟ "ଚଟଣୀ"ର ଖାଦ୍ୟପେୟ ବଜାର ଦର ଠାରୁ କମ ରହିଛି । ସରକାରୀ କର୍ମଚାରୀ ହୁଅନ୍ତୁ ବା ବାହାର ବ୍ୟକ୍ତି ସମସ୍ତଙ୍କ ପାଇଁ ଏହି କ୍ୟାଣ୍ଟିନରେ ଖାଇ ପାରିବେ। ଆଉ ଏହି କ୍ୟାଣ୍ଟିନକୁ ଦିବ୍ୟାଙ୍ଗ ସଂଘକୁ ପରିଚାଳନା ପାଇଁ ଦିଆଯାଇଥିବା ବେଳେ ସେମାନେ ଏଭଳି ଏକ ସେବା ପାଇଥିବାରୁ ଖୁସି ଅନୁଭବ  କରିଛନ୍ତି। ଆଉ ଜିଲ୍ଲା ପ୍ରଶାସନର ଏଭଳି ଏକ ଦିବ୍ୟାଙ୍ଗଙ୍କ ପାଇଁ ପଦକ୍ଷେପ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିପାରିଛି।ଦିବ୍ୟାଙ୍ଗମାନେ ମଧ୍ୟ କୌଣସି ଗୁଣରେ କମ ନୁହେଁ , ଆଉ ସମସ୍ତେ ନିଜକୁ ଛୋଟ ନ ଭାବି ସରକାରୀ ଯୋଜନାରେ ସାମିଲ ହୁଅନ୍ତୁ । ଆଉ ଅନ୍ୟ ଭିନ୍ନକ୍ଷମ ଭାଇଭଉଣୀଙ୍କ ପାଇଁ ଆମେ ଏକ ଆଦର୍ଶ ହୋଇପାରିଥିବାରୁ ତାହା ପାଇଁ ପ୍ରଶାସନକୁ ଧନ୍ୟବାଦ," କହିଛନ୍ତି ବାବା ଏକାମ୍ବ୍ରେଶ୍ୱେର ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀର ଆବାହକ ବାବା ଦାସ।
Published by:Soumya Das
First published: