ଖୋର୍ଦ୍ଧା: ଆରମ୍ଭ ହେଲା ରେଲୱେ ଟ୍ରାକ ପାଇଁ 'ରେଳ ସାଇକେଲ' ବ୍ୟବସ୍ତା

'ଜରୁରି ପରିସ୍ଥିତି ବ୍ୟତିତ ଯେଉଁ ସମୟରେ ଧାରଣାରେ ରେଳ ଚଳାଚଳ ବନ୍ଦ ଥିବ ଏବଂ ରେଳ ଧାରଣା ଏକ ନିର୍ଦ୍ଧିଷ୍ଟ ଦୁରତା ପର୍ଯ୍ୟନ୍ତ ସ୍ପଷ୍ଟ ଦେଖାଯାଉଥିବ ସେହିଭଳି ପରିସ୍ଥିତିରେ ଏହି ରେଳ ସାଇକେଲକୁ ବ୍ୟବହାର କରାଯିବ।'

ଖୋର୍ଦ୍ଧା: ଆରମ୍ଭ ହେଲା ରେଲୱେ ଟ୍ରାକ ପାଇଁ 'ରେଳ ସାଇକେଲ' ବ୍ୟବସ୍ତା
'ରେଳ ସାଇକେଲ'
  • News18 Odia
  • Last Updated: August 27, 2020, 5:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ରେଳ ଧାରଣା ବା ରେଲୱେ ଟ୍ରାକରେ କେବଳ ରେଳଗାଡ଼ି ହିଁ ଚାଲିଥାଏ । ସିନେମାକୁ ଛାଡ଼ି ଦେଲେ ରେଳ ଧାରଣାରେ ଅନ୍ୟ କିଛି ଗାଡ଼ି ଗଡ଼ିବାର ଦୃଶ୍ୟ ବୋଧ ହୁଏ ଦେଖିବାକୁ ମିଳି ନ ଥାଏ। ରେଳ ଧାରଣା ଉପରେ ସାଇକେଲ ଗଡ଼ାଇବା ଭଳି ଏକ ଅଭିନବ ବ୍ୟବସ୍ଥା ରେଳବାଇ ଦ୍ୱାରା କରାଯାଇଛି । ଏହା ଆମୋଦ ପ୍ରମୋଦ କିମ୍ବା ଚିତ୍ତବିନୋଦନ ପାଇଁ ନୁହେଁ ବରଂ ରେଳ ଟ୍ରାକଗୁଡ଼ିକର ନିରୀକ୍ଷଣ, ପାଟ୍ରୋଲିଂ ତଥା ଜରୁରୀ ମରାମତି ପାଇଁ ତିଆରି କରାଯାଇଛି ।

ଖୋର୍ଦ୍ଧା ରୋଡ ଡ଼ିଭିଜନରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥାର ଓ ଏହାର ନାଁ ରଖାଯାଇଛି “ରେଳ ସାଇକେଲ”। ଏବଂ ଏହି ରେଳ ସାଇକେଲ ବ୍ୟବସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି । ଟ୍ରାକରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଶୀଘ୍ର ଯାତ୍ରା କରିବା ଉଦ୍ଦେଶ୍ୟରେ ହିଁ ରେଳବାଇ ଏହି ରେଳ ସାଇକେଲର ପରିକଳ୍ପନା କରିଛି । ଏହା ପୂର୍ବରୁ ଦେଶର କିଛି ସ୍ଥାନରେ ଏହି ରେଳବାଇ ଏହି ସାଇକେଲ ବ୍ୟବସ୍ଥା ପ୍ରଳଚନ କରିଥିବା ବେଳେ ଆଜି ଠାରୁ ଖୋର୍ଦ୍ଧା ଡିଭିଜନ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଏହି ଅଭିନବ ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି l

ଖୋର୍ଦ୍ଧା ରୋଡ଼ ଡିଭିଜନର ପର୍ମାନେଣ୍ଟ ୱେ-ୟୁନିଟ ଦ୍ୱାରା ନିଜସ୍ୱ ପ୍ରଚେଷ୍ଟାରେ ପ୍ରସ୍ତୁତ ହୋଇଥିବା ଏହି ରେଳ ସାଇକଲ ଘଣ୍ଟା ପ୍ରତି ୧୦ ରୁ ୧୫ କି.ମି ବେଗରେ ଧାଇଁପାରୁଛି । ବଡ଼ କଥା ହେଲା ଏହାକୁ ସାଇକେଲ ଠାରୁ ଖଣ୍ଡଖଣ୍ଡ କରି ଅଲଗା କରାଯାଇ ପାରିବ ଓ ପୁଣି ଏହାକୁ ଯୋଡ଼ା ଯାଇ ପାରିବ । ଏହି ସାଇକେଲକୁ ମୁଖ୍ୟତଃ ରେଳ ଟ୍ରାକର ନିରିକ୍ଷଣ ଦାୟୀତ୍ବରେ ଥିବା ଟ୍ରାକ୍‌ ମେଣ୍ଟେନର୍ ‌ମାନେ ବ୍ୟବହାର କରିବେ । ପୂର୍ବରୁ ଜଣେ ଟ୍ରାକ୍ ମେଣ୍ଟେନର୍ ‌ନିଜର ଡିୟୁଟିର ପୁରା ଆଠ ଘଣ୍ଟା ସମୟ ପାଦରେ ଚାଲିଚାଲି ଟ୍ରାକ୍‌ର ନିରୀକ୍ଷଣ କରୁଥିଲେ। ଏଥିପାଇଁ ସେମାନଙ୍କୁ ଗୋଟିଏ ଦିନରେ ନିଜ ଭାଗରେ ଥିବା ୪ କିଲୋମିଟର ବ୍ୟାପିଥିବା ରେଳ ଧାରଣାକୁ ବିଭିନ୍ନ ପର୍ଯାୟରେ ପ୍ରାୟ ୨୪ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲିକରି ଯିବାକୁ ପଡୁଥିଲା। ଏହି ସାଇକେଲଟି ଦ୍ବାରା ଜଣେ ଟ୍ରାକ୍ ମେଣ୍ଟେନର ମାତ୍ର ୪ ଘଣ୍ଟା ମଧ୍ୟରେ ନିଜର ଦୈନିକ ନିରୀକ୍ଷଣ କାର୍ଯ୍ୟ ଶେଷ କରିପାରିବେ ।

"କୌଣସି ଜରୁରି ପରିସ୍ଥିତିରେ କୌଣସି ଏକ ସ୍ଥାନରେ ପହଞ୍ଚିବାରେ ଯେଉଁ ବିଳମ୍ବ ହେଉଥିଲା ଏହି ସାଇକେଲଟି ଆସିବା ଦ୍ବାରା ତାହା ଆଉ ହେବ ନାହିଁ । ଏବେ ବହୁତ କମ ସମୟ ମଧ୍ୟରେ ଏହି ଟ୍ରାକ୍‌ ମେଣ୍ଟେନର୍ ‌ସେଠାରେ ପହଞ୍ଚି ପାରିବେ । ଫଳରେ ରେଳ ଧାରଣାରେ କୌଣସି ସମସ୍ୟା ଉପୁଜିଲେ ତାର ସମାଧନ ଅତିଶିଘ୍ର କରାଯିବ । ଏବଂ ରେଳ ଚଳାଚଳରେ ଆଉ ବାଧାପ୍ରାପ୍ତ ହେବ ନାହିଁ । ଏହି ସାଇକେଲକୁ ଚଲାଉଥିବା ଚାଳକ ଯେକୌଣସି ସ୍ଥାନରେ ଏହାକୁ ଏକାକି ଗୋଟିଏ ଟ୍ରାକ୍‌ରୁ ଆଉ ଏକ ଟ୍ରାକ୍‌କୁ ଅତି ସହଜାର ଟେକି ନେଇ ପାରିବେ । ଏଥିରେ ଜଣେ ବ୍ୟକ୍ତି ଚଲାଇ ପାରିବେ ଏବଂ ଅନ୍ୟଜଣେ ପଛରେ ବସି ମଧ୍ୟ ପାରିବେ," କହିଛନ୍ତି ସିନିୟର ସେକ୍ସନ ଇଞ୍ଜିନିୟର କିଶୋର ଚନ୍ଦ୍ର ମିଶ୍ର ।

ଏହି ରେଳ ସାଇକେଲ ବ୍ୟବସ୍ଥାଟି ସମ୍ପୂର୍ଣ୍ଣ ଗୋଟିଏ ୟୁନିଟ ଭଳି ପ୍ରସ୍ତୁତ କରାଯାଇଛି । ଯେଉଁଥିରେ କି ଏକ ସାଧାରଣ ସାଇକେଲକୁ ସ୍ବତନ୍ତ୍ର ରୂପ ଦିଆଯାଇଛି । ଏହି ସାଇକେଲଟିକୁ ରେଳଧାରଣା ଉପରେ ଛିଡ଼ା କରିବା ପାଇଁ ତିନିଟି ସ୍ପାର୍ଟରେ ବ୍ୟବହାର କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ପାର୍ଟ ତ୍ରିଭୁଜ ଆକାରରେ ରେଳ ଧାରଣାର ଦୁଇ ପଟକୁ ଲମ୍ବଛି । ଏବଂ ଅନ୍ୟ ସ୍ପାର୍ଟଟି ସାଇକେଲର ଆଗ ପଟେ ଧାରଣାକୁ ଲମ୍ବିଛି । ଏହାର ଦୁଇଟି ଯାକ ଏଣ୍ଡ୍‌ରେ ଡୋଲୀ ହୁଇଲ୍ ବ୍ୟବହାର କରାଯାଇଛି। ଫଳରେ ଏହି ସାଇକେଲଟି ନିଜର ଦୁଇଟି ଚକା ସହ ଦୁଇଟି ଡୋଲୀ ହୁଇଲ୍‌ ଜରିଆରେ ଟ୍ରାକରେ ଦୌଡୁଛି ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

"ମୁଁ ୧୫ ବର୍ଷ ଧରି ଟ୍ରାକ୍ ମେଣ୍ଟେନର ଭାବେ କାମ କରୁଛି । ଆଗରୁ ପାଦରେ ଚାଲିଚାଲି ରେଳ ଧାରଣା ନିରୀକ୍ଷଣ କରୁଥିଲି । ବେଳେ ବେଳେ କୌଣସି ସ୍ଥାନରେ ତୁରନ୍ତ ପହଞ୍ଚିବାକୁ ପଡୁଥିଲା । ସେହି ସୟମରେ ଚାଲିକରି ଯିବାକୁ ପଡ଼ୁଥିଲା ଓ ସେଥିରେ ଡେରି ବି ହେଉଥିଲା । ଏବେ କିନ୍ତୁ ଆଉ ଡ଼େରି ହେବ ନାହି ଆଉ ମୋତେ ବି ସୁବିଧା ହେଲା," କହିଛନ୍ତି କଟକ ରେଳ ଷ୍ଟେସନରେ କାମ କରୁଥିବା ଟ୍ରାକ ମେଣ୍ଟେନର ସୁମନ କୁମାର ।



ଖୋର୍ଦ୍ଧା ରୋଡ଼ ଡିଭିଜନ ଅଧିନରେ ଥିବା ୧୮ ଟିପିୱେ ୟୁନିଟ ମଧ୍ୟରୁ ୮ ଟି ୟୁନିଟ ଯଥା ବ୍ରହ୍ମପୁର, ସୋମପେଟା, ଖୋର୍ଦ୍ଧା ରୋଡ଼, ଗୋରଖନାଥ, କଟକ, ଭଦ୍ରକ, ଯାଜପୁର କେଉଁଝର ରୋଡ଼ ଓ ଢେଙ୍କାନାଳ ୟୁନିଟ ଏହି ସାଇକଲ ଗୁଡିକୁ ପ୍ରସ୍ତୁତ କରିଛନ୍ତି l ସେମାନଙ୍କ ମଧ୍ୟରୁ ଅନେକ ସ୍ଥାନରେ ଏହି ରେଳ ସାଇକେଲ ଚାଲିବା ଆରମ୍ଭ ହୋଇଛି । ଜରୁରି ପରିସ୍ଥିତି ବ୍ୟତିତ ଯେଉଁ ସମୟରେ ଧାରଣାରେ ରେଳ ଚଳାଚଳ ବନ୍ଦ ଥିବ ଓ ରେଳ ଧାରଣା ଏକ ନିର୍ଦ୍ଧିଷ୍ଟ ଦୁରତା ପର୍ଯ୍ୟନ୍ତ ସ୍ପଷ୍ଟ ଦେଖାଯାଉଥିବ ସେହିଭଳି ପରିସ୍ଥିତିରେ ଏହି ରେଳ ସାଇକେଲକୁ ବ୍ୟବହାର କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।
Published by: Jagdish Barik
First published: August 27, 2020, 5:43 PM IST
corona virus btn
corona virus btn
Loading