ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଖୋର୍ଦ୍ଧା: ‘ମାନବବାଦ ସଙ୍ଗଠନ’ର ସଦସ୍ୟମାନେ ବାପ-ପୁଅଙ୍କୁ ନିସ୍ତୁକ ପିଟୁଥିବା VIDEO ଭାଇରାଲ୍‌ ହେଲା

ଖୋର୍ଦ୍ଧା: ‘ମାନବବାଦ ସଙ୍ଗଠନ’ର ସଦସ୍ୟମାନେ ବାପ-ପୁଅଙ୍କୁ ନିସ୍ତୁକ ପିଟୁଥିବା VIDEO ଭାଇରାଲ୍‌ ହେଲା

Viral video shows Khordha outfit men beating up father-son duo badly | ଜଣେ ଓକିଲଙ୍କ ନେତୃତ୍ୱରେ ସଞ୍ଚାଳିତ ଏହି ସଙ୍ଗଠନର ସଦସ୍ୟମାନଙ୍କ ନାଁରେ ଜଣେ ବ୍ୟକ୍ତିଙ୍କୁ ମାରି ପୋଡ଼ିଦେଇଥିବା ଅଭିଯୋଗ ବି ହୋଇଛି । ବାପପୁଅଙ୍କ ଉପରେ ନିସ୍ତୁକ ମାଡ଼ର ଭିଡିଓ ସାମନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଖୋର୍ଦ୍ଧା: ‘ମାନବବାଦ ସଙ୍ଗଠନ’ର ସଦସ୍ୟମାନେ ବାପ-ପୁଅଙ୍କୁ ନିସ୍ତୁକ ପିଟୁଥିବା VIDEO ଭାଇରାଲ୍‌ ହେଲା
ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: August 28, 2021, 2:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘ମାନବବାଦ ସଙ୍ଗଠନ’ ନାମରେ ଖୋର୍ଦ୍ଧାରେ ଲୋକଙ୍କ ମଧ୍ୟରେ ଜଣାଶୁଣା ଏକ ସଙ୍ଗଠନର ଜଘନ୍ୟ ଦୌରାତ୍ମ୍ୟ ସାମନାକୁ ଆସିଛି । ଏହି ସଙ୍ଗଠନରେ ସାମିଲ ହୋଇ ନ ଥିବାରୁ ଓ ଏହାକୁ ସେମାନଙ୍କ ମନ ମୁତାବକ ସମର୍ଥନ କରୁ ନ ଥିବାରୁ ଜଣେ ବ୍ୟକ୍ତି ଓ ତାଙ୍କ ପୁଅକୁ ଭୀଷଣ ପିଟାଯାଇଥିଲା । ଏହି ସଙ୍ଗଠନର କେତେକ ସଦସ୍ୟ ସେହି ବ୍ୟକ୍ତି ଓ ତାଙ୍କ ପୁଅକୁ ଘରୁ ଉଠାଇ ନେଇ ନିସ୍ତୁକ ପିଟୁଥିବାର ଏକ ଭିଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି।

ପ୍ରାୟ ଦୁଇ ମାସ ତଳେ ଘଟିଥିବା ଏହି ନିନ୍ଦନୀୟ ଘଟଣାର ଭିଡିଓ ସାମନାକୁ ଆସିବା ପରେ ଖୋର୍ଦ୍ଧା ସମେତ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ମାଓବାଦୀଙ୍କ ଷ୍ଟାଇଲରେ ଏହି ସଙ୍ଗଠନ ଅପରେଟ୍ କରୁଥିବା ଅଭିଯୋଗ ବି ସାମନାକୁ ଆସିଛି । ତା’ ସହିତ ଅଗଷ୍ଟ ୨ ତାରିଖରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମାରି ପୋଡ଼ି ଦେଇଥିବା ପରି ସାଙ୍ଘାତିକ ଅଭିଯୋଗ ବି ଲାଗିଛି ଏହି ସଙ୍ଗଠନ ବିରୁଦ୍ଧରେ ।

ଏହା ବି ପଢ଼ନ୍ତୁ | ‘‘ଆମେ ଚିତ୍କାର କଲୁ, କେହି ଶୁଣିଲେନି…’’: ପାକିସ୍ତାନରେ କାରଖାନାରେ ନିଆଁ ଲାଗିଲା; ୧୫ ଜଣ ଶ୍ରମିକ ମଲେ

ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ କଡ଼ବ ଗାଁର ବାସିନ୍ଦା ମାଗୁଣି ନାୟକ ନାମକ ଜଣେ ସ୍ଥାନୀୟ ମଧ୍ଯବୟସ୍କ ବ୍ୟକ୍ତି ଓ ତାଙ୍କ ଯୁବକ ପୁଅକୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ’ମାନବବାଦ ସଙ୍ଗଠନ’ର କେତେକ କଥିତ ସଦସ୍ୟ ବାଡ଼ିରେ ନିସ୍ତୁକ ମାଡ଼ି ମାରୁଛନ୍ତି । ମାଡ଼ ଖାଇ ବାପ ଓ ପୁଅ ଚିତ୍କାର କରି କ୍ଷମା ପ୍ରାର୍ଥନା କରୁଥିଲେ ବି ଆକ୍ରମଣ କରୁଥିବା ଯୁବକମାନେ କିଛି ଶୁଣିବାକୁ ଚାହୁଁନାହାନ୍ତି ଓ ବାପ-ପୁଅଙ୍କୁ ପିଟି ଚାଲିଛନ୍ତି । ସେହି ଭିଡିଓ ଦେଖିଲେ ଯେକୌଣସି ବ୍ୟକ୍ତିଙ୍କ ଛାତି ଥରିଉଠିବ ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ଏହି ଜଜ୍

ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟ

‘‘ମୋତେ ଓ ମୋ’ ପୁଅକୁ ପ୍ରାୟ ଦୁଇ ମାସ ତଳେ ମାନବବାଦ ସଙ୍ଗଠନର ଲୋକେ ଘରୁ ଉଠେଇ ନେଇଥିଲେ । ଆମେ କାହିଁକି ତାଙ୍କୁ ସମର୍ଥନ କରୁନାହଁ ବୋଲି କହି ସେମାନେ ଆମକୁ ଗୋଟିଏ ଘରେ ବନ୍ଦ କରି ଆମ ଜାମା କାଢ଼ିଦେଇ ଖୁବ୍‌ ପିଟିଥିଲେ । ସେମାନେ ଆମକୁ ପିଟି ପିଟି ଲହୁଲୁହାଣ କରିବା ପରେ ଛାଡ଼ିଦେଇଥିଲେ । ମୋ’ ନାଁରେ ପୂର୍ବରୁ ଗୋଟିଏ ପୋଲିସ କେସ୍ ଥିବାରୁ ମୁଁ ପୋଲିସରେ ଅଭିଯୋଗ ନ କରି ନିରବ ରହିଲି । ସେହି ସଙ୍ଗଠନର ମୁଖିଆ ମାନସ ଦାସ ଜଣେ ଓକିଲ । ତାଙ୍କର ଦିଲ୍ଲୀ ପର୍ଯ୍ୟନ୍ତ ହାତ ଅଛି । ତେଣୁ ଡର ଲାଗୁଛି,’’ କହିଛନ୍ତି ମାଗୁଣି ନାୟକ ।

ମାଡ଼ ଖାଇଥିବା ମାଗୁଣି ନାୟକ


ଏହା ବି ପଢ଼ନ୍ତୁ | କାବୁଲ ଏୟାରପୋର୍ଟ ବାହାରେ ଲଗାତର ୨ଟି ବିସ୍ଫୋରଣ ହେଲା; ଶିଶୁମାନଙ୍କ ସମେତ ୧୮ ମୃତ; ୧୫ ଆହତ

‘ମାନବବାଦ ସଙ୍ଗଠନ’ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ଅଭିମାନପୁର ଗାଁର ବେଲେଶ୍ବର ପରିଡ଼ା । ‘‘ଗତ ୨ ତାରିଖରେ ଏହି ସଙ୍ଗଠନର ସଦସ୍ୟମାନେ ମୋ’ ଭିଣୋଇଙ୍କୁ ମାରି ପୋଡ଼ି ଦେଇଛନ୍ତି । ଏଭଳି ବର୍ବରତା ଓ ଜଘନ୍ୟ କାଣ୍ଡକୁ ସଙ୍ଗଠନର ମୁଖ୍ୟ ଥିବା ଓକିଲ ମାନସ ଦାସ ଉସୁକାଉଛନ୍ତି । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ମୁଁ ଏ ବିଷୟରେ ଥାନାଧିକାରୀଙ୍କୁ କକହିଥିଲି, ହେଲେ ସେ ଧ୍ୟାନ ଦେଇ ନ ଥିଲେ । ସ୍ଥାନୀୟ ଗରିବ ଓ ଅସହାୟ ଲୋକେ ଏହି ସଙ୍ଗଠନକୁ ଖୁବ୍‌ ଭୟ କରୁଛନ୍ତି,’’ କହିଛନ୍ତି  ବେଲେଶ୍ବର ।



ଭାଇରାଲ ହୋଇଥିବା ଭିଡିଓକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ । ଖୋର୍ଦ୍ଧା ଏସ୍‌.ପି. ରାଜକିଶୋର ଦୋରା କହିଛନ୍ତି, ‘‘ଏହି ଘଟଣା ବିଷୟରେ ଏ ପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ଅଭିଯୋଗ ବା ସୂଚନା ନାହିଁ । ଏବେ ଏହି ଭିଡିଓର ସାମନାକୁ ଆିବା ପରେ ଏହାର ତର୍ଜମା କରାଯାଉଛି । ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁସାରେ ଆକ୍ସନ୍‌ ନିଆଯିବ ।’’
Published by: Anand S.T. Das
First published: August 27, 2021, 9:33 PM IST