ଧୂପକାଠି ମହକାଇଲା ମହିଳାଙ୍କ ଜୀବନ: ରୋଜଗାରକ୍ଷମ ହେଲେ ଗୃହିଣୀ

ସ୍ବୟଂ ସହାୟୀକା ଗୋଷ୍ଠୀ ସହାୟତାରେ ଧୂପକାଠି ପ୍ରସ୍ତୁତ କରି ନିଜ ଜୀବନକୁ ମହକାଇ ପରିଛନ୍ତି ଗୃହିଣୀମାନେ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଜିଲ୍ଲା ଏବଂ ଜିଲ୍ଲା ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଧୂପକାଠି ମହକାଇଲା ମହିଳାଙ୍କ ଜୀବନ: ରୋଜଗାରକ୍ଷମ ହେଲେ ଗୃହିଣୀ

ଧୂପକାଠି ମହକାଇଲା ମହିଳାଙ୍କ ଜୀବନ: ରୋଜଗାରକ୍ଷମ ହେଲେ ଗୃହିଣୀ

  • News18 Odia
  • Last Updated :
  • Khordha, India
  • Share this:
News 18 Odia Digital

ଖୋର୍ଦ୍ଧା: ଓଡ଼ିଶା ଜିବୀକା ମିଶନ ସହାୟତାରେ ସ୍ବାବଲମ୍ବୀ ହୋଇଛନ୍ତି ମହିଳା । ସ୍ବୟଂ ସହାୟୀକା ଗୋଷ୍ଠୀ ସହାୟତାରେ ଧୂପକାଠି ପ୍ରସ୍ତୁତ କରି ନିଜ ଜୀବନକୁ ମହକାଇ ପରିଛନ୍ତି ଗୃହିଣୀମାନେ । ନିଜେ ଆତ୍ମନିର୍ଭରଶୀଳ (Self-reliant) ହେବା ସହ ଜିଲ୍ଲା ଏବଂ ଜିଲ୍ଲା ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଗକୁ ଅନେକ କିଛି କରିବାର ଲକ୍ଷ ରଖିଛନ୍ତି ଖୋର୍ଦ୍ଧା (khordha) ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତର ପ୍ରଗତୀ ସ୍ବୟଂ ସହାୟୀକା ଗୋଷ୍ଠୀ ।

ମହିଳାମାନେ ମିଳିମିଶି ତିଆରି କରୁଛନ୍ତି ଧୂପକାଠି । କିଏ ଧୂପକାଠିରେ ସେଣ୍ଟ୍ ଦେଉଛି ତ ଆଉ କିଏ ପ୍ୟାକିଙ୍ଗ୍‌ (packing) କରୁଛନ୍ତି । ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତ ପ୍ରଗତୀ ସ୍ବୟଂ ସହାୟକ ଗୋଷ୍ଠୀର । ବାର ଜଣ ମହିଳାଙ୍କୁ ନେଇ ଗଠନ କରିଥିଲେ ଏହି ଗୋଷ୍ଠୀ । ପାଞ୍ଚ ବର୍ଷ ଭିତରେ ପାଇଛନ୍ତି ଅନେକ ସଫଳତା । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚାଇଛନ୍ତି ନିଜର ଦକ୍ଷତା । 2013 ମସିହାରେ ଅ।ରମ୍ଭ ହୋଇଥିଲା ପ୍ରଗତୀ ସ୍ବୟଂ ସହାୟକ ଗୋଷ୍ଠୀ । ନିଷ୍ପତ୍ତି ନେଲେ ପ୍ରସ୍ତୁତ କରିବେ ଧୂପକାଠି । ପ୍ରଥମେ ନିଜ ହାତରେ ଧୁପକାଠି ପ୍ରସ୍ତୁତ କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଇଲେ । ପରେ ବ୍ୟବସାୟ (business) ଭଲ ହେବାରୁ ସରକାର ବଢ଼ାଇଲେ ସହାୟତାର ହାତ । ଓଡ଼ିଶା ଜିବୀକା ମିଶନ ସହାୟତାରେ ଜିଲ୍ଲା ବାହାରକୁ ପହଞ୍ଚିଲା ମହିଳାଙ୍କ ଧୁପକାଠି । ଏବେ ମସିନ୍ ଦ୍ବାରା ଧୂପକାଠି ପ୍ରସ୍ତୁତ କରୁଛନ୍ତି ମହିଳା ।

ପୂର୍ବରୁ ଘରେ ବଶି ରହୁଥିଲେ ମହିଳା । ଏବେ ଜୀବୀକା ମିଶନ ବଦଳାଇଛି ମହିଳାଙ୍କ ଭାଗ୍ୟ । ଧୂପକାଠି ପ୍ରସ୍ତୁତ କରିବା ଠାରୁ ପ୍ୟାକିଙ୍ଗ (packing) କରିବା ଓ ସେସବୁକୁ ବିକ୍ରି କରିବା ପର୍ଯ୍ୟନ୍ତ ସବୁଥିରେ ଏମାନେ ସଫଳତା ହାସଲ କରିଛନ୍ତି । ମାସିକ ଆୟ କରୁଛନ୍ତି ଦୁଇରୁ ତିନି ହଜାର ଟଙ୍କା । ନିଜେ ରୋଜଗାର କ୍ଷମ ହେବା ସହିତ ପରିବାରକୁ ସହାୟତାର ହାତ ବଢ଼ାଉଛନ୍ତି ।

ଓଡ଼ିଶା ଜୀବିକା ମିଶନ ବଦଳାଇଲା ଗ୍ରାମାଞ୍ଚଳ ମହିଳାଙ୍କ ଜୀବନ । ଧୂପକାଠି ପ୍ରସ୍ତୁତ କରି ନିଜ ଜୀବନରେ ଭରିଛନ୍ତି ମହକ । ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଏହି ଖବର ପଢ଼ନ୍ତୁ-  ନିଶା କହିଲେ... ମୁଁ ଫୁଲ୍ ଡ୍ରେସ୍ ପିନ୍ଧି ନାଚୁଛି, ସମ୍ପୂର୍ଣ୍ଣ ଭଦ୍ରାମୀର ସହ ଡ୍ୟାନ୍ସ କରେ- ରାନୀ
Published by:Soubhagya Mishra
First published: