ଆମ ଟୁଇନ୍ ସିଟିର ଗର୍ବ: ‘ଖେଲୋ ଇଣ୍ଡିଆ’ର ପ୍ରଥମ ସଂସ୍କରଣ କଟକରେ ଉଦଘାଟିତ ହେଲା

ନଅ ଦିନ ଧରି ଚ଼ାଲିବାକୁ ଥିବା ଏହି କ୍ରୀଡା ମହାକୁମ୍ଭରେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ଦେଶର ୧୫୯ଟି ବିଶ୍ବବିଦ୍ୟାଳୟର ୩,୩୪୩ ଜଣ ପ୍ରତିଯୋଗୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଓଡିଶା ପାଞ୍ଚଟି ବିଶ୍ବବିଦ୍ୟାଳୟର ୧୪୮ ଜଣ ପ୍ରତିଯୋଗୀ ।

ଆମ ଟୁଇନ୍ ସିଟିର ଗର୍ବ: ‘ଖେଲୋ ଇଣ୍ଡିଆ’ର ପ୍ରଥମ ସଂସ୍କରଣ କଟକରେ ଉଦଘାଟିତ ହେଲା
ଭିଡିଓ କନଫେରେନସିଂରେ ‘ଖେଲୋ ଇଣ୍ଡିଆ’ ଉଦଘାଟନ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
  • News18 Odia
  • Last Updated: February 23, 2020, 12:07 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ କଟକରେ ଉଦଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କକଣ । ଦେଶର ୧୫୯ଟି ବିଶ୍ବବିଦ୍ୟାଳୟର ୩,୩୪୩ ଜଣ ପ୍ରତିଯୋଗୀ ଭାଗ ନେଉଥିବା ଏହି କ୍ରୀଡ଼ା ମହୋତ୍ସବକୁ ଭିଡିଓ କନଫରେସିଂରେ ଉଦଘାଟିତ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ଏହି ସାସ୍କୃତିକ କାର୍ଯ୍ୟକ୍ରମ ଅତି ଚିତାକର୍ଶକ ଥିଲା । ୪୫ ମିନିଟ ଧରି ଚ଼ାଲିଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର କଳା ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାକୁ ମିଳିଥିଲା । ପ୍ରାୟ ୪୦୦ ଛାତ୍ରଛାତ୍ରୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।

ବିଶେଷ କରି ରାମ ସମ୍ପଥ୍ ଓ ଓଡିଆ ଝିଅ ସୋନା ମାହାପାତ୍ରଙ୍କ ଗୀତ ଖେଲୋ ଖେଲୋ ଅତି ଚିତାକର୍ଷକ ଥିଲା । ଷ୍ଟାଡିୟମ ଭିତରେ ପ୍ରାୟ ୪,୦୦୦ ଦର୍ଶକ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।

“ପୂର୍ବରୁ କେବଳ ସ୍କୁଲ ଗେମ୍ସରେ ଆମେ ଅଂଶ ଗ୍ରହଣ କରିଥିଲୁ । ବିଶ୍ବବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ମିଳିଛି, ଯାହାକି ଏକ ବଡ ପ୍ଲାଟଫର୍ମ । ଆମର ପ୍ରସ୍ତୁତି ବହୁତ ଭଲ ରହିଛି । ପଦକ ଜିତିବା ନେଇ ଆମେ ଆଶାବାଦୀ ଅଛୁ,” କହିଛନ୍ତି ପୁନେ ବିଶ୍ବ ବିଦ୍ୟାଳୟର ଫେନସିଂ ଟିମର ସଦସ୍ୟା ତ୍ରିଗୁଣୀ ବେନ୍ଦ୍ରେ ।

‘ଖେଲୋ ଇଣ୍ଡିଆ’ ଉଦଘାଟନୀ ସମାରୋହରେ ବକ୍ତବ୍ୟ ରଖୁଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।


“ଛଅଟି ଗେମରେ ଆମର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରୁଛନ୍ତି । ଅତି କମରେ ଚ଼ାରିଟି ଗେମରେ ଆମେ ମେଡାଲ ଜିତିବୁ। ଏହି ପ୍ରତିଯୋଗିତାର ଅନେକ ଆବଶ୍ୟକତା ଥିଲା । ଏହା ଦ୍ବାରା ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ଚ଼ିହ୍ନଟ କରାଯାଇ ସେମାନଙ୍କ ପ୍ରତିଭାର ବିକାଶ କରାଯାଇ ପାରିବ,” କହିଛନ୍ତି ମହୀଶୁର ବିଶ୍ବବିଦ୍ୟାଳୟର କ୍ରୀଡ଼ା ସଂଯୋଜକ କାନ୍ତରାଜ୍ ।

“ଏହା ଭାରତୀୟ କ୍ରୀଡ଼ା ପାଇଁ ଏକ ଐତିହାସିକ ମୁହୂର୍ତ । ମୁଁ ଏହି ଆକର୍ଷଣୀୟ କ୍ରୀଡ଼ା ଆୟୋଜନ କରିଥିବା ଓଡ଼ିଶାର ଆୟୋଜକମାନଙ୍କୁ ଶୁଭେଚ୍ଛା ଜଣାଉଛି । ତୁମର କଠିନ ପରିଶ୍ରମ ତୁମକୁ ତଥା ତୁମ ପରିବାର ଓ ଦେଶର ସ୍ବପ୍ନକୁ ଆଗକୁ ନେବ,” କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

‘ଖେଲୋ ଇଣ୍ଡିଆ’ ଉଦଘାଟନୀ ସମାରୋହରେ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଏକ ଦୃଶ୍ୟ ।


ଜବାହାରଲାଲ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିରେନ୍ ରିଜିଜୁ ପ୍ରମୁଖ ।

ତୃଣମୂଳ ସ୍ତରରୁ କ୍ରୀଡାବିତ୍ ସୃଷ୍ଟି କରିବା ଲକ୍ଷରେ ଆରମ୍ଭ ହୋଇଥିବା ଏହି ମହାକୂମ୍ଭ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚ଼ାଲିବ । ଉଭୟ ଭୁବନେଶ୍ବର ଓ କଟକର ୧୦ଟି ଭେନ୍ୟୁରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୭ଟି ଖେଳରେ ୨୧୧ଟି ଇଭେଣ୍ଟ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ୍‌ ପାଇଁ ମୋଟ ୨୦୬ଟି ସ୍ବର୍ଣ୍ଣ, ୨୦୬ଟି ରୌପ୍ୟ ଓ ୨୮୬ଟି ବ୍ରୋଞ୍ଚ ମେଡାଲ ରହିଛି ।
First published: February 23, 2020, 12:07 AM IST