ଆତଙ୍କ ଖେଳାଇଥିବା ୪ ଯୁବକକୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ

ନିଜର ଦବଦଵା ପାଇଁ ଆତଙ୍କ ଖେଳାଇଥିବା ୪ ଯୁବକଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ। ଅଳ୍ପ ବୟସରେ ଡନ ହେବାର ନିଶା ମହଙ୍ଗା ପଡ଼ିଛି। ରାତିରେ ଆତଙ୍କ ମଚାଇଥିଲେ। ସକାଳେ ବନ୍ଧା ହେଲେ। ଟଙ୍କା କାରବାର ନେଇ ସୋମବାର ସନ୍ଧ୍ୟାରେ ଏକ ସ୍କୋର୍ପିଓ ଗାଡ଼ିକୁ ନିଆଁ ଲଗାଇ ଜାଲି ଦେଇଥିଲେ ୪ ଅଭିଯୁକ୍ତ।

ଆତଙ୍କ ଖେଳାଇଥିବା ୪ ଯୁବକକୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ

ଆତଙ୍କ ଖେଳାଇଥିବା ୪ ଯୁବକକୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀର ବିଚ ରାସ୍ତାରେ ଏକ ସ୍କୋର୍ପିଓ ଗାଡ଼ିକୁ ପୋଡ଼ି ଦେବା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସୁଶୀଲ ରାଉତ, ବିଶ୍ୱଜିତ ରାଉତ, ସୁଧୀର ବାରିକ ଓ ରାଜୁ ପ୍ରଧାନ। ସମସ୍ତେ ଡେଲଟା ଅଞ୍ଚଳର ବୋଲି ଜଣା ପଡ଼ିଛି ।

ସୋମବାର ସନ୍ଧ୍ୟାରେ ଟଙ୍କା ନେଣଦେଣକୁ କେନ୍ଦ୍ର କରି ଏକ ସ୍କୋର୍ପିଓ ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ ଏହି ଅଭିଯୁକ୍ତମାନେ।

ଛାଡ଼ିଗଲା ଭାଇଗିରି ନିଶା। ନିଜର ଦବଦଵା ପାଇଁ ଆତଙ୍କ ଖେଳାଇଥିବା ୪ ଯୁବକଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ। ଅଳ୍ପ ବୟସରେ ଡନ ହେବାର ନିଶା ମହଙ୍ଗା ପଡ଼ିଛି। ରାତିରେ ଆତଙ୍କ ମଚାଇଥିଲେ। ସକାଳେ ବନ୍ଧା ହେଲେ। ଟଙ୍କା କାରବାର ନେଇ ସୋମବାର ସନ୍ଧ୍ୟାରେ ଏକ ସ୍କୋର୍ପିଓ ଗାଡ଼ିକୁ ନିଆଁ ଲଗାଇ ଜାଲିଦେଇଥିଲେ ୪ ଅଭିଯୁକ୍ତ। ଆଉ ସେତେବେଳେର ଚିତ୍ର କେତେ ଭୟଙ୍କର ଥିଲା ଯେ ରାସ୍ତାରେ ଯାଉଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ଓ ଖଣ୍ଡଗିରି ଥାନା ପୋଲିସ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା।

"ଗିରଫ ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲେ। ୪ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କ ଭୂମିକା ନେଇ ତଦନ୍ତ ଚାଲିଛି। ଯେଉଁମାନେ ଆତଙ୍କ ଖେଳାଇ ଆଇନକୁ ହାତକୁ ନେବାକୁ ଚେଷ୍ଟା କରିବେ ସମସ୍ତଙ୍କୁ ଗିରଫ କରାଯିବ। ଗିରଫ ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ଖୋଜା ଚାଲିଛି। ଅଭିଯୁକ୍ତମାନେ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଭିଆଇଲେ ସେନେଇ ମଧ୍ୟ ଖଣ୍ଡଗିରି ଥାନା ପୋଲିସ ତଦନ୍ତ କରୁଥିବା,’’ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ସେପଟେ ଚାରି ଅଭିଯୁକ୍ତ ଗିରଫ ପରେ ସେମାନଙ୍କ ବିରୁଦ୍ଧରେ ଆକନ୍ସ ନେବା ଆରମ୍ଭ କରିଛି ପୋଲିସ। ଡେଲଟା ଛକରେ ଫାଷ୍ଟଫୁଡ଼ ଦୋକାନ କରି ଆଡ଼ା ଜମାଇବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା। ସରକାରୀ ଜମିରେ ନିଶା କାରବାର ଠାରୁ ଆରମ୍ଭ କରି ଅପରାଧିକ କାର୍ଯ୍ୟକଳାପ କରିଥିବାରୁ ଦୋକାନ ଘରକୁ ଜେସିବି ସହାୟତାରେ ଭାଙ୍ଗିଦେଇଛି ପୋଲିସ। ସେହିପରି ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି କମିସନରେଟ ପୋଲିସ ପକ୍ଷରୁ ଚେତାଵନୀ ଦିଆଯାଇଛି।

ସୂଚନାଯୋଗ୍ୟ, ଅପରାଧି କାର୍ଯ୍ୟରେ ଲିପ୍ତ ରହୁଥିବା ଅପରାଧିଙ୍କ ଘର ଭାଙ୍ଗିବା ନୂଆ କଥା ନୁହେଁ। କିଛିଦିନ ତଳେ ସାଲିଆ ସାହି ଆଦିବାସୀ ଗାଁରେ ବ୍ରାଉନସୁଗର କାରବାରରେ ଗିରଫ ହୋଇଥିବା ଦମ୍ପତିଙ୍କ ଦୋକାନ ଘର ଭାଙ୍ଗିଥିଲା ପୋଲିସ। ପୂର୍ବରୁ କେବିଏନ ଗ୍ୟାଙ୍ଗର ସଦସ୍ୟଙ୍କ ଘର ଭାଙ୍ଗି ଅପରାଧିଙ୍କୁ ଚେକ ଦେଇଥିଲା ପୋଲିସ।
Published by:Lipina Das
First published: