ଆକର୍ଷଣୀୟ ସଂଳାପକୁ କାଟି ଦେଲା ନାଟକର ନାଁ; ନାଟକର ନାଁ ଶୁଣି ଟିକେଟ କିଣୁଛନ୍ତି ଦର୍ଶକ

ପେଣ୍ଡାଲରେ ଶୁଭୁଛି ଖଳନାୟକ ସାଙ୍ଘାତିକ ଗର୍ଜନ। ଅଶ୍ଳିଳ ନୁହେଁ, କେବଳ ଚାଲିଛି ଆଇଟମ ଡ୍ୟାନ୍ସ। ସଂଳାପ ଯେତିକି ଚହଳ ସୃଷ୍ଟି କରୁନି, ସବୁଠୁ ଅଧିକ ଆକର୍ଷଣୀୟ ହୋଇଛି ନାଟକର ନାଁ ।

ଆକର୍ଷଣୀୟ ସଂଳାପକୁ କାଟି ଦେଲା ନାଟକର ନାଁ; ନାଟକର ନାଁ ଶୁଣି ଟିକେଟ କିଣୁଛନ୍ତି ଦର୍ଶକ

ଆକର୍ଷଣୀୟ ସଂଳାପକୁ କାଟି ଦେଲା ନାଟକର ନାଁ; ନାଟକର ନାଁ ଶୁଣି ଟିକେଟ କିଣୁଛନ୍ତି ଦର୍ଶକ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜଧାନୀରେ ଜମୁଛି ଖଣ୍ଡଗିରି ଯାତ୍ରା (Khandagiri mela) । ପେଣ୍ଡାଲରେ ଶୁଭୁଛି ଖଳନାୟକ ସାଙ୍ଘାତିକ ଗର୍ଜନ। ଅଶ୍ଳିଳ ନୁହେଁ, କେବଳ ଚାଲିଛି ଆଇଟମ ଡ୍ୟାନ୍ସ। ସଂଳାପ ଯେତିକି ଚହଳ ସୃଷ୍ଟି କରୁନି, ସବୁଠୁ ଅଧିକ ଆକର୍ଷଣୀୟ ହୋଇଛି ନାଟକର ନାଁ ।

ନାଟକର ନାଁକୁ ନେଇ ଟିକେଟ କାଟୁଛନ୍ତି ଦର୍ଶକ । ଚନ୍ଦ୍ର ବଦନିର ଚଉଠି ରାତି । ସ୍ଵର୍ଗ ଦ୍ଵାର ମନା ମତେ ସିଂହଦ୍ୱାର ମନା । ତତେ ୧୭ କୁ ମୋତେ ୧୮ । ରାଜଧାନୀ ଅପେରା ପକ୍ଷରୁ ଏମିତି ଆକର୍ଷଣୀୟ ନାଟକ ପଡ଼ିଛି ମାଆ ମଙ୍ଗଳା ମଣ୍ଡପରେ ।  ମହତାବ ପେଣ୍ଡାଲର ସୁପରହିଟ ନାଟକ ହେଉଛି ମୃତ୍ୟୁ ପରେ ମଣିଷ । ଯାହାକି ଦର୍ଶକମାନଙ୍କୁ ରାତି ସାରା ଆନନ୍ଦ ଦେଇଛି । ଶିବାନୀ ଗଣନାଟ୍ୟର ଚର୍ଚ୍ଚିତ ନାଟକ ହେଉଛି ଆଖି ତୋର ଲୁହ ମୋର । ଏହି ନାଟକରେ ରହସ୍ୟ ଓ ରୋମାଞ୍ଚ ଥିବାରୁ ଦର୍ଶକଙ୍କ ଆଖିରେ ପଲକ ପଡ଼ି ନଥିଲା। ସୂର୍ଯ୍ୟ ମନ୍ଦିର ସନାତନ ସେବା ମଣ୍ଡପରେ ଯେଉଁ ନାଟକ ପରିବେଶଣ କରିଛି ତାହା ଜୀବନ ଦର୍ଶନ ଉପରେ ଆଧାରିତ । ନାଟକ ହେଉଚି ଗୁମୁରି ଗୁମୁରି କାହାଣୀ କାନ୍ଦେ। ଏହି ସବୁ ଆକର୍ଷଣୀୟ ତଥା ଚର୍ଚ୍ଚିତ ନାଟକ ଯାହା ଶୁଣିବା ପାଇଁ ଭଲ ଲାଗେ ଯାହାକୁ ଦେଖିବା ପାଇଁ ହାଉସ ଫୁଲ ହେଉଛି ଯାତ୍ରା ଅନୁଷ୍ଠାନ । କୋଭିଡର ଦୁଇ ବର୍ଷ ଯୋଗୁ ଯାତ୍ରା ଉପରେ ଲାଗିଥିଲା କଟକଣା । ଦୁଇ ବର୍ଷ ପରେ ଖଣ୍ଡଗିରିରେ ଚାଲିଛି କଳାକାରଙ୍କର କୁମ୍ଭ ମେଳା । ଏ ବର୍ଷ ଟିକେଟକୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ୨୫୦,୨୦୦, ୧୫୦ ଟଙ୍କା ଦେଇ ଟିକେଟ ନେଉଛନ୍ତି ଯାତ୍ରାପ୍ରେମୀ ।ଭୁବନେଶ୍ୱର ମହାନଗର ନିଗମର ଗାଇଡ ଲାଇନ ଅନୁସାରେ ଅଶ୍ଳିଳତା ଉପରେ ବ୍ରେକ ଲାଗିଛି । ଯଦିଓ ଆଇଟମ ଡ୍ୟାନସ ହେଉଛି କିନ୍ତୁ ନଗ୍ନତାକୁ ପ୍ରଶୟ ଦିଆଯାଉ ନାହିଁ ବୋଲି କହିଛନ୍ତି ଯାତ୍ରା ପରିଚାଳନା କମିଟି । ପ୍ରଥମ ଦିନରେ ଟିକେ ଫାଙ୍କା ରହିଥିଲା ଯାତ୍ରା ଅନୁଷ୍ଠାନ । ଆଜିଠୁ ହାଉସଫୁଲ (Housefull) ହେବ ବୋଲି ଆଶାବାଦୀ ଯାତ୍ରା କମିଟି ।

ସେପଟେ, ଚାଲିଛି କୁମ୍ଭ ମେଳା । ଖଣ୍ଡଗିରିରେ ସାଧୁ ସନ୍ଥଙ୍କ ମେଳି ଚାଲିଛି । ଓଁ କାର ଧ୍ଵନୀରେ ପ୍ରକମ୍ପିତ ହେଉଛି ପାହାଡ ସମେତ ପାଦ ଦେଶ । ନିଜର ମନ କାମନା ପୂରଣ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବି ଲାଗି ରହିଛି । ଆଉ ତା ଭିତରେ କିଛି ବାବା, ମାତାଙ୍କ ଲାଗି ଖଣ୍ଡଗିରିରେ ଆହୁରି ଭିଡ ଲାଗି ରହିଛି । ଏଥିସହ ଖଣ୍ଡଗିରି ମେଳାକୁ ଆସିଥିବା ମାତାଙ୍କୁ ନେଇ ବି ଚର୍ଚ୍ଚା ହେଉଛି । କାରଣ ମାତାଙ୍କ ମୁଣ୍ଡରେ ମୁଣ୍ଡରୁ ଆଣ୍ଠୁ ଯାଏ ଜଟ । ସନ୍ନ୍ୟାସୀନି ହେବାର ୩୦ ବର୍ଷ ହୋଇଗଲାଣି । ନା ୩୦ ବର୍ଷ ହେବ ମୁଣ୍ଡ ଧୋଇଛନ୍ତି ନା ଘରକୁ ଯାଉଛନ୍ତି । କାମାକ୍ଷା ଦେବୀଙ୍କ ଭଳି ଜିଭ ବାହାର କରି ଅଧିକାଂଶ ସମୟ ଏକ ଗୋଡ଼ିଆ ଠିଆ ହେଉଛନ୍ତି ଓ ମଝିରେ ମଝିରେ ବସୁଛନ୍ତି। ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ଆସିବା ସହ ଆଶୀର୍ବାଦ ନେଉଛନ୍ତି । ମାତା ନିଜ ଜଟ ଧରି ଶ୍ରଦ୍ଧାଳୁଙ୍କ ମୁଣ୍ଡ ଓ କାନ୍ଧ ଉପରେ ରଖୁଛନ୍ତି । ଏହି ଜଟ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଓ କାନ୍ଧରେ ରଖିବା କ୍ଷଣି ମାନସିକ ଓ ଶାରିରୀକ ଶାନ୍ତି ଅନୁଭବ କରୁଛନ୍ତି ଶ୍ରଦ୍ଧାଳୁ । ମନସ୍କାମନା ବି ପୂର୍ଣ୍ଣ ହେଉଛି ବୋଲି ବିଶ୍ୱାସ ରହିଛି । ଶୁକଦେବ ପୁରୋହିତ ନାମକ  ୬୭ ବର୍ଷୀୟ ବ୍ୟକ୍ତିଙ୍କର ଦୀର୍ଘ ଦିନ ହେବ ଶ୍ୱାସ ସହିତ ଛାତିରେ ଯନ୍ତ୍ରଣା ହେଉଥିଲା। ହେଲେ ଯେତେବେଳେ ସେ କାମାକ୍ଷା ମାତାଙ୍କ ଶରଣାପନ୍ନ ହୋଇଥିଲେ , ସେତେବେଳେ ମାତା ତାଙ୍କୁ ପାଖରେ ଡାକି ବସାଇ ଥିଲେ। ମାତା ଶୁକଦେବଙ୍କ ମନର କଥା ବୁଝିବା ପରେ ଜଟରେ ଆଶୀର୍ବାଦ କରିଥିଲେ। ତା ପରେ ଶୁକଦେବ କହିଥିଲେ ମାଙ୍କ ଯୋଗୁ ସେ ଛାତି ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି। ମାତା ଆସିଛନ୍ତି ପଶ୍ଚିମବଙ୍ଗର ହୁଗୁଳିରୁ। ଯାହାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି ।

ଏହି ଖବର ପଢ଼ନ୍ତୁ- http://ପିଣ୍ଟୁ ନନ୍ଦଙ୍କ ପାଇଁ ଗୁଣ୍ଡୁଚିମୂଷା ପରି ସହଯୋଗର ହାତ ବଢାନ୍ତୁ; ହାସ୍ୟ ଅଭିନେତା ସୁମନ
Published by:Soubhagya Mishra
First published: