News18 Odia Digital
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ବିଜେଡି ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କରିଛନ୍ତି କିଛି ଅଜ୍ଞାତ ଦୁର୍ବୃତ୍ତ । ତାଙ୍କ ଘରେ ପଶି ସେମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହି ସଙ୍ଘବଦ୍ଧ ଆକ୍ରମଣରେ ବିଧାୟିକାଙ୍କ ଦୁଇ ଜଣ ସହଯୋଗୀ ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁରର ଏମ୍.କେ.ସି.ଜି. ମେଡିକାଲ୍ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଆକ୍ରମଣ ଘଟିବା ବେଳେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଘରେ ନ ଥିବା ଜଣାପଡ଼ିଛି । କେଉଁ କାରଣରୁ ଏମିତି ଆତଙ୍କରାଜ ଖେଳାଇଲେ ଦୁର୍ବୃତ୍ତମାନେ ତାହା ସ୍ପଷ୍ଟ ହୋଇନାହିଁ । ଗୁରୁବାର ଅପରାହ୍ଣରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଗାଁ ଖଲ୍ଲିକୋଟ କେଶପୁର ପାଟଣାସାହିରେ ହଠାତ୍ କିଛି ଅଜଣା ଯୁବକ ପହଞ୍ଚିଥିଲେ ଓ ଗାଁରେ ସିରିଜ୍ ବୋମା ମାଡ଼ କରି ଖେଳାଇ ଦେଇଥିଲେ ଆତଙ୍କ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପିଲାଙ୍କ ହାତରୁ କ୍ଷୀର ପଡ଼ିଯିବାରୁ ମା’ ସେମାନଙ୍କୁ ଡ୍ରେସ୍ ଖୋଲି ପିଟିଲେ; Video ଭାଇରାଲ୍ ହେଲା
ଏହା ପରେ ପ୍ରାୟ ୧୫ରୁ ୨୦ ଜଣ ଏହି ଅଜଣା ଯୁବକମାନେ ବିଧାୟିକାଙ୍କ ଘରେ ପଶିଥିଲେ । ଘରେ ବ୍ୟାପକ ଭଙ୍ଗାରୁଜା କରିବା ସହ ବିଧାୟିକାଙ୍କ ସମର୍ଥକମାନଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡାରେ ଘରେ ଥିବା ଏକ ବାଇକକୁ ହାଣି ନଷ୍ଟ କରି ଦେଇଥିଲେ । ବିଧାୟିକାଙ୍କ ଘର ଉପରେ ମଧ୍ୟ ବୋମା ମାଡ଼ କରିଥିଲେ ସେମାନେ । ଘଟଣାର ସୂଚନା ପାଇ ପୋଲିସ ଆସି ପହଞ୍ଚିଥିଲା ।

ପୋଲିସ ବିଧାୟିକାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିଧାୟିକାଙ୍କ ଦୁଇ ଜଣ ସମର୍ଥକ – ସୀମାଞ୍ଚଳ ବେହେରା ଓ ମୋହନ ମଲ୍ଲିକ – ଗୁରୁତର ଆହତ ହୋଇଥିବାରୁ ପୋଲିସ ସେମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା । ସେମାନଙ୍କ ବ୍ୟତୀତ ଆଉ ପାଖାପାଖି ତିନି ଜଣ ଲୋକ ଏହି ଆକ୍ରମଣରେ ସାମାନ୍ୟ ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଚଣା ସ୍ଥଳରେ ତଦନ୍ତ ଜାରି ରଖିଛି ପୋଲିସ ।
ଏହା ବି ପଢ଼ନ୍ତୁ | ଆସୁଛି ନାକରେ ନେବାକୁ ଥିବା କରୋନା ଟିକା; ସବୁଠୁ ଅଧିକ ପ୍ରଭାବଶାଳୀ ହେବ ନାଜାଲ୍ ଭ୍ୟାକ୍ସିନ୍
‘‘ମୋ’ ବାପାଙ୍କୁ ସେମାନେ ପ୍ରବଳ ବାଡ଼େଇଲେ ଓ ତାଙ୍କ ହାତକୁ ହାଣିଦେଲେ । ସେମାନେ ମୋ’ ସାଙ୍କ ସୀମାଞ୍ଚଳ ବେହେରାକୁ ବି ଆକ୍ରମଣ କଲେ ଓ ତାକୁ ହାଣିଦେଲେ,’’ କହିଛନ୍ତି ଆହତ ମୋହନ ମଲ୍ଲିକଙ୍କ ପୁଅ ଅମିନ ମଲ୍ଲିକ ।
ଆକ୍ରମଣକାରୀମାନେ କିଏ ଓ କାହିଁକି ସେମାନେ ଆକ୍ରମଣ କଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ଏହି ଘଟଣାର ସମ୍ପର୍କ କେଶପୁର ଗାଁରେ ଏକ ମନ୍ଦିର ନିର୍ମାଣକୁ ନେଇ ଚାଲିଥିବା ବିବାଦ ସହ ଜଡ଼ିତ ଥିବା କୁହାଯାଉଛି । ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଘରେ ଏମିତି ହିଂସାତ୍ମକ ଘଟଣା ଘଟିବା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ଉପରେ ଏ ପର୍ଯ୍ୟନ୍ତ ପୋଲିସ ଅଧିକାରୀ ବୀ ନିଜେ ବିଧାୟିକାଙ୍କ ପକ୍ଷରୁ କୌଣସି ବିବୃତି ଆସିନାହିଁ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।