ଇଡିରେ ହାଜର ହେଲେ ଖଗେଶ୍ୱରଙ୍କ ମୁଖ୍ୟ ସହଯୋଗୀ ଚନ୍ଦନ

ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଚନ୍ଦନଙ୍କ ଆକାଉଣ୍ଟକୁ ଯାଇଛି ଲକ୍ଷ ଲକ୍ଷ ଟଙ୍କା। ଦୁହିଁଙ୍କ ମଧ୍ୟରେ ଅନେକ ଥର ହୋଇଛି ଟଙ୍କା କାରବାର ।

ଇଡିରେ ହାଜର ହେଲେ ଖଗେଶ୍ୱରଙ୍କ ମୁଖ୍ୟ ସହଯୋଗୀ ଚନ୍ଦନ

ଇଡିରେ ହାଜର ହେଲେ ଖଗେଶ୍ୱରଙ୍କ ମୁଖ୍ୟ ସହଯୋଗୀ ଚନ୍ଦନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ଗୁମର । ଆଜି ଖଗେଶ୍ୱରଙ୍କ ମୁଖ୍ୟ ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନ ଇଡିରେ ହାଜର ହୋଇଛନ୍ତି । ଚନ୍ଦନ ଖଗେଶ୍ୱରଙ୍କ ଗାଡି ସୋ'ରୁମରେ କାମ କରନ୍ତି । ଇଡିରେ ହାଜର ପାଇଁ ଚନ୍ଦନକୁ ପୂର୍ଵରୁ ସମନ ହୋଇଥିଲା ।

ଇଡି ସୂଚନା ଅନୁସାରେ, ଅର୍ଚ୍ଚନା ଓ ଚନ୍ଦନଙ୍କ ମଧ୍ୟରେ ବାରମ୍ବାର ଆକାଉଣ୍ଟ ଜରିଆରେ ଟଙ୍କା କାରବାର ହୋଇଛି । ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ବାରମ୍ବାର ଟଙ୍କା ଯାଇଥିବା ବେଳେ ଚନ୍ଦନ ଦୁଇରୁ ତିନିଥର ଟଙ୍କା ଅର୍ଚ୍ଚନାଙ୍କୁ ପଠାଇଛନ୍ତି । ତେଣୁ ଏତେ ପରିମାଣର ଟଙ୍କା କାହିଁକି ଅର୍ଚ୍ଚନା ତାଙ୍କୁ ଦେଇଛନ୍ତି ସେନେଇ ଚନ୍ଦନକୁ ପଚରାଉଚରା ହେଉଥିବା ଜଣାପଡିଛି ।

ସେପଟେ ଆଜି କୋର୍ଟରେ ହାଜର ହେବେ ନାହିଁ ଅର୍ଚ୍ଚନା ଓ ଜଗବନ୍ଧୁ । ଆଜି ଉଭୟଙ୍କର ପ୍ରଡକ୍ସନ ଉପରେ ଶୁଣାଣି ହେବ । ପୂର୍ଵରୁ ପ୍ରଡକ୍ସନ ପାଇଁ ଇଡି ପକ୍ଷରୁ ଆବେଦାନ କରାଯାଇଥିଲା । ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର କରିଥିବା ୧୫ ଜଣଙ୍କୁ ହାଜର ପାଇଁ ନୋଟିସ କରିଛି ଇଡି । ଏବେ ପର୍ଯ୍ୟନ୍ତ ଇଡି ରେ ୬ ଜଣ ହାଜର ହୋଇଥିବା ବେଳେ ଆଉ ୯ ଜଣଙ୍କ ଉପରେ ଫୋକସ ରହିଛି ।

ଗତକାଲି ମଧ୍ୟ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଇଡ଼ିରେ ହାଜର ହୋଇଥିଲେ । ସୂଚନା ଅନୁସାରେ ତାଙ୍କୁ ମଧ୍ୟ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା ନାଗ । ଇଡିର ସମନ ପରେ ସେ ଗତକାଲି ହାଜର ହୋଇଥିଲେ । ଏହା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମୋଦ ସ୍ୱାଇଁ କହିଛନ୍ତି ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରୁଥିଲେ । ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ୨୦୧୬ ମସିହାରେ ଅର୍ଚ୍ଚନା ନାଗ ଭଡ଼ାରେ ରହୁଥିଲେ ।

ଏହା ପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ । ପ୍ରମୋଦ ସ୍ୱାଇଁ ପେସାରେ ଜଣେ ପ୍ରଯୋଜକ ସହିତ ଜଣେ ବିଲଡର । ତାଙ୍କ ଆକାଉଣ୍ଟରୁ ଅର୍ଥନୈତିକ କାରବାର ହୋଇଥିବା ସୁରାକ ପାଇଥିଲା ଇଡି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲ ସେନେଇ ପଚରାଉଚରା କରାଯାଇଥିଲା । ସବୁଠୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ ପରେ ସମାନ ଘରେ ରହୁଥିଲେ ଶ୍ରଦ୍ଧାଞ୍ଜଳି । ଏହା ସଂଯୋଗ ଥିଲା ନା ଉଦ୍ଦେଶ୍ୟ ମୂଳକ ଥିଲା ଇଡି ତାହାର ମଧ୍ୟ ତଦନ୍ତ କରୁଛି ।
Published by:Soubhagya Mishra
First published: