ନୂଆ କମିଶନରେଟ ଟ୍ରାଫିକ ଡିଏସପି ଭାବେ ଯୋଗ ଦେବେ କେସିଙ୍ଗା SDPO

୨୦୧୮ ବ୍ୟାଚ୍ର ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ବରର ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତ କରାଯାଇଛି। ସୁଶ୍ରୀ ଏବେ କେସିଙ୍ଗାରେ ଏସ୍.ଡି.ପି.ଓ ଭାବେ କାର୍ଯ୍ୟ ତୁଲାଉଛନ୍ତି ।

ଟ୍ରାଫିକ ଡିସିପି ଭାବେ ଯୋଗ ଦେବେ କେସିଙ୍ଗା ଏସ ଡ଼ି ପିଓ (ପ୍ରତୀକାତ୍ମକ ଛବି)

ଟ୍ରାଫିକ ଡିସିପି ଭାବେ ଯୋଗ ଦେବେ କେସିଙ୍ଗା ଏସ ଡ଼ି ପିଓ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୨୦୨୨ ପାଇଁ ରାଜ୍ୟ ରାଜଧାନୀରେ ଆଇନଶୃଙ୍ଖଳା ରକ୍ଷା କରିବା ଓ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ନୂଆ ଟିମ ଗଠନ ପାଇ ପକ୍ରିୟା ଆରମ୍ଭ ହୋଇଛି ।  ଅଭିଜ୍ଞ ଓ ନୂଆ ଅଫିସରଙ୍କୁ ନେଇ ଟିମ ଗଠନ କରାଯାଇଥିବା ନେଇ କମିସନରେଟ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିଛି । କାରଣ ୨୦୨୧ ରେ ଭୁବନେଶ୍ୱର କମିସନରେଟ୍ ପୁଲିସ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ କିଛି ପରିମାଣରେ ସଫଳ ହୋଇଛି। ଅପରାଧ ଓ ଟ୍ରାଫିକ୍ ବ୍ୟବସ୍ଥା ପୁଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ସେହିପରି ସାଇବର, ନିଶା, ଠକେଇ ଭଳି ଅପରାଧ ମଧ୍ୟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଏହି ତିନିଟି କ୍ଷେତ୍ରକୁ ଗୁରୁତ୍ବ ଦେଇ ୨୦୨୨ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।

ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଂଜ୍ଞପ୍ତି ଅନୁସାରେ, ଭୁବନେଶ୍ବର ଡି.ସି.ପି ଉମାଶଙ୍କର ଦାଶ ଡି.ଆଇ.ଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ୨୦୨୨ ଜାନୁଆରି ୧ରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ। ଡି.ଆଇ.ଜି ପାହ୍ୟାକୁ ପଦୋନ୍ନତି ପରେ ବି  ଉମାଶଙ୍କର ଭୁବନେଶ୍ବର ଡିସିପି ଭାବେ ପୂର୍ବଭଳି କାର୍ଯ୍ୟଭାର ତୁଲାଇବେ। କାରଣ ଆଗକୁ ପୌର ନିର୍ବାଚନ ଆସୁଛି । ତେଣୁ ନୂଆ ଡିସିପିଙ୍କୁ ଦାୟିତ୍ୱ ଦେବା ସରକାରଙ୍କ ପାଇଁ ଚାଲେଞ୍ଜ ସଦୃଶ ହେବ । ସେହିଭଳି ୨୦୧୮ ବ୍ୟାଚ୍‌ର ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ବରର ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତ କରାଯାଇଛି। ସୁଶ୍ରୀ ଏବେ କେସିଙ୍ଗାରେ ଏସ୍‌.ଡି.ପି.ଓ ଭାବେ କାର୍ଯ୍ୟ ତୁଲାଉଛନ୍ତି । ପୂର୍ବରୁ ଟ୍ରାଫିକ ଡି.ସି.ପି ଭାବେ  ଆଇ.ପି.ଏସ୍ ସାଗରିକା ନାଥ ଓ ସୌମ୍ୟା ମିଶ୍ର ଏହି ପଦବିରେ ରହିଥିଲେ।

ସେହିଭଳି ୩ଟି ନୂଆ ଥାନାର ଶୁଭାରମ୍ଭ ପରେ ପ୍ରଥମ ଥର ପାଇଁ କମିଶନରେଟ ପୋଲିସ ବ୍ୟବସ୍ଥା ରେ କ୍ରାଇମ ଡି.ସି.ପି ଭାବେ ଦାୟିତ୍ୱ ତୁଲାଇବେ ଟ୍ରାଫିକ ଡି.ସି.ପି ଥିବା ମାୟାଧର ସେଠୀ । ପୂର୍ବରୁ ଏମିତି ପଦବି ନଥିଲା। ନୂଆ ବର୍ଷ ପୂର୍ବରୁ ଭୁବନେଶ୍ବର-କଟକ ଲାଗି ରାଜଧାନୀରେ ଗୋଟିଏ ସ୍ବତନ୍ତ୍ର ଅପରାଧ ଶାଖା ଖୋଲିଦିଆଗଲା, ଯାହା ଦାୟିତ୍ବରେ ମଧ୍ୟ ମାୟାଧର ରହିବେ। ଉଦ୍ଦେଶ୍ୟ ହେଲା ଅପରାଧ ଦମନ କରିବା । କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏହାର ଅଫିସ ରହିବ ।

"ଆଗକୁ ଭୁବନେଶ୍ବର ମହାନଗର ନିର୍ବାଚନ ହେବାକୁ ଅଛି । ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜ ରହିବ। ଆଇନଶୃଙ୍ଖଳା କଥା ହେଉ ଅବା ଅପରାଧ ନିୟନ୍ତ୍ରଣ ସବୁ ଦିଗକୁ ପୋଲିସ ଗୁରୁତ୍ୱ ଦେବ ।   ଏସବୁକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଭୁବନେଶ୍ବରର ୨ଫାଣ୍ଡିକୁ ଥାନାର ସ୍ବୀକୃତି ମିଳିବା ପରେ ଭୁବନେଶ୍ୱରରେ ଏବେ ଥାନା ସଂଖ୍ୟା ୨୫ରେ ପହଞ୍ଚିଛି। ଏଥିମଧ୍ୟରୁ ପ୍ରାୟ ୬ଟି ଥାନାରେ ଡି.ଏସ୍‌.ପି ସ୍ତରୀୟ ଅଧିକାରୀ ଦାୟିତ୍ବରେ ଅଛନ୍ତି। ଦୁଇଟି ଥାନାରେ ନୂଆ କରି ଆଇ.ଆଇ.ସି ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବୁଧବାର ଶୁଭାରମ୍ଭ ହୋଇଥିବା ନୂଆ ଦୁଇଟି ଥାନାରେ ଏସ.ଆଇଙ୍କୁ ଥାନା ଦାୟିତ୍ୱ ଦିଆଯାଇଛି । ସେହିଭଳି ନୂଆପଲ୍ଲୀ ଥାନା ଦାୟିତ୍ୱରେ ଥିବା ଶରତ ସାହୁଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଇ କ୍ରାଇମବ୍ରାଞ୍ଚ ପଠେଇ ଦିଆଯାଇଛି। ତେଣୁ ଏହି ୩ଥାନା ସମେତ ବିଭିନ୍ନ ଥାନାରେ ଆଇ.ଆଇ.ସି ସ୍ତରରେ ଖୁବ୍ ଶୀଘ୍ର ଅଦଳବଦଳ ହେବା ସୁନିଶ୍ଚିତ," କହିଛନ୍ତି କମିସନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରୀ।

ସୂଚନାଯୋଗ୍ୟ, ଆଇ.ପି.ଏସ୍ ସାଗରିକା ନାଥ ଭୁବନେଶ୍ୱର ଟ୍ରାଫିକ୍ ଡି.ସି.ପି ଭାବେ ଦାୟିତ୍ବ ନେବା ପରେ ଯାନବାହାନ ଯାତାୟାତରେ ଅନେକ ସଂସ୍କାର ଆଣିଥିଲେ। ଏପରିକି ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ଅମାନିଆଙ୍କୁ ସାବାଡ୍ ମଧ୍ୟ କରିଥିଲେ। ସାଗରିକାଙ୍କ ସୁନ୍ଦରଗଡ ବଦଳି ପରେ ସୌମ୍ୟା ମିଶ୍ରଙ୍କୁ ଦାୟିତ୍ୱ ମିଳିଥିଲା । ହେଲେ ସେ କ୍ୟାଡର ଆଇପିଏସ୍ ବଦଳାଇ ପଞ୍ଜାବ ଯିବା ପରେ ଜଣେ ଓ.ପି.ଏସଙ୍କୁ ଟ୍ରାଫିକ ଦାୟିତ୍ୱ ମିଳିଥିଲା । ସେବେଠାରୁ ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥା ପୁଣି ଭୁସିଡ଼ି ଯାଇଥିଲା ।ଏବେ ମାୟାଧର ସେଠୀଙ୍କୁ ଡିସିପି ଦାୟିତ୍ୱ ସମ୍ବାଳୁଛନ୍ତି ।
Published by:Soumya Das
First published:
)}