ଚୀନ୍ ଯାଇଥାନ୍ତା କେଉଁଝରରେ ଜବତ ହୋଇଥିବା ବାଘ ଛାଲ ଓ ହାତୀ ଦାନ୍ତ; ତଦନ୍ତ ଚାଲିଛି

ରାଜ୍ୟରେ ବନ୍ୟ ଜନ୍ତୁ ଶିକାର ବଢ଼ି ଚାଲିଥିବା ବେଳେ କେବଳ ମିଡିଲମ୍ୟାନ୍ ଗିରଫ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ମାମଲାରେ ଶିକାରୀ ଗିରଫ ହୋଇପାରୁ ନ ଥିବା ବିଭାଗ ବିଭାଗ ମଧ୍ୟରେ ସମନ୍ବୟର ଅଭାବକୁ ପଦାରେ ପକାଇଛି ।

ଚୀନ୍ ଯାଇଥାନ୍ତା କେଉଁଝରରେ ଜବତ ହୋଇଥିବା ବାଘ ଛାଲ ଓ ହାତୀ ଦାନ୍ତ; ତଦନ୍ତ ଚାଲିଛି
କେଉଁଝରରେ ଜବତ ହୋଇଥିବା ବାଘ ଛାଲ ଓ ହାତୀ ଦାନ୍ତ
  • News18 Odia
  • Last Updated: February 9, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେଉଁଝରରେ ଆର୍‌.ଟି.ଓ. ଅଫିସ ନିକଟସ୍ଥ ଏକ ହୋଟେଲରେ ଡିଲ୍‌ ହେଉଥିବା ବେଳେ ଜବତ ହୋଇଥିବା ବାଘ ଚମଡା ଓ ହାତୀ ଦାନ୍ତକୁ ରାଜ୍ୟ ବାହାରର ଗ୍ରାହକଙ୍କୁ ବିକିବାକୁ ଯୋଜନା ହେଉଥିବା ଜଣାପଡ଼ିଛି । ତିନି ଜଣ ମିଡିଲମ୍ୟାନଙ୍କୁ ଗିରଫ କରିଛି ଏସ୍‌.ଟି.ଏଫ୍‌. । ସେମାନଙ୍କ ନିକଟରୁ ଦୁଇଟି ହାତୀ ଦାନ୍ତ ଓ ଗୋଟିଏ ବାଘ ଛାଲ ଜବତ ହୋଇଛି ।

ଶିକାରୀମାନଙ୍କ ଠାରୁ କମ୍‌ ଦାମରେ ଏହି ବନ୍ୟ ଜନ୍ତୁଙ୍କ ସାମଗ୍ରୀ ଆଣି ଉଚ୍ଚ ଦରରେ ରାଜ୍ୟ ବାହାରର ଗ୍ରାହକଙ୍କୁ ବିକିବାକୁ ଏକ ଯୋଜନାବଦ୍ଧ ଉପାୟରେ କାର୍ଯ୍ୟ ଚାଲିଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଜାଣିବାକୁ ପାଇଛି । ହେଲେ ନିୟମିତ ଭାବେ ବନ୍ୟ ଜନ୍ତୁ ଶିକାର ହେଉଥିବା ବେଳେ କେବଳ ମିଡିଲମ୍ୟାନ୍‌ ଗିରଫ ହେଉଥିବା ଓ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ମାମଲାରେ ଶିକାରୀ ଗିରଫ ହୋଇପାରୁ ନ ଥିବା ବିଭାଗ ବିଭାଗ ମଧ୍ୟରେ ସମନ୍ବୟର ଅଭାବକୁ ପଦାରେ ପକାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୨୯ ଲକ୍ଷ ଟଙ୍କା ନେବା ପରେ ବି ସନ୍ନି ଲିଓନି ଇଭେଣ୍ଟରେ ପହଞ୍ଚିଲେନି; ପୋଲିସ ତାଙ୍କୁ ଜେରା କଲା

କେଉଁଝରରେ ସୋମବାର ଦିନ ଜବତ ହୋଇଥିବା ବନ୍ୟ ଜନ୍ତୁ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ଡିଲ୍‌ ଚାଲିଥିବା ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଏସ୍‌.ଟି.ଏଫ୍‌. ଚଢାଉ କରିଥିଲା । ତିନି ଜଣ ଅଭିଯୁକ୍ତ – ମୟୂରଭଞ୍ଜ କରଞ୍ଜିଆର ସେଖ୍‌ ହସମତ ଅଲି, ଚନ୍ଦ୍ରକାନ୍ତ ଧଳ ଓ ମଳୟ କୁମାର ରାଉତ – ଗିରଫ ହୋଇଥିଲେ । ଏସ୍‌.ଟି.ଏଫ୍‌. ସୂତ୍ରଙ୍କ ଅନୁସାରେ ଏହି ବାଘ ଛାଲ ଓ ହାତୀ ଦାନ୍ତ ଚୀନ୍‌ ପଠାଯାଇଥା’ନ୍ତା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଲିୟା କଶ୍ୟପନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେ

ବଡ଼ କଥା ହେଲା ଅସମତ ଅଲି ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ । ଜେଲରୁ ଫେରିବା ପରେ ସେ ପୁଣି ଜଙ୍ଗଲୀ ଜନ୍ତୁ ସାମଗ୍ରୀ ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ଏସ୍‌.ଟି.ଏପ୍‌.ଏସ୍‌.ପି. ପ୍ରଶାନ୍ତ ଭୋଇ କହିଛନ୍ତି, ‘‘ବର୍ଷେ ଭିତରେ ଆଠଟି କେସ୍‌ ଭିତରୁ ଏହି କେସ୍‌ ଗୋଟିଏ । ହାତୀ ଦାନ୍ତ ସହ ଚମଡା ଚାଲାଣ ନେଇ କିଛି ବାହାର ରାଜ୍ୟ ସହ ବିଦେଶୀ ଲିଙ୍କ୍‌ ଆମ ନଜରକୁ ଆସିଛି । ତାକୁ ନେଇ ଖୋଲତାଡ଼ ଚାଲିଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରଙ୍ଗୀଲା ଗର୍ଲ୍ଉର୍ମିଳା ମାତୋଣ୍ଡକର୍ ୪୭ ବର୍ଷର ହେଲେ; ଏବେ ବି ତାଙ୍କ ଯାଦୁ ସେମିତି ଅଛି

କେଉଁଝରରୁ ଯେଉଁ ମିଡିଲମ୍ୟାନ ଗିରଫ ହୋଇଛନ୍ତି ସେମାନେ କେଉଁଠାରୁ ଶିକାର କରିଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ । କ୍ରାଇମ୍‌ ବ୍ରାଞ୍ଚ୍‌ ସୁତ୍ରରୁ ମିଳିଥିବା ତଥ୍ୟ ମୁତାବକ ଏହି ବର୍ଷ ବର୍ଷକରେ ଆଠଟି କଲରାପତରିଆ ବାଘ ଚମଡ଼ା, ଚାରିଟି ହାତୀ ଦାନ୍ତ, ପାଞ୍ଚ କିଲୋ ବଜ୍ରକାପ୍ତା ଛାଲ, ଦୁଇଟି ଜୀବନ୍ତ ବଜ୍ରକାପ୍ତା ଓ ଦୁଇଟି ହରୀଣ ଛାଲ ଜବତ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା

‘‘ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ବର୍ତ୍ତମାନ ସୁଦ୍ଧା ଜଣେ ବି ଶିକାରୀ ଗିରଫ ହୋଇପାରୁ ନାହାନ୍ତି । ଏପରିକି ଏକ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ କରିବାକୁ ମୁଖ୍ୟ ମନ୍ତ୍ରୀ ୨୦୦୮ରେ ଘୋଷଣା କରିଥିଲେ ବି କୌଣସି ବିଭାଗର ଆନ୍ତରିକତା ନ ଥିବାରୁ ତାହା କଥାରେ ହିଁ ରହିଯାଇଛି,’’ କହିଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ।



ଓଡ଼ିଶାରେ ଦିନକୁ ଦିନ ବନ୍ୟ ପ୍ରାଣୀ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏବେ ବି ଶିକାର ଅନବରତ ଚାଲିଛି । ଗତ କିଛି ବର୍ଷ ମଧ୍ୟରେ ଜବତ ହେଉଥିବା ଏତେ ସଂଖ୍ୟାର ବନ୍ୟ ଜନ୍ତୁ ସାମଗ୍ରୀ ଏହାର ସ୍ଫଷ୍ଟ ଉଦାହରଣ । ଆଗକୁ ସମୟ ଥାଉ ଥାଉ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆଗକୁ ପରିସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
Published by: Anand Shankar Thankur Das
First published: February 9, 2021, 11:54 PM IST