Keonjhar Road Accident: ଅଟୋ ଓ ପିକ୍ଅପ୍ ଭ୍ୟାନ୍ ଧକ୍କା: ୪ ମୃତ, ୩ ଗୁରୁତର

Keonjhar Road Accident: ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ଯୋଗୁଁ ଚାଲିଗଲା ୪ ପରିବା ବିକାଳିଙ୍କ ଜୀବନ ।

ଚାଲିଗଲା ୪ ପରିବା ବିକାଳିଙ୍କ ଜୀବନ

ଚାଲିଗଲା ୪ ପରିବା ବିକାଳିଙ୍କ ଜୀବନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Keonjhar Road Accident: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା-ନରଣପୁର ରାସ୍ତାର ବସନ୍ତପୁର ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଣିପଶି ଛକରେ ଘଟିଛି ଏଭଳି ଦୁର୍ଘଟଣା  ।

ବଡ଼ କମଣ୍ଡରା ଗ୍ରାମର ଚାଷୀ ମାନେ ସୋଲା ବିକିବାକୁ ଅଟୋ ନମ୍ବର ଓଡି 09 ଏନ 1883ରେ କେନ୍ଦୁଝର ଆସିଥିଲେ । କେନ୍ଦୁଝରରୁ ଘରକୁ ଫେରୁଥିବା ସମୟରେ ଉକଚାବେଡା ନିକଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ପିକଅପ ନମ୍ବର ଓଡି 11ଏ 1456 ସହିତ ଧକ୍କା ହୋଇଥିଲା ।

ମୃତକମାନେ ହେଉଛନ୍ତି ନବୀନ ନାଏକ, ଜୀବନ ନାଏକ, ରାଧୁ ନାଏକ ଓ ପ୍ରହଲ୍ଲାଦ ନାଏକ। ଏମାନେ ସମସ୍ତେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼କମଣ୍ଡର ଗାଁର ବୋଲି ଜଣାଯାଇଛି।  ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ମୃତଦେହକୁ ଅଟକ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିବା ଜଣାପଡିଛି।
Published by:Soumya Das
First published: