କେନ୍ଦୁଝର: ୧୩ ବର୍ଷୀୟ ବାଳକ ପାଇଲା ନୂଆ ଜୀବନ; ତା’ ଶରୀରରେ ସଫଳ ହୃତପିଣ୍ଡ ପ୍ରତିରୋପଣ ହେଲା

ସାତ ବର୍ଷ ବୟସରୁ ବାଦଲ୍ ହୃଦରୋଗରେ ପୀଡି଼ତ ଥିବା ଜଣାପଡିଥିଲା । ତା’ ପରିବାର ଆର୍ଥିକ ସ୍ବଚ୍ଛଳ ନ ଥିବାରୁ ତା’ ଚିକିତ୍ସା କରାଇ ପାରି ନ ଥିଲେ । ଏବେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ ଯୋଜନାରେ ପ୍ରଥମ ଥର ପାଇଁ ପୂର୍ବ ଭାରତରେ ଏହି ବିରଳ ସର୍ଜରୀ ହୋଇଛି ।

କେନ୍ଦୁଝର: ୧୩ ବର୍ଷୀୟ ବାଳକ ପାଇଲା ନୂଆ ଜୀବନ; ତା’ ଶରୀରରେ ସଫଳ ହୃତପିଣ୍ଡ ପ୍ରତିରୋପଣ ହେଲା
ଅସ୍ତ୍ରୋପଚାର ପରେ ବାଦଲ ପଇଦା
  • News18 Odia
  • Last Updated: March 30, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଅଭୟ କୁମାର ମହାପାତ୍ର | News18 Odia Digital

କେନ୍ଦୁଝର: ପ୍ରଥମ ଥର ପାଇଁ ପୂର୍ବ ଭାରତରେ ଜଣେ ୧୩ ବର୍ଷ ବୟସ୍କ ବାଳକର ଶରୀରରେ ସଫଳ ହୃତପିଣ୍ଡ ପ୍ରତିରୋପଣ ହୋଇଛି । ଏହା ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ ଯୋଜନାରେ ସମଗ୍ର କେନ୍ଦୁଝର ଜିଲ୍ଲାରେ ତଥା ରାଜ୍ୟରେ ଏକ ବିରଳ ଓ ସଫଳ ଅସ୍ତ୍ରୋପଚାର ।

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟର ଦରବାର୍‌ ହଲର ପରିବେଶ ଥିଲା ନିଆରା । ୧୩ ବର୍ଷୀୟ ବାଳକ ବାଦଲ୍ ପଇଦା ଓ ତା’ ବାପାଙ୍କ ମନରେ ଥିଲା ଅସୁମାରୀ ଆନନ୍ଦ । ଯାହା ଦିନେ ସମ୍ଭବ ହେବ ବୋଲି ଭାବି ନ ଥିଲେ ସେମାନେ, ତାହା ସମ୍ଭବ ହୋଇଥିଲା । ନୂଆ ଜୀବନ ପାଇଥିଲା ୧୩ ବର୍ଷୀୟ ବାଦଲ୍ । ସଫଳ ହୋଇଥିଲା ସେହି ବିରଳ ଅସ୍ତ୍ରୋପଚାର ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି; ଜାଣନ୍ତୁ କେତେ

କୋଲକାତର ନାରାୟଣ ସୁପର୍‌-ସ୍ପେଶିଆଲିଷ୍ଟ୍ ହସ୍ପିଟାଲରେ ବାଦଲର ହୃତପିଣ୍ଡ ପ୍ରତିରୋପଣ ହୋଇଥିଲା । ଏହା ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ ଯୋଜନାରେ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହାୟତା ଯୋଗୁଁ ସମ୍ଭବ ହୋଇଥିଲା । ଏହି ଅସ୍ତ୍ରୋପଚାରକୁ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟର୍ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ ଯୋଜନାରେ ଉପକୃତ ଅନ୍ୟ ଏକ ଶିଶୁ ସହ ତା’ ମାଆ


‘‘ପୂର୍ବରୁ ଟିକେ ଖେଳିଲେ କିମ୍ବା ବୁଲିଲେ ଧଇଁସଇଁ ଲାଗୁଥିଲା ଓ ମୁଁ ଅଚେତ୍ ହୋଇ ପଡି଼ଯାଉଥିଲି । ମୋ’ ସାଙ୍ଗମାନେ ଜାଣିପାରୁ ନ ଥିଲେ ମୋ’ର କ’ଣ ହେଲା ବୋଲି । ପରେ ଠିକ୍ ହେବା ପରେ ଘରକୁ ଫେରୁଥିଲି । ହେଲେ ଏବେ ଚିକିତ୍ସିତ ହେବା ପରେ ସେ ଅବସ୍ଥା ଆଉ ନାହିଁ । ଏବେ ମୋତେ ଭଲ ଲାଗୁଛି,’’ କହିଛନ୍ତି ହୃତପିଣ୍ଡ ପ୍ରତିରୋପଣ ହୋଇଥିବା ୧୩ ବର୍ଷର ବାଳକ ବାଦଲ୍ ପଇଦା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗର୍ଭବତୀ ଲିସା ହେଡେନ୍ 'ବିକିନି ଫଟୋଶୁଟ୍' କରାଇଲେ; ଫିଟ୍ନେସ୍ ଦେଖି ଫ୍ୟାନ୍ମାନେ ଚକିତ ହେଲେ

ବାଦଲର ବାପା ରବୀନ୍ଦ୍ର ପଇଦା କହିଛନ୍ତି ଯେ ବାଦଲ୍‌ ସାନ ଥିବା ବେଳେ ଥରେ ନଦୀରେ ଗାଧୋଉଥିବା ବେଳେ ତାଙ୍କ ଆଗରେ ଅଚେତ୍ ହୋଇ ପଡି଼ଯାଇଥିଲା । ‘‘ତା’ ପରେ ମୁଁ ତାକୁ କେନ୍ଦୁଝର ଆଣିଥିଲି । ସେଠାରେ ଜଣା ପଡି଼ଥିଲା ଯେ ତା’ର ହୃତପିଣ୍ଡ ଖରାପ ଅଛି । ହେଲେ ଅର୍ଥାଭାବରୁ ମୁଁ ଆଉ ତା’ର ଅଧିକ ଚିକିତ୍ସା କରି ପାରି ନ ଥିଲି । ସ୍କୁଲର ଶିକ୍ଷକମାନେ ମୋତେ ସାହାଯ୍ୟ କରିଥିଲେ । ଆଜି ସରକାର ମୋତେ ସହାୟତା ଦେଇ ନ ଥିଲେ ମୋ’ ପୁଅର ଜୀବନ ବଞ୍ଚି ପାରି ନ ଥାନ୍ତା’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

ଘଟଗାଁ ବ୍ଲକ ବଡ଼ଜାମୁପଶିରେ ରହୁଥିବା ବାଦଲ୍ ପଇଦା ସାତ ବର୍ଷ ବୟସରୁ ହୃଦରୋଗରେ ପୀଡି଼ତ ଥିବା ଜଣାପଡିଥିଲା । ବାପା ରବୀନ୍ଦ୍ର ନିଜେ ଆର୍ଥିକ ସ୍ବଚ୍ଛଳ ନ ଥିବାରୁ ପୁଅର ଚିକିତ୍ସା କରାଇ ପାରି ନ ଥିଲେ । ହେଲେ ୨୦୧୮ ମସିହାରୁ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ ଯୋଜନାରେ ଜିଲ୍ଲା ପ୍ରଶାସନ ସହାୟତାରେ ବାଦଲର ଚିକିତ୍ସା ଆରମ୍ଭ ହୋଇଥିଲା । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଲକାତାର ନାରାୟଣ ସୁପର୍‌-ସ୍ପେଶିଆଲିଟି ହସ୍ପିଟାଲ୍ ସହିତ ଯୋଗାଯୋଗ କରାଯାଇଥିଲା । ଗତ ଜାନୁଆରୀ ମାସରେ ଜଣେ ହୃତପିଣ୍ଡ ଡୋନର୍ ମିଳିବା ପରେ ଫେବୃଆରୀ ୨ ତାରିଖରେ କୋଲକାତାରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

‘‘ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ ଯୋଜନାରେ ପୂର୍ବ ଭାରତରୁ ପ୍ରଥମ ଥର ପାଇଁ ୧୩ ବର୍ଷୀୟ ବାଳକ ବାଦଲ୍‌ ପଇଦାର ହୃତପିଣ୍ଡ ପ୍ରତିରୋପଣ କରାଗଲା । ଏହାକୁ ନେଇ ଆମେ ସମସ୍ତେ ବହୁତ ଖୁସି । ସେ ଜଣେ ଆର୍ଥିକ ଅନଗ୍ରସର ପରିବାରର ପିଲା ହୋଇଥିବା କାରଣରୁ ଅସ୍ତ୍ରୋପଚାର ପରବର୍ତ୍ତୀ ଚିକିତ୍ସା ସୁବିଧା ସେ କିପରି ପାଇପାରିବ, ସେ ନେଇ ମଧ୍ୟ ଆମେ ଚେଷ୍ଟା କରୁଛୁ,’’ କହିଛନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାଶ ।

ଏହା ବି ପଢ଼ନ୍ତୁ | ଫିଲ୍ମସ୍ଲମ୍ଡଗ୍ ମିଲିଅନେୟାର୍' ଏହି ଅଭିନେତାଙ୍କୁ ଯୌନ ଆକ୍ରମଣ ମାମଲାରେ ଜାମିନ ମିଳିଲା

କେବଳ ବାଦଲ୍ ନୁହେଁ, ଏହି ଯୋଜନରେ କେନ୍ଦୁଝର ଜିଲ୍ଲାର ଜନ୍ମରୁ ୧୮ ବର୍ଷ ଯାଏଁ ଅନେକ ଶିଶୁ ଉପକୃତ ହୋଇଛନ୍ତି । ଏହାକୁ ନେଇ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।



‘‘ମୋ’ ପୁଅର ବି ହୃଦରୋଗ ଥିଲା । ବହୁତ ଆଡ଼େ ବୁଲିଲି ଓ ଅନେକ ଲୋକଙ୍କୁ ହାତ ପାତିଲେ, ହେଲେ କିଛି ହେଉ ନ ଥିଲା । ଶେଷରେ ଏହି ଡାକ୍ତରମାନେ ମୋତେ ସାହାଯ୍ୟ କଲେ । ଡାକ୍ତରଖାନାକୁ ଯିବା, ରହିବା, ଖାଇବା, ପୁଅର ଅସ୍ତ୍ରୋପଚାର ସବୁ ମାଗଣାରେ ହେଲା । ସରକାର ମୋତେ ବହୁତ ସାହାଯ୍ୟ କଲେ । ନହେଲେ ମୁଁ ଏସବୁ କରି ପାରି ନ ଥାନ୍ତି ’’ କହିଛନ୍ତି ଚିକିତ୍ସିତ ହେଉଥିବା ଜଣେ ବାଳକର ବାପା ପୁକ ପଲେଇ ।
Published by: Anand ST Das
First published: March 30, 2021, 11:58 PM IST