ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ଓ ତା’ ପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା

କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ଓ ତା’ ପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା

Woman murdered by throat slit, baby boy found alive nearby in Kendrapara | ହୁଏତ ଶିଶୁଟି ରାତିରେ ଖୋଲା ଆକାଶ ତଳେ ମା’ର ରକ୍ତାକ୍ତ ଶବରୁ ସ୍ତନ୍ୟପାନ କରିବା ବେଳେ ତା’ ମୁହଁ ସାରା ରକ୍ତ ଲାଗିଥିଲା । ମହିଳାଙ୍କ ହତ୍ୟାକାରୀ ନିଶ୍ପାପ ଶିଶୁଟିକୁ ହତ୍ୟା କରିବା ଉଚିତ୍ ନୁହେଁ ବୋଲି ଭାବି ତାକୁ ଛାଡ଼ିଦେଇଥିବା ଅନୁମାନ କରାଯାଉଛି ।

କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ଓ ତା’ ପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା
ମୃତା ମହିଳାଙ୍କ ଶବ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେନ୍ଦ୍ରାପଡ଼ା: ପିଚୁ ସଡ଼କର ଅନତି ଦୂରରେ ବୁଦାରେ ପଡ଼ିଥିଲା ଜଣେ ମହିଳାଙ୍କ ରକ୍ତାକ୍ତ ଶବ । ତାଙ୍କ ଗଳା କାଟି ତାଙ୍କୁ ହତ୍ୟା କରାଯାଇଥିଲା । ଓଦା ମାଟି ତାଙ୍କ ରକ୍ତରେ ଆହୁରି ଭିଜି ଲାଲ୍‌ ଦିଶୁଥିଲା । ତଳକୁ ମୁହଁ ମାଡ଼ି ପଡ଼ିଥିବା ଶବ ନିକଟରେ ପଡ଼ିଥିଲା ପାଖାପାଖି ତିନି ବର୍ଷର ଶିଶୁ ପୁତ୍ର । ସେ ଜୀବିତ ଥିଲା ଓ ତା’ ମୁହଁ ସାରା ରକ୍ତ ଲାଗିଥିଲା । ଶିଶୁଟି ଅଚେତ ଥିଲା ।

ଏହି ବୀଭତ୍ସ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ଅଞ୍ଚଳରେ । ଶନିବାର ସକାଳେ କଣ୍ଡରାପାଟିଆ-ଜମ୍ବୁ ରାସ୍ତା କଡ଼ରେ ଲୁଣା ଜଙ୍ଗଲରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ୨୫ରୁ ୩୦ ବର୍ଷୀୟା ଏହି ମହିଳାଙ୍କ ଶବ ଯେମିତି ଢଙ୍ଗରେ ପଡ଼ିଥିଲା ତାକୁ ଦେଖି ଲାଗୁଥିଲା ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ସେଇଠି ଫିଙ୍ଗିଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ମହିଳାଙ୍କ ହତ୍ୟା ଶୁକ୍ରବାର ରାତିରେ କରାଯାଇଥିବା ସନ୍ଦେହ କରାଯାଉଛି । ଶବ ନିକଟରେ ଏକ ମଙ୍ଗଳସୂତ୍ର ପଡ଼ିଥିଲା । ତା’ ପାଖରେ ପଡ଼ିଥିଲା ଗୋଟିଏ ରକ୍ତଲଗା ଛୁରୀ, ଯୋଡ଼େ ଗ୍ଲୋଭସ୍‌ ଓ ଗୋଟିଏ ମହାବୀର ମାର୍କା ତମ୍ବାକୁ ପ୍ୟାକେଟ୍‌ । ଏହି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶିଥିଲା । ସେମାନେ ତୁରନ୍ତ ସରପଞ୍ଚ ଓ ପୋଲିସକୁ ଖବର ଦେଇଥିଲେ ଓ ଶିଶୁ ପୁତ୍ରଟିକୁ ମହିଳାଙ୍କ ଶବ ନିକଟରୁ ବାହାରକୁ ଆଣି ତା’ ମୁହଁରେ ପାଣି ଛାଟି ତା’ ଚେତା ଫେରାଇ ଆଣିଥିଲେ ।

ଶିଶୁ ପୁତ୍ରକୁ ମହିଳାଙ୍କ ଶବ ନିକଟରୁ ବାହାରକୁ ଆଣୁଛନ୍ତି ସ୍ଥାନୀୟ ଲୋକେ ।


ଜୀନ୍ସ ହାଫ୍‌ ପ୍ୟାଣ୍ଟ୍‌ ଓ ସାର୍ଟ ସହ ବୁଟ୍‌ ଜୋତା ପିନ୍ଧିଥିବା ଶିଶୁ ପୁତ୍ରଟିର ଗଳାରେ ସୁନାର ଏକ ଲକେଟ ଥିଲା । ତା’ ଚେତା ଫେରିଆସିବା ପରେ ସେ ସମସ୍ତଙ୍କୁ ଚକିତ ହୋଇ ଅନାଉଥିଲା । ହୁଏତ ଶିଶୁଟି ରାତିରେ ଖୋଲା ଆକାଶ ତଳେ ମା’ର ରକ୍ତାକ୍ତ ଶବରୁ ସ୍ତନ୍ୟପାନ କରିବା ବେଳେ ତା’ ମୁହଁ ସାରା ରକ୍ତ ଲାଗିଥିଲା । ମହିଳାଙ୍କ ହତ୍ୟାକାରୀ ନିଶ୍ପାପ ଶିଶୁଟିକୁ ହତ୍ୟା କରିବା ଉଚିତ୍‌ ନୁହେଁ ବୋଲି ଭାବି ତାକୁ ଛାଡ଼ିଦେଇଥିବା ଅନୁମାନ କରାଯାଉଛି ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ମୃତା ମହିଳା ଜମ୍ବୁ ବା ସୁନୀତି ପଞ୍ଚାୟତର ହୋଇ ନ ଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୋଲିସ ତାଙ୍କ ପରିଚୟ ଓ ହତ୍ୟାକାରୀର ସୁରାଗ ପାଇବାକୁ ପ୍ରୟାସ ଆରମ୍ଭ କରିଛି । ଘଟଣାର ଖବର ପାଇ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବରିଷ୍ଠ ଅଧିକାରୀଙ୍କ ସହ ନିଜେ କେନ୍ଦ୍ରାପଡ଼ା ଏସ୍‌.ପି. ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ରକ୍ତଲଗା ଛୁରୀ, ଗ୍ଲୋଭସ୍ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା ପୋଲିସ ।

ଜଣେ ଉଦ୍ଧାରକର୍ତ୍ତାଙ୍କ କୋଳରେ ରକ୍ତାକ୍ତ ଶିଶୁ ପୁତ୍ର


ଏହା ବି ପଢ଼ନ୍ତୁ | ଏହି ମେଡିକାଲ୍ ଛାତ୍ରୀ ୧.୬୫ କୋଟି ଟଙ୍କାର ଯୌତୁକ ନେଇଥିଲେ; ନିର୍ଯ୍ୟାତନା ପରେ ‘ଆତ୍ମହତ୍ୟା’ କଲେ

‘‘ଆମେ ପିଲାଟି ବଞ୍ଚିଛି ବୋଲି ଦେଖିବା ପରେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଡାକି ତାକୁ କେନ୍ଦ୍ରାପଡ଼ା ସଦର ହସପିଟାଲକୁ ପଠେଇଲୁ । ଅଜଣା ମହିଳାଙ୍କ ଗଳା କଟାଯାଇଥିଲା ଓ ତାଙ୍କ ଶରୀର ରକ୍ତ ଜୁଡୁବୁଡୁ ଥିଲା । ସାଇଣ୍ଟିଫିକ୍‌ ଟିମ୍‌ ପ୍ରମାଣ ସଂଗ୍ରହ କରିବା ଆରମ୍ଭ କରିଛି,’’ କହିଛନ୍ତି ଜମ୍ବୁ ଥାନା ଅଧିକାରୀ ମହେଶ୍ବର ସେଠୀ ।

ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

ଘଟଣା ସ୍ଥଳକୁ ଆସିଥିବା କେନ୍ଦ୍ରାପଡ଼ା ଏସ୍‌.ଡି.ପି.ଓ. ରାଜୀବ ଲୋଚନ ପଣ୍ଡା କହିଛନ୍ତି, ‘‘ଆମେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଆସି ଯାହା ପ୍ରମାଣ ଉପଲବ୍ଧ ସବୁ ସଂଗ୍ରହ କରିଛୁ । ଆମେ ସବୁ କୋଣରୁ ଏହି ଘଟଣାର ତଦନ୍ତ ଆରମ୍ଭ କରିଛୁ ।’’



ଏ ପର୍ଯ୍ୟନ୍ତ ଜାଣିବା ସମ୍ଭବ ହୋଇନି ଯେ ସେହି ଲୁଣା ଜଙ୍ଗଲ ଭିତରେ ମହିଳାଙ୍କୁ ହତ୍ୟା କରାଯାଇଥିଲା ନା ଅନ୍ୟ କେଉଁଠି ତାଙ୍କୁ ହତ୍ୟା କରି ସେଇଠି ଫିଙ୍ଗି ଦିଆଯାଇଥିଲା । ମୃତ ଦେହ ପାଖରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଶିଶୁ ପୁତ୍ରଟି ମହିଳାଙ୍କର ବୋଲି ଅନୁମାନ କରାଯାଉଥିଲେ ବି ଏହା ବିଷୟରେ ଏ ପର୍ଯ୍ୟନ୍ତ ନିଶ୍ଚିତ ରୂପେ ଜଣାପଡ଼ିନାହିଁ ।
Published by: Anand ST Das
First published: June 26, 2021, 10:20 PM IST