କେନ୍ଦ୍ରାପଡ଼ା ଯୁବକର ହତ୍ୟା ପଛରେ ପଟ୍ଟାମୁଣ୍ଡାଇ ପୋଲିସ୍ SIଙ୍କ ସହ ଥିବା ତା’ ପ୍ରେମ କାରଣ ନୁହେଁ ତ?

ଦୀର୍ଘ ୧୨ ବର୍ଷ ତଳୁ ପ୍ରେମ କରିଆସୁଥିବା ଦେବାଶିଷଙ୍କୁ ପୋଲିସ୍ SI ଚନ୍ଦ୍ରିକା ମହାପାତ୍ର ଚାକିରୀ ପାଇବା ପରେ ୨୦୧୮ ମସିହାରୁ ବିବାହ ପାଇଁ ଅରାଜି ହେବା ଓ ଦେଢ଼ ମାସ ତଳେ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ା ଯୁବକର ହତ୍ୟା ପଛରେ ପଟ୍ଟାମୁଣ୍ଡାଇ ପୋଲିସ୍ SIଙ୍କ ସହ ଥିବା ତା’ ପ୍ରେମ କାରଣ ନୁହେଁ ତ?
ମୃତ ଯୁବକ ଦେବାଶିଷ ସେଠୀ; (ଡାହାଣ) ତାଙ୍କ ପୂର୍ବ ପ୍ରେମିକା ଓ ବର୍ତ୍ତମାନର ପୋଲିସ୍ ଏସ୍. ଆଇ. ଚନ୍ଦ୍ରିକା ମହାପାତ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗତ ୪ ତାରିଖ ଦିନ କେନ୍ଦ୍ରାପଡ଼ା ଜମଧର ଗ୍ରାମର ଯୁବକ ଦେବାଶିଷ ସେଠୀଙ୍କ ହତ୍ୟା ମାମଲାରେ ପଟ୍ଟାମୁଣ୍ଡାଇ ଥାନାର ଏସ୍‌. ଆଇ. ଚନ୍ଦ୍ରିକା ମହାପାତ୍ରଙ୍କ ସଂଲିପ୍ତତାର ଅଭିଯୋଗ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଏକ ୧୫ ଜଣିଆ କଂଗ୍ରେସ ପ୍ରତିନିଧିଦଳ କମିଶନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ଏହି ହତ୍ୟା ମାମଲାରେ ଜଡ଼ିତ ପଟ୍ଟାମୁଣ୍ଡାଇ ଥାନାର ଏସ୍‌. ଆଇ. ଚନ୍ଦ୍ରିକା ମହାପାତ୍ରଙ୍କୁ ଚାକିରିରୁ ବରଖାସ୍ତ କରି ଗିରଫ କରିବା, ମୃତ ଦେବାଶିଷଙ୍କୁ ଫୋନ କରି ପୁରୀ ଡାକିନେଇଥିବା ତାଙ୍କ ସହଯୋଗୀ ମନୋଜ ମହାପାତ୍ର ଏବଂ ପ୍ରମଥ ବିଶ୍ୱାସଙ୍କୁ ଗିରଫ କରିବା ସହ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ମୃତକଙ୍କ ବିଧବା ମା’କୁ ୩୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଦାବି କରିଛନ୍ତି।



ଜୁଲାଇ ୪ରେ ପୁରୀର ବଳିଆପଣ୍ଡାରେ ଭାର୍ଗଭୀ ନଦୀରୁ ଦେବାଶିଷଙ୍କଶବ ମିଳିଥିଲା ।


ଜୁଲାଇ ୪ ତାରିଖ ଦିନ କେନ୍ଦ୍ରାପଡା ସମେତ କଟକ, ଭୁବନେଶ୍ୱର ଓ ପୁରୀ ସହର କରୋନା ପ୍ରତିକାର ପାଇଁ ସମ୍ପୂର୍ଣ୍ଣ ସଟଡାଉନ ଥିବା ବେଳେ ଦେବାଶିଷଙ୍କୁ ଚନ୍ଦ୍ରିକାଙ୍କ ସାଙ୍ଗମାନେ ବାଧ୍ୟ କରି ଜରୁରୀ କାମ ବାହାନାରେ କେନ୍ଦ୍ରାପଡ଼ା ଜମଧର ଗ୍ରାମରୁ ପୁରୀକୁ ଡାକିବା, ବଳିଆପଣ୍ଡାରେ ଭାର୍ଗଭୀ ନଦୀ ମୁହାଣ ନିକଟରୁ ଜବତ ହୋଇଥିବା କୋରାପୁଟ ନମ୍ବର ଥିବା ମାରୁତି ୱାଗନ-ଆର କାର ଭିତରେ ତକିଆ, ବେଡ଼ସିଟ ଓ ଭଙ୍ଗା ମଦ ବୋତଲ ମିଳିବା, ଅପରିଚିତ ଦୁଇ ବ୍ୟକ୍ତି ପେଟ ଯାଏ ପାଣି ଥିବା ନଦୀର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରବେଶ କରି ଶବ ଆବିଷ୍କାର କରିବା ଆଦି ବିଷୟକୁ ଅନୁସନ୍ଧାନରେ ଗୁରୁତ୍ୱ ନ ଦେବା ଯୋଗୁଁ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି ।

କଂଗ୍ରେସ ନେତାମାନେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଚନ୍ଦ୍ରିକାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


ଦୀର୍ଘ ୧୨ ବର୍ଷ ତଳୁ ପ୍ରେମ କରୁଥିବା ଦେବାଶିଷଙ୍କୁ ପୋଲିସ୍‌ ଏସ୍‌.ଆଇ. ଚନ୍ଦ୍ରିକା ମହାପାତ୍ର ଚାକିରୀ ପାଇବା ପରେ ଗତ ୨୦୧୮ ମସିହାରୁ ବିବାହ ପାଇଁ ଅରାଜି ହେବା ଏବଂ ଗତ ଦେଢ଼ ମାସ ତଳେ ଦୁହିଁଙ୍କ ମଧ୍ୟରେ ହୋଇଥିବା ମତାନ୍ତର ପରେ କିଛି ପୋଲିସ ଶୁଭେଛୁଙ୍କ ଦ୍ଵାରା ଆପୋଷ ବୁଝାମଣା ବିଷୟକୁ ମଧ୍ୟ ପୋଲିସ ଅଣଦେଖା କରିବା ନେଇ ଅଭିଯୋଗ ହୋଇଛି । ଦୀର୍ଘ ୨୪ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଆସାମୀ ଗିରଫ ନ ହେବା ପୋଲିସର ତଦନ୍ତରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

ଏହା ବି ପଢ଼ନ୍ତୁ:  WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ପୁରୀ ବଳିଆପଣ୍ଡା ଥାନାରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲାର ତଦନ୍ତରେ ପକ୍ଷପାତିତା କରାଯାଉଥିବା କଂଗ୍ରେସ ଅଭିଯୋଗ କରି କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛି।



କଂଗ୍ରେସର ଏହି ପ୍ରତିନିଧି ଦଳରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ହଳଧର ସେଠି, ଦୀପକ କୁମାର ମହାପାତ୍ର, ଜମ୍ବେଶ୍ୱର ମଲ୍ଲିକ, ଲିଙ୍ଗରାଜ ସାହୁ, ମାନସ କୁମାର ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ସୁଶାନ୍ତ କୁମାର ତ୍ରିପାଠୀ, ଚିନ୍ମୟ ସୁନ୍ଦର ଦାଶ, ଦେବୀ ପ୍ରସାଦ ବାହାଲିଆ, ବୁନା ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି ଓ କହ୍ନେଇ ସେଠୀ ପ୍ରମୁଖଙ୍କ ସହ ମୃତକ ଦେବାଶିଷ ସେଠୀଙ୍କ ବିଧବା ମା’ ଭଗବତୀ ସେଠି ଓ ମଉସା ଉଛବାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
Published by: Anand Shankar Thankur Das
First published: July 29, 2020, 9:36 PM IST
corona virus btn
corona virus btn
Loading