News18 Odia Digital
କେନ୍ଦ୍ରାପଡା: ସରପଞ୍ଚଙ୍କ ହାତରେ କୋଦାଳ । ଗାଁ ଲୋକଙ୍କ ସହ ମିଶି ପୋଖରୀ ଖୋଳାରେ ହୋଇଛନ୍ତି ସାମିଲ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତର ମହିଳା ସରପଞ୍ଚ ନିଜେ ହାତରେ କୋଦାଳ ଧରି ପୋଖରୀ ଖୋଳିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଏନେଇ ବିଭିନ୍ନ ମହଲରେ ତାଙ୍କର ପ୍ରଶଂସା କରାଯାଇଛି ।
ଧନୀଘର ବୋହୂ l ପଞ୍ଚାୟତର ମୁଖ୍ୟ l ହାତରେ କୋଦାଳ, ମୁଣ୍ଡରେ ଟୋକେଇ। ଗାଁ ଲୋକଙ୍କ ସହ ମିଶି କାମ କରୁଛନ୍ତି ମହିଳା ସରପଞ୍ଚ। ମନରେଗା ଯୋଜନାରେ ନିଜେ ସାଧାରଣ ଲୋକଙ୍କ ସହ କାମ କରୁଛନ୍ତି ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ।
ଗ୍ରାମାଞ୍ଚଳ ଗରିବ ଲୋକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ପାଇଁ ସରକାର ମନରେଗା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ବିକାଶ ସାଙ୍ଗକୁ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବ l ମାତ୍ର ସରକାରୀ ହିସାବରେ ପାରିଶ୍ରମିକ କମ ମିଳୁଥିବାରୁ ଲୋକ ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉନି ମନରେଗା କାମ ପାଇଁ l ସେଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଂଚାୟତ ର ମହିଳା ସରପଞ୍ଚ ନେଇଛନ୍ତି ନିଆରା ପଦକ୍ଷେପ l
ପାନକାର୍ଡ଼ ଥିଲେ ଫ୍ରିରେ TV ଦେବେ ସରକାର; କେମିତି କରିବେ ଆବେଦନଚାଲିଛି ପୋଖରୀ ଖୋଲା l ମନରେଗା ଯୋଜନାରେ ବିଲିକଣା ପଞ୍ଚାୟତର ତ୍ରିନାଥ ମନ୍ଦିର ପାଖ ପୋଖରୀ l ୪୦ ରୁ ୫୦ ପୁରୁଷ ଓ ମହିଳା ମିଶି କାମ କାମ କରୁଛନ୍ତି l ସେମାନଙ୍କ ଭିତରେ ଖୋଦ ମହିଳା ସରପଞ୍ଚ ବି କାମ କରୁଛନ୍ତି l ସେ ଗରିବ ନୁହଁନ୍ତି କି ତାଙ୍କର ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ନାଁ ବି ନାହିଁ l ମାତ୍ର ଲୋକ ମାନଙ୍କୁ ଉତ୍ସାହ ଦେବା ପାଇଁ ମୁଣ୍ଡରେ ମାଟି ମୁଣ୍ଡେଇ ବୋହୁଛନ୍ତି l ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଦିନକୁ ଦିନ ବିଲିକଣା ପଞ୍ଚାୟତରେ ମନରେଗା କାମ ପାଇଁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଛି l
ଖାଲି ଚର୍ଚ୍ଚା ହେଲା ତାହା ନୁହେଁ ବରଂ ସରପଞ୍ଚ କାମ କରୁଛନ୍ତି, ଆମେ ବି କାମ କରିବୁ କହି ଗାଁ ଲୋକ ବି ମନରେଗା ଯୋଜନାରେ କାମ କରୁଛନ୍ତି । ଯାହାକୁ ନେଇ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଆଉ ଲୋକେ କହୁଛନ୍ତି, ଏମିତ ଜନପ୍ରତିନିଧି ଥିଲେ ପଞ୍ଚାୟତର ବିକାଶକୁ କେହି ବି ରୋକି ପାରିବେ ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।