ପିସି କାରବାର ନେଇ ପଦାକୁ ଆସିଲା ସାଂଘାତିକ ତଥ୍ୟ; ଭିଡ଼ିଓ ଭାଇରାଲ୍

ରାଜ୍ୟରେ କିପରି ପିସି କାରବାର ଚାଲିଛି ତାହାର ଉଦାହରଣ ଏହି ଘଟଣାରେ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।

ରାଜ୍ୟରେ କିପରି ପିସି କାରବାର ଚାଲିଛି ତାହାର ଉଦାହରଣ ଏହି ଘଟଣାରେ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।

ରାଜ୍ୟରେ କିପରି ପିସି କାରବାର ଚାଲିଛି ତାହାର ଉଦାହରଣ ଏହି ଘଟଣାରେ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।

  • Share this:
News 18 Odia Digital

କେନ୍ଦ୍ରାପଡ଼ା; ଜିଲ୍ଲାରେ ହେଉଛି ପିସି କାରବାର । ଯାହାର ପ୍ରମାଣ ସ୍ୱରୂପ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପୁରୁଷୋତ୍ତମପୁର ପଞ୍ଚାୟତରେ ହେଉଥିବା ମହା ଦୁର୍ନୀତି ସମ୍ପର୍କିତ ଭିଡିଓଟି ଅନେକ କିଛି ବୟାନ କରୁଛି । ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିସି ନେବା ସମ୍ପର୍କିତ କଥା ଭିଡ଼ିଓରେ ଥିବାନେଇ ପ୍ରକାଶ । ଏଥିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଠିକା କାମ ଉପରେ ୧୦ପ୍ରତିଶତ ପିସି ନେବା କଥା ସ୍ୱୀକାର କରୁଛନ୍ତି । ସେଥିରୁ କାହାର ଭାଗ କେତେ ସେ ନେଇ ମଧ୍ୟ ଖୋଲା ଖୋଲି ହିସାବ ଦେଉଛନ୍ତି ମ୍ୟାଡାମ ।

ପୁରୁଷୋତ୍ତମପୁର ପଞ୍ଚାୟତର ମାଲୁଆ ଗାଁରେ ଏକ ଢଳେଇ ରାସ୍ତା କାମ ପାଇଁ ୧୦ ପରସେଣ୍ଟ ପିସି କାଟି ନେଇଛନ୍ତି ପିଇଓ । ଅର୍ଥାତ ୩ଲକ୍ଷ ଟଙ୍କା ଠିକା କାମରୁ ଭାଟ ଓ ଅନ୍ୟାନ୍ୟ ଟିକସ ବାବଦକୁ କଟି ୨ ଲକ୍ଷ ୮୦ହଜାର ଟଙ୍କା ଫାଇନାଲ ବିଲ ହୋଇଥିଲା । ସେଥିରୁ ୧୦ ପ୍ରତିଶତ ଅର୍ଥାତ ୨୭ହଜାର ଟଙ୍କା କାଟି ରଖି ୨ଲକ୍ଷ ୫୩-ହଜାର ଟଙ୍କା ଠିକାଦାରଙ୍କୁ ଦେଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ । ଠିକାଦାର ବିଶ୍ଵସୁନ୍ଦର ସେଠି ଏ ସମ୍ପର୍କରେ ପଚାରିବାରୁ ୧୦ ପର୍ସେଣ୍ଟ ପିସିରୁ କାହାର କେତେ ଭାଗ ମ୍ୟାଡାମ ପ୍ରାଞ୍ଜଳ ଭାବେ ବୁଝେଇ ଦେଉଛନ୍ତି । ୩ପରସେଣ୍ଟ ତାଙ୍କର ଏବଂ ବାକି ୭ ପରସେଣ୍ଟ ଜେଇଙ୍କର । ଜେଇ ଅଡିଟି ଓ ଅନ୍ୟାନ୍ୟ କଥା ବୁଝିବେ ବୋଲି ସେ କହୁଛନ୍ତି ।

ପଂଚାୟତର ଆଦିକନ୍ଦ ସେଠି ମାତ୍ର ୧୧ ହଜାର ଟଙ୍କାର ଏକ ଠିକା କାମ କରିଥିଲେ । ସେଥିରୁ ମଧ୍ୟ ପିସି ନେବା ପାଇଁ ମାଡାମ ଅଡିବସିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ପିସି ନପାଇବାରୁ କାମର ବିଲ କ୍ଲିୟର କରୁନାହାନ୍ତି । ଠିକାଦାର ପ୍ରତିବାଦ କରିବାରୁ ୫ବର୍ଷ ଯାକ ତମେ କାମ ନେବ ନା ନାହିଁ କହି ଧମକ ଦେଇଥିବା ଭିଡିଓ ରେ ଦେଖିବା ପାଇଁ ମିଳୁଛି । ପିଇଓ ସୁଲେଖା ମଳିକ ଠିକାଦାରଙ୍କ ସହ ଡିଲ କରୁଥିବା ବେଳେ ତାଙ୍କ ସ୍ୱାମୀ ଅଫିସ କଥା ବୁଝୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଲେଖା ମଳିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।
Published by:Soubhagya Mishra
First published: