ନିଜ ଫିଲ୍ମ ପ୍ରମୋସନର ତରିକାକୁ ନେଇ ଚର୍ଚ୍ଚାରେ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି

ଆଜି ବର ବେଶ ଓ ବାନ୍ଧବୀ ଜାଗୃତି ଶୁକ୍ଳା କିଛି ଦିନ ତଳେ ଓଡ଼ିଶା ଆସିବା ଓ ଅନୁଭବଙ୍କ ପରିବାର ଲୋକଙ୍କ ସହ ତାଙ୍କର ଫଟୋ ଭାଇରାଲ ହେବା କିଛି ଭିନ୍ନ ଦିଗକୁ ଇଙ୍ଗିତ କରୁଛି ।

ଚର୍ଚ୍ଚାରେ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି

ଚର୍ଚ୍ଚାରେ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ବର ବେଶରେ ଅନୁଭବ । ଖାଲି ସେତିକି ନୁହେଁ ବିବାହ ମଣ୍ଡପରେ ଅନୁଭବ ବସିଛନ୍ତି । ନବବଧୁ ବେଶରେ ସଜେଇ ହୋଇଥିବା ଜଣେ ମହିଳାଙ୍କ ସହ ବିବାହ କରୁଛନ୍ତି । ଏପରିକି ଅଗ୍ନିକୁ ସାକ୍ଷୀ ରଖି ହୋମକୁଣ୍ଡର ପରିକ୍ରମା ମଧ୍ୟ କରୁଛନ୍ତି । ଶୁକ୍ରବାର ଅପରାହ୍ନରେ ସାମାଜିକ ଗଣମାଧ୍ୟମରେ ଏହି ଭଳି କିଛି ଭିଡ଼ିଓ ଓ ଫେଟୋ ଘୁରି ବୁଲିବା ପରେ ଏହା ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଥିଲା । ଅନୁଭବ ପୁଣି ଥରେ ବିବାହ କରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ଏହି ଚର୍ଚ୍ଚାକୁ ଅଧିକ ରୋଚକ କରିଥିଲା ଅନୁଭବଙ୍କ ଜଣେ ଫ୍ୟାନଙ୍କ ଦ୍ବାରା ଗଣମାଧ୍ୟମକୁ ଦିଆଯାଇଥିବା ଏକ ବୟାନ । ଅନୁଭବଙ୍କ ସହ ଫଟୋ ଉଠାଇ ସେହି ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ରାକେଶ ରୋସନ ମହାନ୍ତି ନାମକ ଜଣେ ବ୍ୟକ୍ତି ଏହା ଅନୁଭବ ବିବାହ କରିଛନ୍ତି ବୋଲି ମତ ଦେଇଥିଲେ  । ତେବେ ଏହି ଖବର ଭାଇରାଲ ହେବା କିଛି ସମୟ ପରେ ଏହି ଫଟୋ ଓ ଭିଡ଼ିଓ ପଛର ସତ ପଦାରେ ପଡ଼ିଥିଲା । ଅନୁଭବ ବାସ୍ତବିକ ବିବାହ କରିନାହାଁନ୍ତି ବରଂ ଏହା ତାଙ୍କର ଅପ୍ କମିଂ ଫିଲ୍ମ ସୁଟିଂର ଏକ ଦୃଶ୍ୟ ଥିଲା ବୋଲି ଜଣା ପଡ଼ିଥିଲା । ଏହା ସହିତ ଫିଲ୍ମ ପ୍ରମୋସନ ପାଇଁ ଏହି ପୁରା ପ୍ରକରଣ ଚରନା କରାଯାଇଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା ।

କିନ୍ତୁ ଏହି ଚର୍ଚ୍ଚା ଭିତରେ ପୁଣି ଥରେ ନିଜ ଉପସ୍ଥିତି ଜାହିର କରିଛନ୍ତି ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା । କିଛି ଦିନ ତଳେ ଭୁବନେଶ୍ବରରେ ଆୟୋଜିତ ଜଣେ ସିନେ ପ୍ରଯୋଜକଙ୍କ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଅନୁଭବଙ୍କ ସହ ଜାଗୃତି ଶୁକ୍ଳାଙ୍କ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି । ବିଶେଷ କରି ଭାଇରାଲ ହେଉଥିବା ଫଟୋ ଗୁଡ଼ିକ ମଧ୍ୟରେ ଅନୁଭବଙ୍କ ମା'ଙ୍କ ସହ ମଧ୍ୟ ଜାଗୃତିଙ୍କ ଏକ ଫଟୋ ରହିଛି । ତେବେ ବର୍ଷା ଜାଗୃତିଙ୍କ ନାଁ ନ ନେଇ ଅନୁଭବଙ୍କ ସହ ଦିଲ୍ଲୀ ବାସିନ୍ଦା ଜଣେ ମହିଳାଙ୍କ ସମ୍ପର୍କ କାରଣରୁ ହିଁ ଅନୁଭବଙ୍କ ସହ ବର୍ଷାଙ୍କ ବୈବାହିକ ଜୀବନରେ ଝଡ଼ ଉଠିଥିବା କଥା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ।

ଏହାରି ଭିତରେ ଆସନ୍ତା ୧୯ ତାରିଖ ଦିନ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ମାମଲା ସହ ଅନ୍ୟ ଏକ ମାମଲା ଶୁଣାଣି ଉଭୟ ହାଇକୋର୍ଟ ଓ କଟକର ପରିବାର ଅତାଲତରେ ହେବ ବୋଲି ଆଜି ଅନୁଭବଙ୍କ ଓକିଲ ସ୍ପଷ୍ଟ କରିଛନ୍ତି । ତେବେ ଜାଗୃତି ଶୁକ୍ଳାଙ୍କୁ ଅନୁଭବ ନିଜର ବନ୍ଧୁ ବୋଲି ଦର୍ଶାଇ ଅନେକ ଥର ସାମାଜିକ ଗଣମାଧ୍ୟମରେ ଫଟୋ ସେୟାର କରିଛନ୍ତି । କିନ୍ତୁ ଜାଗୃତି ଅନୁଭବଙ୍କ ପରିବାର ସହିତ ଦେଖା ଦେବା କିଛି ଭିନ୍ନ ଦିଗ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଚର୍ଚ୍ଚା ହେଉଛି ।
Published by:Soumya Das
First published: