ଥାନାରେ କେନ୍ଦ୍ରାପଡ଼ା ବିଧାୟକଙ୍କ ବୋହୂ; ଶ୍ୱଶୁର ଘର ଲୋକଙ୍କ ନାମରେ ଆଣିଲେ ଅଭିଯୋଗ

ଅଡୁଆରେ ବିଧାୟକ ଶଶୀଭୂଷଣ ବେହେରା । ଥାନାରେ ଦ୍ୱାରସ୍ଥ ହେଲେ ବୋହୂ ।

ବୋହୂ ଆଣିଲେ ସାଙ୍ଘାତିକ ଅଭିଯୋଗ

ବୋହୂ ଆଣିଲେ ସାଙ୍ଘାତିକ ଅଭିଯୋଗ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କେନ୍ଦ୍ରାପଡ଼ା: ଅଡୁଆରେ କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରା । ପୂରା ପରିବାରରେ ନାଁରେ ବାଙ୍କୀ ଥାନାରେ ନିର୍ଯାତନତାର ଅଭିଯୋଗ କରିଛନ୍ତି ବିଧାୟକ ଶଶୀଭୂଷଣଙ୍କ ବୋହୂ ରୋନାଲି ବେହେରା । FIR ରେ ରହିଛି ଶଶିଭୂଶଣ ବେହେରାଙ୍କ ସହ ତାଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ଝିଅ ଙ୍କ ସହ ଅନ୍ୟ ସଦସ୍ୟଙ୍କ ନାରେ ଅଭିଯୋଗ। ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଘରୁ ବାହାର କରିଦିଆଯାଇଥିବା ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ରୋନାଲି।

ରୋନାଲି ଶ୍ବଶୁର ଶଶିଭୂଷଣ, ଶାଶୂ ଓ ତାଙ୍କ ପୁଅ ତଥା ସ୍ବାମୀ ସତ୍ୟପ୍ରକାଶଙ୍କ ନାଁରେ ବୋହୂ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଯୌତୁକ ନିର୍ଯାତନା ଦେବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଥିବା ନେଇ ବାଙ୍କି ଥାନାରେ ଅଭିଯୋଗ ହୋଇଛି । ଗତ ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ସତ୍ୟପ୍ରକାଶ ଓ ରୋନାଲିଙ୍କ ମଧ୍ୟରେ ବିବାହ ଘର ହୋଇଥିଲା । ତା’ ପରଠାରୁ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦିଆୟାଉଥିବା ନେଇ ବୋହୂ ରୋନାଲି ବେହେରା ଅଭିଯୋଗ କରିଛନ୍ତି ।

ବିବାହ ଫୋଟ (ପ୍ରତୀକାତ୍ମକ ଛବି)


ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି । ରୋନାଲିଙ୍କ ବାପା ଜଣେ ଅବସରପ୍ରାପ୍ତ ବିଚାରପତି ।
 ସେପଟେ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ନିଜେ ବିଧାୟକ ଶଶୀଭୂଷଣ ବେହେରା । ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି । ଯୌତୁକ ନିର୍ଯାତନା ଅଭିଯୋଗର ପ୍ରାସଙ୍ଗିକତା ନାହିଁ। ବାହାଘର ସମୟରେ କୌଣସି ଉପହାର ଗ୍ରହଣ କରାଯାଇନାହିଁ। ମନ୍ତ୍ରିମଣ୍ଡଳ ପ୍ରସଙ୍ଗ ଚର୍ଚ୍ଚାରେ ଥିବାରୁ ଏହା ବିରୋଧୀଙ୍କ ଏକ ଷଡଯନ୍ତ୍ର । ବୋହୂ ଆମ ପାଖରେ ଅଧିକ ସମୟ ରୁହନ୍ତି ନାହିଁ ।
Published by:Soumya Das
First published: