କାମ କରୁନି ଉଠା ଜଳସେଚନ; ପାଣି ଅଭାବରୁ ଚାଷ ପାଇଁ ଚାଷୀଙ୍କ ଚିନ୍ତା

ଉଠା ଜଳସେଚନ ପଏଣ୍ଟ ଅଛି ହେଲେ କାମରେ ଲାଗୁନି । ବିକଳ୍ପ ଭାବେ ପାଖରେ ଥିବା କେନାଲ ଜଳ ଓ ଉଠାଜଳସେଚନ ପଏଣ୍ଟ ଭରସା ଯୋଗ୍ୟ ହୋଇ ପାରୁନାହିଁ ।

କାମ କରୁନି ଉଠା ଜଳସେଚନ; ପାଣି ଅଭାବରୁ ଚାଷ ପାଇଁ ଚାଷୀଙ୍କ ଚିନ୍ତା

କାମ କରୁନି ଉଠା ଜଳସେଚନ; ପାଣି ଅଭାବରୁ ଚାଷ ପାଇଁ ଚାଷୀଙ୍କ ଚିନ୍ତା

  • News18 Odia
  • Last Updated :
  • Odisha (Orissa)
  • Share this:
News 18 Odia Digital

କେନ୍ଦ୍ରାପଡ଼ା; ମୌସୁମୀର ଲୁଚକାଳି ଖେଳ ତଥା ସ୍ଵଳ୍ପ ବୃଷ୍ଟି ଓ ବର୍ଷାର ବିକଳ୍ପ ନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଲେଣି । ଚାଷ ଜମିକୁ ପାଣି ଆସୁନଥିବାରୁ ଆଗେଇ ପାରୁନି ଚାଷ କାର୍ଯ୍ୟ l ଜିଲ୍ଲାରେ ଉଠା ଜଳସେଚନ ପଏଣ୍ଟ ଅଛି ହେଲେ କାମରେ ଲାଗୁନି ।  ବିକଳ୍ପ ଭାବେ ପାଖରେ ଥିବା କେନାଲ ଜଳ ଓ ଉଠାଜଳସେଚନ ପଏଣ୍ଟ ଭରସା ଯୋଗ୍ୟ ହୋଇ ପାରୁନାହିଁ । କେନାଲର ତଳ ମୁଣ୍ଡରେ ପାଣି ଠିକ ଭାବେ ପହଞ୍ଚି ପାରୁନଥିବା ବେଳେ ଜିଲ୍ଲାର ଅଧିକାଂଶ ଉଠାଜଳସେଚନ ପଏଣ୍ଟ ଅଚଳ ହୋଇ ପଡିଛି । ଅନେକ ସ୍ଥାନରେ ପଏଣ୍ଟ ଭାଙ୍ଗିରୁଜି ଖରାପ ହୋଇ ପଡିଛି । କିଛି ସ୍ଥାନରେ ପଏଣ୍ଟ ଉପରେ ଗଛ ଲତା ମାଡ଼ିଥିବାର ଦେଖିବାକୁ ମିଳୁଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପଏଣ୍ଟ ଚାଷୀଙ୍କ କାର୍ଯ୍ୟରେ ନ ଲାଗି ଖତ ଖାଉଛି ।



ଉଠା ଜଳସେଚନ ବିଭାଗ ଯେତିକି ପଏଣ୍ଟ କାର୍ଯ୍ୟକ୍ଷମ କରୁଥିବା କହୁଛି ସେତିକିରୁ ଅର୍ଦ୍ଧାଧିକ ଖରାପ । ତଥ୍ୟ ଅନୁଯାୟୀ ଜିଲ୍ଲାରେ ୧୨୧୩ଟି ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ଅଛି । ବାସ୍ତବରେ ସେଥିରୁ ଅନେକ ଚାଷୀଙ୍କ କାମରେ ଲାଗିପାରୁ ନାହିଁ । ଜିଲ୍ଲାର ୯ଟି ବ୍ଳକରେ ମୋଟ ୧୮୫୧ଟି ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ଅଛି । ଆଳି ୩୮୯, ଡେରାବିଷ ୬୫, ଗରଦପୁର ୧୮୦, କେନ୍ଦ୍ରାପଡା ୧୧୭, ମାର୍ଶାଘାଇ ୧୮୪ , ମହାକାଳପଡ଼ା ୨୦୫, ପଟ୍ଟାମୁଣ୍ଡାଇ ୨୩୦, ରାଜକନିକା ୨୯୮, ଏବଂ ରାଜନଗର ବ୍ଲକରେ ୧୮୩ଟି ଉଠାଜଳସେଚନ ପଏଣ୍ଟ ରହିଛି । ତେବେ ସେଥି ମଧ୍ୟରୁ ୧୨୧୩ଟି ପଏଣ୍ଟ କାର୍ଯ୍ୟକ୍ଷମ ରହିଛି । ଯାହା ୨୮ହଜାର ୧୭୨ ହେକ୍ଟର ଜମିକୁ ଜଳସେଚିତ କରୁଛି । ୧୮୫୧ ରୁ ଅବଶିଷ୍ଟ ୬୩୮ଟି ପଏଣ୍ଟ କାମ କରୁନଥିବା ବିଭାଗ କହିଛି । ତେବେ ବିଭାଗ ଦର୍ଶାଇଥିବା ସଂଖ୍ୟା ଅପେକ୍ଷା ବହୁତ କମ ପଏଣ୍ଟ କାର୍ଯ୍ୟକ୍ଷମ ରହିଥିବା ଅଭିଯୋଗ ଆସିଛି ।

ସ୍ୱଳ୍ପବୃଷ୍ଟି କାରଣରୁ ଚାଷ  କାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ କେନାଲ ଏବଂ ଉଠାଜଳସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ନ ହେବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପାଣି ଅଭାବରୁ ତଳି ରୁଆ ବେଉଷଣ କାର୍ଯ୍ୟ ହୋଇ ପାରୁ ନାହିଁ ।ତେବେ କୃଷି ବିଭାଗ ଚଳିତ ଖରିଫ ଋତୁରେ ୧ଲକ୍ଷ ୨୪ହଜାର ହେକ୍ଟର ଜମିରେ ଚାଷ କରିବାକୁ ଲକ୍ଷ ରଖିଥିବା ବେଳେ ଉଠାଜଳସେଚନ ବିଭାଗ ମାତ୍ର ୨୩ହଜାର ୮୮୫ ହେକ୍ଟର ଜମିକୁ ଜଳସେଚିତ କରିବ ବୋଲି ଯୋଜନା କରିଛି ।  ଉଠା ଜଳସେଚନ ପଏଣ୍ଟକୁ ପରିଚାଳନା କରିବା ଦାୟିତ୍ୱ ପାଣି ପଞ୍ଚାୟତର । ହେଲେ ଅନେକ ସ୍ଥାନରେ ସଠିକ ଢଙ୍ଗରେ କାର୍ଯ୍ୟ କରୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ସେହିପରି କାମ ଠିକ ସେ ହେଉଛି କି ନାହିଁ ତଦାରଖ କରିବାକୁ ବିଭାଗରେ  ଉପଯୁକ୍ତ ଅଧିକାରୀ ନାହାନ୍ତି । ଜଣେ ଅଧିକାରୀଙ୍କୁ ୪ରୁ ୫ଟି ଦାୟିତ୍ୱ ତୁଲାଇବାକୁ ପଡୁଛି । ଯେଉଁ ପଏଣ୍ଟ ଗୁଡିକ କାର୍ଯ୍ୟ କରୁ ନାହିଁ ସେଗୁଡ଼ିକ ଖୁବଶୀଘ୍ର ମରାମତି କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।
Published by:Soubhagya Mishra
First published: