ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକରେ ବି KBN ପରି ଗ୍ୟାଙ୍ଗ୍ ସାମନାକୁ ଆସିଲା! ଭାଇରାଲ୍ ଭିଡିଓରେ ଦିଶିଲେ ବନ୍ଧୁକଧାରୀ ଯୁବକମାନେ

କଟକରେ ବି KBN ପରି ଗ୍ୟାଙ୍ଗ୍ ସାମନାକୁ ଆସିଲା! ଭାଇରାଲ୍ ଭିଡିଓରେ ଦିଶିଲେ ବନ୍ଧୁକଧାରୀ ଯୁବକମାନେ

Now KBN-like gang surfaces in videos in Cuttack | ଅଧିକାଂଶ ଭିଡିଓ ତାଳଦଣ୍ଡା କେନାଲ ଅଞ୍ଚଳର ବୋଲି ଭିଡିଓଗୁଡ଼ିକର ଦୃଶ୍ୟରୁ ସ୍ପଷ୍ଟ ଜଣା ପଡ଼ୁଛି । ଗୋଟିଏ ଭିଡିଓରେ ଜଣେ ଯୁବକ ନିଜକୁ ଡନ୍ ବୋଲି ପରିଚୟ ଦେବା ଶୈଳୀରେ ଡାଇଲଗ୍ ମାରୁଛନ୍ତି ଓ ଏକ ବନ୍ଧୁକ ଦେଖାଉଛନ୍ତି ।

କଟକରେ ବି KBN ପରି ଗ୍ୟାଙ୍ଗ୍ ସାମନାକୁ ଆସିଲା! ଭାଇରାଲ୍ ଭିଡିଓରେ ଦିଶିଲେ ବନ୍ଧୁକଧାରୀ ଯୁବକମାନେ
ଗୋଟିଏ ଭିଡିଓରେ ଦିଶୁଥିବା ଯୁବକମାନେ
  • News18 Odia
  • Last Updated: November 10, 2021, 8:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ଭୁବନେଶ୍ବରର କେ.ବି.ଏନ୍. ଗ୍ୟାଙ୍ଗକୁ ନେଇ ଚର୍ଚ୍ଚା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ଥମି ନ ଥିବା ବେଳେ କଟକରେ ସେମିତି ଏକ ଗ୍ୟାଙ୍ଗ୍‌ ଆତ୍ମପ୍ରକାଶ କରିଛି । ହାତରେ ବନ୍ଧୁକ ଧରି ନିଜକୁ ଡନ୍ ଦର୍ଶାଇ ସର୍ବସାଧାରଣ ସ୍ଥାନରେ ପ୍ରସ୍ତୁତ କରାଯାଇଥିବା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯୁବ ଗୋଷ୍ଟୀର କିଛି ପିଲାଙ୍କ ଦ୍ବାରା ଅନେକ ଭିଡିଓ ଭଇରାଲ୍ ହୋଇଛି ଓ ପ୍ରତି ଭିଡିଓରେ ସେମାନେ ନିଜକୁ ଡନ୍‌ ବୋଲି ପରିଚୟ ଦେଉଥିବା ଦେଖାଯାଇଛି ।

ଅଧିକାଂଶ ଭିଡିଓ ତାଳଦଣ୍ଡା କେନାଲ ଅଞ୍ଚଳର ହୋଇଥିବା ଭିଡିଓଗୁଡ଼ିକର ଦୃଶ୍ୟରୁ ସ୍ପଷ୍ଟ ଜଣା ପଡ଼ୁଛି । ତାଳଦଣ୍ଡା କେନାଲ ନିକଟରେ ସୁଟ୍ ହୋଇଥିବା ଗୋଟିଏ ଭିଡିଓରେ ବନ୍ଧୁକ ବ୍ୟବହାର ହୋଇଛି । ଜଣେ ଯୁବକ ନିଜକୁ ଡନ୍ ବୋଲି ପରିଚୟ ଦେବା ଶୈଳୀରେ ଡାଇଲଗ୍ ମାରୁଛନ୍ତି ଓ ନିଜ ପାଖରେ ଥିବା ଏକ ବନ୍ଧୁକକୁ ମଧ୍ୟ ପ୍ରଦର୍ଶନ କରୁଛନ୍ତି । ଏହି ବନ୍ଧୁକଟି ଅସଲି ନା ନକଲି ତାହା ସ୍ପଷ୍ଟ ହୋଇ ନାହିଁ । ଏହି ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ କଟକ ସହରରେ ଆଲୋଡ଼ନ ସୃଷ୍ଟି ହେଇଛି ।

ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ଭିଡିଓରେ ଦିଶୁଥିବା ଯୁବକମାନେ କଟକ ସହରର ବୋଲି ଜଣା ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ସହରର ଏକ ନିର୍ଦ୍ଦିଷ୍ଟ କଲେଜର ଛାତ୍ର ବୋଲି ଜଣାପଡିଛି । ହେଲେ ଏହି ଭିଡ଼ିଓ କେବେ ସୁଟ୍ ହୋଇଥିଲା ଓ ଏପରି ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପଛର ଉଦ୍ଦେଶ୍ୟ କଣ ଥିଲା ତାହା ଜଣା ପଡୁନାହିଁ । ଏହି ଭିଡ଼ିଓ ଭାଇରାଲ୍‌ ହେବା ପରେ ଏହାର ଯାଞ୍ଚ ଆରମ୍ଭ କରିଛି କଟକ କମିଶନରେଟ ପୋଲିସ ।

ହାତରେ ବନ୍ଧୁକ ଧରି ଭିଡିଓ ବନେଇଥିବା ଜଣେ ଯୁବକ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ମୃତ, ୧୦ ଆହତ

‘‘ତଦନ୍ତ କରିବା ପରେ ହିଁ ଏ ସମ୍ପର୍କରେ କିଛି ଅଧିକ କୁହାଯାଇ ପାରିବ । ଭିଡିଓରେ ଦିଶୁଥିବା ବନ୍ଧୁକଟି ଖେଳନା ବନ୍ଧୁକ ପରି ଲାଗୁଛି । କିନ୍ତୁ ଯାଞ୍ଚ ପରେ ସ୍ଥିତି ସ୍ପଷ୍ଟ ହୋଇ ପାରିବ,’’ କହିଛନ୍ତି କଟକ କମିଶନରେଟ ପୋଲିସର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀଙ୍କ ଘରର ସୁରକ୍ଷା ବଢ଼ାଗଲା; ଘର ବିଷୟରେ ପଚାରୁଥିଲେ ଜଣ ଦାଢ଼ି ଥିବା ଲୋକ

ଆଶ୍ଚର୍ଯ୍ୟର କଥା ଯେ ଯେଉଁ ସ୍ଥାନରେ ବନ୍ଧୁକ ଥିବା ଏହି ଭିଡିଓଟି ପସ୍ତୁତ କରାଯାଇଛି ତାହା ଏକ ସର୍ବସାଧାରଣ ସ୍ଥାନ ଓ ମାଲଗୋଦାମ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ । ଥାନା ନିକଟରେ ଏକ ସର୍ବସାଧାରଣ ସ୍ଥାନରେ ଏମିତି କାଣ୍ଡ ଘଟିବା ସହର ବାସୀଙ୍କୁ ଚିନ୍ତାରେ ପକାଇଛି ।
Published by: Anand S.T. Das
First published: November 10, 2021, 8:36 PM IST