• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ କାୟାକଳ୍ପ ଦଳଙ୍କ ଏମ୍ସ ପରିଦର୍ଶନ; ତିନି ଥର କାୟାକଳ୍ପ ପୁରସ୍କାର ହାସଲ କରିଛି ହସ୍ପିଟାଲ

ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ କାୟାକଳ୍ପ ଦଳଙ୍କ ଏମ୍ସ ପରିଦର୍ଶନ; ତିନି ଥର କାୟାକଳ୍ପ ପୁରସ୍କାର ହାସଲ କରିଛି ହସ୍ପିଟାଲ

ଏମ୍ସ ଭୁବନେଶ୍ୱର ପୂର୍ବରୁ କ୍ରମାଗତ ତିନି ଥର କାୟାକଳ୍ପ ପୁରସ୍କାର ହାସଲ କରି ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ ବଜାଇ ରଖିଛି। ସ୍ବଚ୍ଛ ଭାରତ ମିଶନର ପରିବ୍ୟାପ୍ତ ନିମନ୍ତେ କାୟାକଳ୍ପ ପୁରସ୍କାର ଯୋଜନା ୨୦୧୫ ମେ ୧୫ରେ ଆରମ୍ଭ କରାଯାଇଥିଲା।

 ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ କାୟାକଳ୍ପ ଦଳଙ୍କ ଏମ୍ସ ପରିଦର୍ଶନ

ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ କାୟାକଳ୍ପ ଦଳଙ୍କ ଏମ୍ସ ପରିଦର୍ଶନ

  • Share this:
News18 Odia Digital

ଭୁବନେଶ୍ବର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଜାତୀୟ ପ୍ରତିଷ୍ଠାନ (ଏନଆଇଏଚଏଫଡବ୍ଲ୍ୟୁ) ନୂଆ ଦିଲ୍ଲୀରୁ ଆସିଥିବା କାୟାକଳ୍ପ ଦଳ ଚୂଡାନ୍ତ ମୂଲ୍ୟାଙ୍କନ ନିମନ୍ତେ ଏମ୍ସ ଭୁବନେଶ୍ୱର ପରିଦର୍ଶନ କରିଛନ୍ତି। ଏନଆଇଏଚଏଫଡବ୍ଲ୍ୟୁର ଚାରି ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ଟିମ୍ ଏମ୍ସକୁ ସୋମବାର ଓ ମଙ୍ଗଳବାର ଦୁଇ ଦିନିଆ ଗସ୍ତ କରିଥିଲେ। ଏହି ଦଳରେ ଡାକ୍ତର ମିରାମ୍ବିକା ମହାପାତ୍ର, ଡାକ୍ତର ଦୀନେଶ ପାଲ, ଡାକ୍ତର ରୂପେଶ ଗୁପ୍ତା ଓ ଡାକ୍ତର ମୁକେଶ କୁମାର ରାୟ ସାମିଲ ଥିଲେ।

ପ୍ରଥମ ଦିନରେ ଏହି ଟିମ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ମୁକେଶ ତ୍ରିପାଠୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏହି ଜାତୀୟ ପ୍ରତିଷ୍ଠାନ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍.ଏନ୍. ମହାନ୍ତି, ଡିଡିଏ ପି.କେ ରାୟ, ପ୍ରଫେସର, ହେଡ୍ ହସ୍ପିଟାଲ୍ ପ୍ରଶାସନ, କାୟାକଳ୍ପ ନୋଡାଲ୍ ଅଧିକାରୀ, ଡକ୍ଟର ଜବାହର ଏସ.କେ ପିଲ୍ଲାଇ, ଡକ୍ଟର ଶ୍ବେତା ସିଂ, ଡକ୍ଟର ପ୍ରଭାସ ରଞ୍ଜନ ତ୍ରିପାଠୀ, ଡକ୍ଟର ବିନୋଦ ପାତ୍ର, ଡ. ଅରବିନ୍ଦ ସିଂ ଓ ଅଶୋକ କୁମାର ଜେନା ପ୍ରମୁଖ ସାମିଲ ଥିଲେ। ପରବର୍ତ୍ତୀ ସମୟରେ ଟିମ୍ ଓପିଡ଼ି, ଆଇପିଡ଼ି, ଅପରେସନ କକ୍ଷ, ଆଇସିୟୁ, ଟ୍ରମା ଓ ଜରୁରୀ ଓଟି, ଫାର୍ମାସି, ସିଏସଏସଡି, ରୋଷେଇ ଘର ଆଦି ପରିଦର୍ଶନ କରିଥିଲେ।

ହସ୍ପିଟାଲର ରକ୍ଷଣାବେକ୍ଷଣ, ପରିମଳ ଓ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟତା ସେବା ଓ ସ୍ୱଚ୍ଛତା ରକ୍ଷା ନେଇ ବ୍ୟାପକ ପଦକ୍ଷେପ ଆଦିକୁ ନିରୀକ୍ଷଣ କରିଥିଲେ। ଏହା ବ୍ୟତୀତ ଏହି ଟିମ୍ ହସ୍ପିଟାଲର ବିଭିନ୍ନ କ୍ଷେତ୍ର ବୁଲି ଦେଖିବା ସହିତ କର୍ମଚାରୀ ଓ ରୋଗୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଦୁଇ ଦିନିଆ ଗସ୍ତ ପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ଏହି କାୟାକଳ୍ପ ଦଳ ଏମ୍ସ ଭୁବନେଶ୍ୱରର ରୋଗୀ ଅନୁକୁଳ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ତିନି ଥର କାୟାକଳ୍ପ ପୁରସ୍କାର ହାସଲ କରିଛି ଏମ୍ସ ହସ୍ପିଟାଲ


ଦେଶର ଅନ୍ୟାନ୍ୟ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ନିମନ୍ତେ ଏମ୍ସ ଭୁବନେଶ୍ୱର ସ୍ୱଚ୍ଛତା, ଜନସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ନିରନ୍ତର ଅଭ୍ୟାସ ସୃଷ୍ଟି କରିବାରେ ଉଦାହରଣ ସୃଷ୍ଟି କରିଥିବା କାୟାକଳ୍ପ ଦଳ ପକ୍ଷରୁ ପ୍ରକାଶ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏମ୍ସ ଭୁବନେଶ୍ୱର ପୂର୍ବରୁ କ୍ରମାଗତ ତିନି ଥର କାୟାକଳ୍ପ ପୁରସ୍କାର ହାସଲ କରି ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ ବଜାଇ ରଖିଛି। ସ୍ବଚ୍ଛ ଭାରତ ମିଶନର ପରିବ୍ୟାପ୍ତ ନିମନ୍ତେ କାୟାକଳ୍ପ ପୁରସ୍କାର ଯୋଜନା ୨୦୧୫ ମେ ୧୫ରେ ଆରମ୍ଭ କରାଯାଇଥିଲା। ଜନସ୍ୱାସ୍ଥ୍ୟ ସେବାରେ ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଓ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ଉନ୍ନତ ତଥା ପ୍ରୋତ୍ସାହିତ କରିବା ଓ ଆଦର୍ଶ ପ୍ରଦର୍ଶନ ସୁବିଧାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଥିଲା।
Published by:Lipina Das
First published: