News18 Odia Digital
ଭୁବନେଶ୍ୱର: ଚାରି ମାସ ଧରି କମିଶନରେଟ୍ ପୋଲିସର ନିଦ ହଜେଇଥିବା ‘କଟୁରି ଗ୍ୟାଙ୍ଗ୍’କୁ ଗିରଫ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ଼ । ମଙ୍ଗଳବାର ସନ୍ଧ୍ୟାରେ ଏହି ଗ୍ୟାଙ୍ଗ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା ପୋଲିସ୍ । ପାଞ୍ଚ ଜଣ ଲୁଟେରା ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ପେସାଲ ସ୍କ୍ୱାର୍ଡ଼ର ଅଧିକାରୀମାନେ ସେମାନଙ୍କୁ କାବୁ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁଗିରଫ ଲୁଟେରାମାନଙ୍କ ପାଖରୁ ୧୯ଟି ସୁନା ଚେନ୍, ଯାହାର ପରିମାଣ ୨୦୦ ଗ୍ରାମ୍, ଓ ୬ କିଲୋ ୨ ଶହ ଗ୍ରାମ୍ ରୂପା ଅଳଙ୍କାର ସହ କେତେକ ମାରଣାସ୍ତ୍ର ଓ ଦୁଇଟି ବାଇକ୍ ଜବତ ହୋଇଛି । ଗିରଫ ହୋଇଥିବା ପାଞ୍ଚ ଜଣ ଦୁର୍ଦ୍ଦାନ୍ତ ଲୁଟେରା ହେଉଛନ୍ତି ଗଣେଶ ମୂର୍ତ୍ତି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁବାସ ନାୟକ । ଏହି ଗ୍ୟାଙ୍ଗ ନିଜକୁ ‘କଟୁରି ଗ୍ୟାଙ୍ଗ୍’ ନାମ ଦେଇଥିଲା । ଏମାନଙ୍କ ନାମରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଛି ।
ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ୫ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼‘‘କଟୁରି ଗ୍ୟାଙ୍ଗ୍ ଦୀର୍ଘ ଚାରି ମାସ ହେବ ଗୋଟିଏ ପରେ ଗୋଟିଏ ଲୁଟ୍ ଘଟାଇ ଚାଲିଥିଲା । ପଲସର୍ ବାଇକ୍ ଧରି ଏମାନେ ଘୁରି ବୁଲନ୍ତି । ଏହି ଗ୍ୟାଙ୍ଗ୍ ବିଶେଷ କରି ସକାଳେ ମର୍ଣ୍ଣି ୱକ୍ କରୁଥିବା ଲୋକଙ୍କ ଉପରେ ନଜର ରଖିଥାଏ । ଏକୁଟିଆ ଲୋକ ବା ଦମ୍ପତିଙ୍କୁ ନିଛାଟିଆ ଜାଗାରେ ଦେଖିଲେ ଏମାନେ ତାଙ୍କ ବେକରେ କଟୁରି ଲଗାଇ ଆକ୍ରମଣ କରନ୍ତି । ସୁନା ଗହଣା ଲୁଟ୍ କରି ଛୁ ମାରନ୍ତି । ଏମାନେ ଛିନତାଇ ଓ ଲୁଟ କରିବାରେ ଧୁରନ୍ଧର,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ | ମହିଳା ପୋଲିସରେ ଅଭିଯୋଗ କଲେ: ‘‘ମୋ’ ସ୍ୱାମୀ ବର୍ଷେ ଧରି ମୋ’ ସହ ସେକ୍ସ କରୁନାହାନ୍ତି…’’
କଟୁରି ଗ୍ୟାଙ୍ଗଠାରୁ ଜବତ ହୋଇଥିବା ସୁନା ଗହଣା ଓ ମାରଣାସ୍ତ୍ର
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଚଲି ଚଲି…’ ପୂରା ଗୀତ ରିଲିଜ୍ ହେଲା; ଜୟଲଳିତାଙ୍କ ରୂପରେ କଙ୍ଗନାଙ୍କ ଅଭିନୟ ଦେଖନ୍ତୁଏହି ଗ୍ୟାଙ୍ଗ୍ ନାମରେ କେବଳ ଭୁବନେଶ୍ୱରରେ ୧୮ଟି ମାମଲା ରହିଛି । ଏମାନେ ଭୁବନେଶ୍ୱରରେ ଛିନତାଇ କରିବା ପରେ କଟକ ପଳେଇ ଯାଉଥିଲେ ଓ ସେଠାରେ କିଛି ଦିନ ଅପରାଧ ଘଟାଉଥିଲେ ବୋଲି କହିଛନ୍ତି ପୋଲିସ କମିଶନର୍ ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍‘‘ପୁଣି ଥରେ ଭୁବନେଶ୍ୱର ଆସି ସେମାନେ ଅପରାଧ କରୁଥିଲେ । ସେମାନଙ୍କୁ ଧରିବା ପାଇଁ ଆମେ ତୀକ୍ଷ୍ଣ ନଜର ରଖିଥିଲୁ । ବିଶେଷ କରି ଲୁଟ୍ ହେଉଥିବା ଅଞ୍ଚଳର ସିସିଟିଭି ଫୁଟେଜକୁ ଭିତ୍ତି କରି ସେମାନଙ୍କ ପଛରେ ପଡି଼ଥିଲା ପୋଲିସ,’’ କହିଛନ୍ତି ପ୍ରିୟଦର୍ଶୀ । କଟୁରି ଗ୍ୟାଙ୍ଗର ସଦସ୍ୟମାନଙ୍କ ଗିରଫଦାରୀ କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚିତ ହେଉଛି ।
କଟକ ଓ ଭୁବନେଶ୍ୱର ଷ୍ଟ୍ରୀଟ୍ କ୍ରାଇମ ବଢ଼ି ଚାଲିଛି । ଏହାକୁ ରୋକିବା ପାଇଁ ପୋଲିସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଜନା କରିଛି । ହେଲେ ପୋଲିସର ସବୁ ଯୋଜନାକୁ ଚାଲେଞ୍ଜ ଦେଇ ଅପରାଧ କରିଚାଲିଥିଲା କଟୁରି ଗ୍ୟାଙ୍ଗ୍ । ଏବେ କେବଳ ଷ୍ଟ୍ରୀଟ୍ କ୍ରାଇମକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।