ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗ ନେଇ ଶୂନ୍ୟକାଳରେ ସରକାରଙ୍କୁ ଘେରିଲେ ବିରୋଧୀ ।

କାଶୀପୁରରେ ଝାଡ଼ା ବାନ୍ତି

କାଶୀପୁରରେ ଝାଡ଼ା ବାନ୍ତି

  • Share this:
News 18 Odia Digital

ବିଧାନସଭାରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗ ।  ଏନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି " ଏଥରେ ସର୍ବମୋଟ ୧୪ ଜଣ ମୃତ୍ୟୁବରଣ କରିଥିବା ବେଳେ ସରକାର ୯ଜଣ ବୋଲି କହୁଛନ୍ତି । ଅନ୍ୟ ୫ଜଣ ଙ୍କର ସ୍ୱଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି । ତେବେ ଏହି ୫ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ଦାବି କରିଛନ୍ତି।

କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ା ବାନ୍ତି ବ୍ୟାପିବା ଆରମ୍ଭ କରିଥିବା ଗୃହରେ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ । ଉତ୍କଳ ଆଲୁମିନା ୱାଟର ଟ୍ରିଟମେଣ୍ଟ ନ କରି ଦୂଷିତ ପାଣି ଛାଡୁ ଥୁବାରୁ ଏପରି ଝାଡ଼ା ବାନ୍ତି ବ୍ୟାପିଛି ବୋଲି ଅଭିଯୋଗ କରିଛନ୍ତି । ଏନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ବୋଲି ଦାବି କରିଛନ୍ତି ମୋହନ ମାଝୀ ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି କାଶୀପୁର ରେ ୧୪ ଏବଂ ଗତକାଲି ଦସମନ୍ତପୁର ରେ ୩ ଜଣ ମୃତ୍ୟୁବରଣ କରିଛନ୍ତି । ପାଣିକୁ ସ୍ୱଚ୍ଛ କରି ଛଡ଼ା ଯାଉନି । ଝାଡ଼ା ବାନ୍ତି ଦ୍ୱାରା ଅଭିବକ୍ତ କୋରାପୁଟରେ ମୋଟ ୧୭ ଜଣ ମୃତ୍ୟୁବରଣ କରିଛନ୍ତି । ତାରା ମଧ୍ୟ କହିଛନ୍ତି ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡ଼ୁଛି। ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ଦାବି କରିଛନ୍ତି  । ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ତାରା ବାହିନୀପତି ଦାବି କରିଛନ୍ତି। । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି " ମୃତ୍ୟୁ ସଂଖ୍ୟା ବଢ଼ିଥାଇପାରେ ,ମୋ ଅନୁଧ୍ୟାନ ସମୟରେ ମୃତ୍ୟୁ ସଂଖ୍ୟା ଯାହାଥିଲା ଆମେ ରାଜ୍ୟବାସୀଙ୍କୁ ଅବଗତ କରିଥିଲୁ"।
Published by:Soumyashree Mishra
First published: