ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ; ଶ୍ରୀଜିଉଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୪୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ (ପ୍ରତୀକାତ୍ମକ ଛବି)

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଆଜି କାର୍ତ୍ତିକ ପୂର୍ଣ୍ଣିମା। ପୁରୀରେ ମହାପ୍ରଭୁଙ୍କ ସୁନାଦେଶ ବା ରାଜରାଜେଶ୍ୱର ବେଶ। ଏହାରି ଭିତରେ ଆଜି ଗ୍ରହଣ ଲାଗୁଛି। ସେଥିପାଇଁ ସୋମବାର ରାତି ୧୨ଟା ୧୦ରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତି ୨ଟା ୩୦ ସୁଦ୍ଧା ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ଥିବାରୁ ପ୍ରଭୁଙ୍କ ସୁନାବେଶ ଦର୍ଶନ ଭକ୍ତ ପାଇନଥିଲେ। ଗ୍ରହଣ ଦିନ ସକାଳ ୬ ଟାଠାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ମିଳିବ ବୋଲି ନିୟମରେ ରହିଛି । କିନ୍ତୁ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି।

ଶ୍ରୀଜିଉଙ୍କ ଅବକାଶ ନୀତି ପରେ ରାଜବେଶ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶ ଧାରଣ କରିଥାନ୍ତି । ଏହି ବେଶ ସୁନା ବେଶ ହୋଇଥିବାରୁ ଏଥିରେ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଏ । ଏହାକୁ ମହାପ୍ରଭୁଙ୍କର ରାଜା ବେଶ ବୋଲି କୁହାଯାଏ । ଜଗନ୍ନାଥ ଗୋପାଳ କୃଷ୍ଣ ଏବଂ ଦ୍ୱାରକା କୃଷ୍ଣ ଉଭୟଙ୍କର ସଂଯୋଗରେ ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ଭାବ ପ୍ରକାଶ କରୁଥିବାରୁ କାର୍ତ୍ତିକ ମାସରେ ରାଧା ଦାମୋଦର ବେଶରେ ମାଧୁର୍ଯ୍ୟ ଓ ରଜରାଜେଶ୍ୱର ବେଶରେ ପ୍ରଭୁଙ୍କର ଐଶ୍ୱର୍ଯ୍ୟ ଭାବ ପ୍ରକାଶ ପାଏ । ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉଙ୍କୁ ରାଜରାଜେଶ୍ୱର ବେଶରେ ସଜାନ୍ତି ।

ଗ୍ରହଣ ନୀତି ନିର୍ଘଣ୍ଟ ଅନୁସାରେ ଗତକାଲି ରାତି ୧୦ଟା ୫ରେ ମହାପ୍ରଭୁଙ୍କ ବଡସିଂହାର ବେଶ ହୋଇ ୧୦ଟା ୫୫ରେ ମହାପ୍ରଭୁ ପହୁଡ ହୋଇଥିଲେ। ରାତି ୧୨ଟା ୫ମିନିଟରେ ଦ୍ୱାର ଫିଟିବା ପରେ ମଙ୍ଗଳ ଆରତୀ, ମଇଲମ, ଓ ଅନ୍ୟାନ୍ୟ ନୀତି ବଢ଼ି ଅବକାଶ ନୀତି ସମ୍ପର୍ଣ୍ଣ ହେବା ପରେ ୨ଟା ୫୦ ରେ ଶ୍ରୀଜୀଉମାନଙ୍କର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ୨ଟା ୫୫ରେ ଦ୍ୱାରପାଳ ପୂଜା ଓ ୩ଟା ୧୦ରେ ଗୋପାଳବଲ୍ଲଭ, ୪ଟା ୧୦ରେ ସକାଳ ଧୂପ ଶେଷ ହୋଇ ୪ଟା ୩୫ରେ ଭୋଗମଣ୍ଡପ ଶେଷ ହୋଇଛି। ୫ଟା ୧୦ରେ ବାଳଧୂପ ସରିବା ପରେ ଗ୍ରହଣ ଯୋଗୁଁ ନୀତି ଅଟକିଛି।



ସେପଟେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୪୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଖାସକରି ଶ୍ରୀମନ୍ଦିରରେ ୩୬ପ୍ଲାଟୁନ ଫୋର୍ସ ସମୁଦ୍ରକୁଳରେ ୩ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ମହାପ୍ରଭୁଙ୍କ ସୁନାବେଶ ପାଇଁ ଭକ୍ତଙ୍କ ଗହଳି ଦୃଷ୍ଟିରୁ ଜଗନ୍ନାଥ ବଲ୍ଲଭ ନିକଟରୁ ଲମ୍ବା ବାରିକେଡ କରାଯାଇଛି।

ଗ୍ରହଣ ଯୋଗୁଁ ଆଜି ସକାଳ ୫.୫୪ ସୁଦ୍ଧା ଶେଷ ହୋଇଛି ଲିଙ୍ଗରାଜ ମନ୍ଦିର ନୀତିକାନ୍ତି। ଗତକାଲି ରାତି ୧୦ ଟାରେ ଠାକୁରଙ୍କ ନୀତି ଶେଷ ପରେ ରାତି ୧୨ଟା ରେ ପୁଣି ଦ୍ୱାରଫିଟା ହୋଇଥିଲା। ସକାଳ ୫.୫୪ ସୁଦ୍ଧା ସମସ୍ତ ଦେଵନୀତି ହୋଇ ଟେରାପିଟା ନୀତି ପର୍ଯ୍ୟନ୍ତ ସମସ୍ତ ନୀତି ଶେଷ ହୋଇଛି। ସନ୍ଧ୍ୟାରେ ସର୍ଵମୋକ୍ଷ ପରେ ପୁଣି ଠାକୁରଙ୍କ ଗ୍ରହଣ ଗାଧୁଆ ହୋଇ ସନ୍ଧ୍ୟା ଆଲତି ଓ ନୀତି ଆରମ୍ଭ ହେବ। ଗ୍ରହଣ ପାଇଁ ଗତ ରାତି ୧୨ ଟାରୁ ଡ଼ଙ୍ଗା ଭସା ଓ ଦିଅଁ ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ୫.୩୦ ସୁଦ୍ଧା ହଜାର ହଜାର ଭକ୍ତ ଆଜି ଦର୍ଶନ ସାରିଛନ୍ତି। ଏବେ ଆଡ଼କାଠରୁ ବାବାଙ୍କ ଦର୍ଶନ ହେବ ହେଲେ ଗ୍ରହଣ ପାଇଁ ଭୋଗ ଲାଗି ହେବ ନାହିଁ।

ଗ୍ରହଣ ନୀତି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଆଜି ଗତକାଲି ବିଳମ୍ବିତ ରାତ୍ରରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ସମୁଦ୍ର ଓ ବିଭିର୍ନ ତୀର୍ଥ ପୁଷ୍କରିଣୀରେ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗାରେ ଦୁବ, ବରକୋଳି ପତ୍ର, ଚାଉଳ, ଦୀପ, ଧୂପ, ପାନ ଓ ଗୁଆ ଆଦି ଦେଇ ଭସାଉଥିବାର ଦେଖିବାକୁ ମିଳିଥିଲା।
Published by:Soumya Das
First published: