ଖେଲୋ ଇଣ୍ଡିଆ: ୪ଟି ସ୍ବର୍ଣ୍ଣ ପଦକ ସହ ପଏଣ୍ଟ ତାଲିକାର ଶୀର୍ଷରେ କର୍ଣ୍ଣାକଟର ଜୈନ ବିଶ୍ବବିଦ୍ୟାଳୟ

‘‘କଡ଼ା ପ୍ରତିଯୋଗିତା ହେଉଛି । ତଥାପି ଶ୍ରେଷ୍ଠ ପ୍ରଦର୍ଶନ ସହ ଫାଇନାଲରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି,’’ କହିଛନ୍ତି ଆର୍ଚେରୀ ଫାଇନାଲ୍‌ରେ ପ୍ରବେଶ କରିଥିବା କିଟ୍‌ ବିଶ୍ବବିଦ୍ୟାଳୟର ରଞ୍ଜିତ ନାୟକ ।

ଖେଲୋ ଇଣ୍ଡିଆ: ୪ଟି ସ୍ବର୍ଣ୍ଣ ପଦକ ସହ ପଏଣ୍ଟ ତାଲିକାର ଶୀର୍ଷରେ କର୍ଣ୍ଣାକଟର ଜୈନ ବିଶ୍ବବିଦ୍ୟାଳୟ
ବାସ୍କେଟବଲ୍‌ ପ୍ରତିଯୋଗିତା ଚ଼ାଲିଛି ।
  • News18 Odia
  • Last Updated: February 25, 2020, 12:10 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଗୋଟିଏ ଜାଗାରେ ବିଭିନ୍ନ ରାଜ୍ୟର ବିଭିନ୍ନ ଭାଷାଭାଷୀ ଛାତ୍ରଛାତ୍ରୀ କ୍ରୀଡ଼ା ଉତ୍ସାହ ନେଇ ଏକାଠି ହୋଇଛନ୍ତି ଖେଲୋ ଇଣ୍ଡିଆ  ବିଶ୍ବବିଦ୍ୟାଳୟ କ୍ରୀଡ଼ା ମହୋତ୍ସବରେ । ଚ଼ତୁର୍ଥ ଦିନରେ ବିଭିନ୍ନ ଦଳଗତ ଇଭେଣ୍ଟରେ ହୋଇଛି ପ୍ରତିଦ୍ବନ୍ଦିତା । ଚ଼ାଲିଛି କଡ଼ା ପ୍ରତିଦ୍ୱନ୍ଦିତା ।

ତୃତୀୟ ଦିନ ଶେଷ ସୁଦ୍ଧା ଚ଼ାରିଟି ସ୍ବର୍ଣ୍ଣ ପଦକ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି କର୍ଣ୍ଣାକଟର ଜୈନ ବିଶ୍ବବିଦ୍ୟାଳୟ । ତା’ ପଛକୁ ଚ଼ାରିଟି ସ୍ବର୍ଣ୍ଣ ସହ ଦ୍ବିତୀୟ ସ୍ଥାନରେ ରହିଛି ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ । ସେହି ପରି ପଞ୍ଜାବ ବିଶ୍ବବିଦ୍ୟାଳୟ ସର୍ବାଧିକ ଦଶଟି ପଦକ ସହ ହାସଲ କରିଛି – ଦୁଇଟି ସ୍ବର୍ଣ୍ଣ, ଚ଼ାରିଟି ରୌପ୍ୟ ଓ ଚ଼ାରିଟି ବ୍ରୋଞ୍ଜ ପଦକ । କିଟ୍‌, କଳିଙ୍ଗ ଓ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଛି ପ୍ରତିଯୋଗିତା ।

ଭଲିବଲ୍‌ ଫାଇନାଲ୍‌ରେ ମୁହାଁମୁହିଁ ହୋଇଛନ୍ତି ତାମିଲନାଡୁର ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟ ଏବଂ ହରିୟାଣାର କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ । ସେମିଫାଇନ୍‌ଲରେ ମାଙ୍ଗାଲୋର ବିଶ୍ବବିଦ୍ୟାଳୟ ୩-୧ ସେଟ୍‌ରେ ହାରିଥିଲା । ସେହି ପରି ପଞ୍ଜାବର ଲଭ୍‌ଲୀ ପ୍ରଫେସନାଲ ବିଶ୍ବବିଦ୍ୟାଳୟକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି ଏସଆର୍‌ଏମ୍‌ ବିଶ୍ବବିଦ୍ୟାଳୟ । ୪X୨୦୦ ଫ୍ରି ଷ୍ଟାଇଲ ରିଲେରେ ପ୍ରଥମ ସ୍ଥାନ ହାସଲ କରିଛି ଜେଏନ୍‌ ବିଶ୍ବବିଦ୍ୟାଳୟ ।

‘‘କଡ଼ା ପ୍ରତିଯୋଗିତା ହେଉଛି । ତଥାପି ଶ୍ରେଷ୍ଠ ପ୍ରଦର୍ଶନ ସହ ଫାଇନାଲରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି,’’ କହିଛନ୍ତି ଆର୍ଚେରୀ ଫାଇନାଲ୍‌ରେ ପ୍ରବେଶ କରିଥିବା କିଟ୍‌ ବିଶ୍ବବିଦ୍ୟାଳୟର ରଞ୍ଜିତ ନାୟକ ।

ମାର୍ଚ୍ଚ ୧ ତାରିଖ ଯାଏ ଚ଼ାଲିବ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା । ଦଳଗତ ଇଭେଣ୍ଟ ପରେ ଆରମ୍ଭ ହେବ ଏକକ ଇଭେଣ୍ଟ । ଆସନ୍ତା ୨୭ ତାରିଖ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ସ୍ପ୍ରିଣ୍ଟ ଇଭେଣ୍ଟ । ଉଭୟ ୧୦୦ ଓ ୨୦୦ ମିଟରରେ ଭାଗ ନେଉଛନ୍ତି ଅଲିମ୍ପିଆନ୍‌ ଦୂତୀ ଚାନ୍ଦ ।

‘‘ବିଶ୍ବବିଦ୍ୟାଳୟ ସ୍ତରରୁ ଭଲ ପ୍ରଦର୍ଶନ କଲେ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ଅନେକ ସୁଯୋଗ ମଧ୍ୟ ରହିଛି । ତା’ଛଡା ଏହି କ୍ରୀଡ଼ା ଆମ ଭଳି ଖେଳାଳିଙ୍କ ପାଇଁ ଏକ ଭଲ ସୁଯୋଗ,’’ କହିଛନ୍ତି କେରଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚନା ।

କ୍ରୀଡ଼ା ସହ ମହିଳା ଆଥଲେଟଙ୍କୁ ନେଇ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ ଉପରେ ହୋଇଛି ଆଲୋଚନା । ଗୋଲ୍‌ଡକୋଷ୍ଟ ଅଲିମ୍ପିକ୍ସ ମୁଖ୍ୟ ଫିଜିଓଥେରାଫିଷ୍ଟ ଡକ୍ଟର ପୂର୍ଣ୍ଣିମା ରମଣ ଏହି ଅବସରରେ ଯୋଗ ଦେଇଥିଲେ ।

ଖେଲୋ ଇଣ୍ଡିଆରେ ଏକାଠି ହୋଇଛନ୍ତି ୧୫୯ ବିଶ୍ବବିଦ୍ୟାଳୟର ୩,୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ଓ ୭୦୦ରୁ ଅଧିକ ଅଧିକାରୀ । ଚ଼ତୁର୍ଥ ଦିନରେ ବିଭିନ୍ନ ଦଳଗତ ଇଭେଣ୍ଟରେ ହୋଇଛି ପ୍ରତିଦ୍ବନ୍ଦିତା । ନିଜ ପ୍ରତିଭା ପ୍ରଦର୍ଶନର ଶ୍ରେଷ୍ଠ ମାଧ୍ୟମ ପାଲଟିଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ।

ବିଭିନ୍ନ ରାଜ୍ୟରୁ ଏସିଛନ୍ତି ଭିନ୍ନ ଭାଷାଭାଷୀ କ୍ରୀଡ଼ାବିତ୍‌ । ସମସ୍ତଙ୍କୁ ଏକାଠି କରିଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା । ମୋ’ଟ ୧୭ଟି ଇଭେଣ୍ଟରରେ ଚ଼ାଲିଛି ପ୍ରତିଦ୍ବନ୍ଦିତା । ବିଶ୍ବବିଦ୍ୟାଳୟ ସ୍ତରରୁ କ୍ରୀଡ଼ାର ବିକାଶ ସହ କ୍ରୀଡ଼ାବିତ୍‌ଙ୍କ ପ୍ରତିଭା ଡ଼ୟନର ଏକ ଭଲ ପ୍ଲାଟଫର୍ମ ହେଉଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା । ଏହାକୁ ନେଇ କ୍ରୀଡ଼ାବିତମାନେ ବେଶ୍‌ ଉତ୍ସାହିତ ।
First published: February 25, 2020, 12:10 AM IST
corona virus btn
corona virus btn
Loading