News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀର ମଞ୍ଚେଶ୍ବର କପିଳେଶ୍ୱର ବିହାରରେ ପୋଡ଼ି ହୋଇଯାଇଥିବା ମହିଳା ଚିକିତ୍ସା ହେଉଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ପ୍ରଗତି ପ୍ରଂଜ୍ଞା। ଛଅ ଦିନ ଧରି ଜୀବନ ସହ ସଂଗ୍ରାମ କରୁଥିଲେ ପ୍ରଗତି। ଏହି ଘଟଣାରେ ପ୍ରଗତିଙ୍କ ସ୍ୱାମୀ ସତ୍ୟ ରଞ୍ଜନଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ। ନଅ ମାସ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା।
ଗତ ଗୁରୁବାର ଦିନ ମଞ୍ଚେଶ୍ବରର କପିଳେଶ୍ୱର ବିହାରରେ ଭଡ଼ା ଘର ଭିତରେ ମହିଳା ଜଣଙ୍କ ଜୀଅନ୍ତା ଜଳୁଥିବା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ଗୁହାରି କରିଥିଲେ ପ୍ରଗତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ପ୍ରଗତିଙ୍କୁ ଭର୍ତ୍ତି କରିଥିଲା। ଘଟଣା ସମୟରେ ପ୍ରଗତିଙ୍କ ସ୍ୱାମୀ ଘରେ ନଥିବାରୁ ସନ୍ଦେହ ହୋଇଥିଲା ପୋଲିସର। ପରେ ପରିବାର ଲୋକଙ୍କ ଅଭିଯୋଗ ପରେ ସତ୍ୟ ରଞ୍ଜନନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।
"ଆମେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ। ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମହିଳାଙ୍କର ବୟାନ ଅଧ୍ୟ ରେକର୍ଡ କରିଥିଲୁ। ପରେ ତାଙ୍କ ପରିବାର ଲୋକେ ନିର୍ଯାତନା ଅଭିଯୋଗ ଆଣିବା ପରେ ଦୁଇ ଦିନ ତଳେ ତାଙ୍କ ସ୍ୱାମୀଙ୍କୁ ଆମେ ଗିରଫ କରି କୋର୍ଟ ଚାଲାଣ କଟିଥିଲୁ। ମହିଳାଙ୍କ ମୃତ୍ୟୁ କାଳୀନ ବୟାନ ଅନୁସାରେ ଆମେ ତଦନ୍ତ କରୁଛୁ। ଆଉ ଯେଉଁମାନଙ୍କର ସମ୍ପୃକ୍ତି ସାମ୍ନାକୁ ଆସିବେ ସେମାନଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ମଞ୍ଚେଶ୍ୱର ଥାନାର ତଦନ୍ତକାରୀ ଅଧିକାରି।
ସୂଚନାଯୋଗ୍ୟ, ମଞ୍ଚେଶ୍ବର ଥାନା ପଳାଶୁଣି କପିଳେଶ୍ବର ବିହାରରେ ମହିଳା ନିଜ ସ୍ୱାମୀଙ୍କ ସହ ରହୁଥିଲେ। ଗତ ଗୁରୁବାର ରାତି ଅଧରେ ଲେନ ନମ୍ବର ତିନିରେ ଭଡ଼ା ଘରେ ଜିଅନ୍ତା ଜଳି ଯାଇଥିଲେ ପ୍ରଗତି ପ୍ରଜ୍ଞା ପରିଜା। ମହିଳାଙ୍କ ସ୍ବାମୀଙ୍କ ନାଁ ସତ୍ୟ ପ୍ରକାଶ ନାୟକ। ଯିଏ ଓଲା ଡ୍ରାଇଭର ଭାବେ କାମ କରୁଛନ୍ତି। ମହିଳା ଜଣକ ଜଳୁଥିବା ଅବସ୍ଥାରେ ପଡୋଶୀଙ୍କୁ ଉଦ୍ଧାର କରିବା ପାଇଁ ଡାକ ପକାଇଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା ପୋଲିସ । ତେବେ ନବ ବିବାହିତ ମହିଳା ଜଣକ କାହିଁକି ନିଜ ଦେହରେ ନିଜେ କିରୋସିନି ପକାଇ ନିଆ ଲଗାଇଥିଲେ ତାକୁ ନେଇ ତଦନ୍ତ କରୁଛି ପୋଲିସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।