କପିଳାସ ଆରମ୍ଭ ହେଲା ଜଙ୍ଗଲ ସଫାରୀ; ମଜା ଉଠାଉଛନ୍ତି ପର୍ଯ୍ୟଟକ

Kapilash Jungle Safari: ଜଙ୍ଗଲ ଭିତରେ ଗଡୁଛି ଗାଡ଼ି। ଖୋଲା ଜିପ୍‌ରେ ବସି ପର୍ଯ୍ୟଟକ ବୁଲୁଛନ୍ତି ଅଭୟାରଣ୍ୟ। ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଥିବା ଜଙ୍ଗଲ ସଫାରୀ।

କପିଳାସ ଆରମ୍ଭ ହେଲା ଜଙ୍ଗଲ ସଫାରୀ

କପିଳାସ ଆରମ୍ଭ ହେଲା ଜଙ୍ଗଲ ସଫାରୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Kapilash Jungle Safari: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗର ନିଆରା ଉଦ୍ୟମ। ଢେଙ୍କାନାଳ କପିଳାସ ଅଭୟାରଣ୍ୟରେ ପ୍ରଥମ କରି ଆରମ୍ଭ ହୋଇଛି ଜଙ୍ଗଲ ସଫାରୀ।

ଖୋଲା ଜିପ୍‌ରେ ବସି ଘଞ୍ଚ ଜଙ୍ଗଲ ଭିତରେ ବୁଲୁଛନ୍ତି ପର୍ଯ୍ୟଟକ, ଅତି ପାଖରୁ ଜୀବଜନ୍ତୁଙ୍କୁ ଦେଖୁଛନ୍ତି। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାର ଏମିତି କି ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ କପିଳାସ ଜଙ୍ଗଲ ସଫାରୀର ମଜା ନେବାକୁ ଆସୁଛନ୍ତି।

ଜଙ୍ଗଲ ଭିତରେ ଗଡୁଛି ଗାଡ଼ି। ଖୋଲା ଜିପ୍‌ରେ ବସି ପର୍ଯ୍ୟଟକ ବୁଲୁଛନ୍ତି ଅଭୟାରଣ୍ୟ। ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଥିବା ଜଙ୍ଗଲ ସଫାରୀ ଏବେ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ପ୍ରମୁଖ ଆକର୍ଷଣ।

ଘଞ୍ଚ ଜଙ୍ଗଲ ଭିତରେ ସବୁଜିମାକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଆଉ ବନ୍ୟପ୍ରାଣୀଙ୍କୁ ଅତି ପାଖରୁ ଦେଖିବା ପାଇଁ ଉତ୍ସୁକ ହେଉଛନ୍ତି। କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରୁ ଏମିତି କି ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ କପିଳା ଜଙ୍ଗଲ ସଫାରୀର ମଜ୍ଜା ନେଉଛନ୍ତି।

ଗୋଟିଏ ଖୋଲା ଜିପ୍‌ରେ ସୁରକ୍ଷା କର୍ମୀ ଓ ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୭ ଜଣ ଯାତ୍ରା କରିପାରୁଛନ୍ତି। ଅଢ଼େଇ ଘଣ୍ଟାର ଗୋଟିଏ ଟ୍ରିପ୍ ପାଇଁ ଅନଲାଇନରେ ୨୫୦୦ ଏବଂ ଅଫଲାଇନରେ ୨୬,୦୦୦ ଟଙ୍କା ଦେବାକୁ ପଡୁଛି।

ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ଏହି ଜଙ୍ଗଲ ସଫାରୀ ଆରମ୍ଭ କରାଯାଇଛି। ଏହି ସଫାରୀ ଯାତ୍ରା କପିଳାସ ନିକଟରୁ ଆରମ୍ଭ ହୋଇ ଅଭୟାରଣ୍ୟର ସୀମାନ୍ତ ଦେଇ ସୋରିଷିଆପଦାରେ ଶେଷ ହେଉଛି। ପ୍ରାୟ ୨୬ କିଲୋମିଟର ବ୍ୟାପ୍ତ ଏହି ସଫାରୀ ବେଳେ ପର୍ଯ୍ୟଟକମାନେ ହରିଣ, ସମ୍ବର, କୁଟୁରା, ଗୟଳ ସହ ବିଭିନ୍ନ ପ୍ରଜାତିର ପକ୍ଷୀ, ହାତୀଙ୍କ ଚଳପ୍ରଚଳ ଦେଖିପାରିବା।

ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ଯେ ଢେଙ୍କାନାଳଜଙ୍ଗଲ ସଫାରୀ ବେଳେ ପର୍ଯ୍ୟଟକମାନେ ୱାଚ୍ ଟାୱାରକୁ ଯାଇ ଫଟୋ ଉଠାଇ ପାରିବେ। ଢେଙ୍କାନାଳ ଓ ଆଠଗଡ଼ ବନଖଣ୍ଡ ମଧ୍ୟସ୍ଥ ବିନିକାଠାରେ ରହିଛି ଏହି ୱାଚ୍ ଟାୱାର। ସେଠାରେ ପର୍ଯ୍ୟଟକମାନଙ୍କୁ ବନ ବିଭାଗ ପକ୍ଷରୁ ଚା, କଫି, ସ୍ନାକ୍ସ ଯୋଗାଇ ଦିଆଯାଉଛି। ୱାଚ୍ ଟାୱାରରୁ ହାତୀ, ବାଘ, ଭାଲୁ ପାଣି ପିଇବାକୁ ଆସୁଥିବା ଦୃଶ୍ୟ ଦେଖିବାର ସମ୍ଭାବନା ରହିଛି।

କପିଳାସ ଜଙ୍ଗଲ ସଫାରୀ କରୁଥିବା ପର୍ଯ୍ୟଟକମାନେ କପିଳାସ ପୀଠରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ଦର୍ଶନ କରିବାର ସୌଭାଗ୍ୟ ମଧ୍ୟ ଲାଭ କରିପାରିବେ।
Published by:Lipina Das
First published: