News18 Odia Digital
ଭୁବନେଶ୍ୱର: କମିଶନରେଟ ପୋଲିସ ଆରମ୍ଭ କରିଥିବା ‘ଅପରେସନ କିଡନ୍ୟାପିଙ୍ଗ୍ ଆଣ୍ଡ୍ ପର୍ସନ୍ ମିସିଂ’ ଅଭିଯାନରେ ୨୩୫ ଜଣ ଲୋକଙ୍କ ମୃତ ଦେହର ପରିଚୟ ଖୋଜା ଚାଲିଛି । ଜଣେ ଏ.ସି.ପି. ଓ ଦୁଇଜଣ ଆଇ.ଆଇ.ସି.ଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ଟିମ୍ ବିଭିନ୍ନ ଥାନରେ ପଡ଼ିରହିଥିବା ପୁରୁଣା ମାମଲାଗୁଡି଼କୁ ଖୋଲି ତଦନ୍ତ ଆରମ୍ଭ କରିଛି ।
ଏହି ୨୩୫ଟି ଅଜଣା ମୃତ ଦେହ ମାମଲା ମଧ୍ୟରୁ ଖଣ୍ଡଗିରି ଥାନାରେ ସର୍ବାଧିକ ୪୬ଟି ମାମଲା ରହିଛି । ବଡ଼ଗଡ଼ ଥାନାରେ ରୁଜୁ ହୋଇଥିବା ୧୩ଟି ମାମଲା ଓ ସହିଦ ନଗର ଥାନାରେ ରୁଜୁ ହୋଇଥିବା ୨୧ଟି ମାମଲାରେ ଅଜ୍ଞାତ ମୃତ ଦେହଗୁଡ଼ିକର ପରିଚୟ ଖୋଜୁଛି ପୋଲିସ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ଖାରବେଳ ନଗର ଥାନାରେ ୩୩ଟି, ନନ୍ଦନକାନନ ଥାନାରେ ସାତଟି, ଧଉଳି ଥାନାରେ ଚାରିଟି ଓ ତମାଣ୍ଡୋ ଥାନାରେ ଛଅଟି ମାମଲାରେ ଅଜ୍ଞାତ ମୃତ ଦେହର ପରିଚୟ ମିଳିପାରୁନି । ଇନଫୋସିଟି ଓ ମଞ୍ଚେଶ୍ୱର ଥାନାରେ ୨ଟି, ଚନ୍ଦକାରେ ସାତଟି, ଜଟଣୀରେ ୧୨ଟି, ବାଲିପାଟଣାରେ ଆଠଟି, ବାଲିଅନ୍ତାରେ ୧୨ଟି, କ୍ୟାପିଟାଲ୍ ଥାନାରେ ୨୦ଟି, ଚନ୍ଦ୍ରଶେଖରପୁର ଥାନାରେ ୧୩ଟି ଓ ଏୟାରଫିଲ୍ଡ ଥାନାରେ ଆଠଟି ମୃତ ଦେହର ପରିଚୟ ମିଳିନି ।

ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ
“ଗତ କିଛି ଦିନ ହେବ ପରୀକ୍ଷାମୂଳକ ଭାବେ ଏହି ଅପରେସନ୍ ଆରମ୍ଭ ହୋଇଛି । କଥିତ ରୂପେ ଅପହୃତ ହୋଇଥିବା ୩୫ରୁ ଅଧିକ ନାବାଳିକାଙ୍କ ପତା ମିଳିଛି । ଆଗକୁ ସବୁ ଥାନାରେ ପଡ଼ିରହିଥିବା ଏମିତି ମାମଲାଗୁଡି଼କର ଯାଞ୍ଚ କରାଯିବ । ଅଜଣା ମୃତ ଦେହଗୁଡି଼କର ପରଚୟ ଖୋଜା ଚାଲିଛି । ଆବଶ୍ୟକ ପଡିଲେ ପୋଷ୍ଟର୍ ମରାଯିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ | କରୋନା ଟିକା ନେଲେଣି କି ନା? ପଢ଼ନ୍ତୁ ‘ସଞ୍ଜିବନୀ ଗାଡ଼ି’ର ଆତ୍ମକାହାଣୀ: କେତେ ଗାଁ, କେତେ ପ୍ରଶ୍ନକମିଶନରେଟ ପୋଲିସ ଗଠନ ହେବା ଦିନ ଠାରୁ ଗତ ୧୨ ବର୍ଷ ମଧ୍ୟରେ ଆର୍.ଟି.ଆଇ.ରେ ମିଳିଥିବା ତଥ୍ୟ ଅନୁସାରେ ୨୨ଟି ଥାନାରେ ୪,୪୩୮ ଜଣ ଶିଶୁ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଛି । ସେଥି ମଧ୍ୟରୁ ୨,୮୮୯ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ପୋଲିସ । ଆହୁରି ୧,୫୪୯ ଜଣ ଶିଶୁଙ୍କ ପତା ମିଳିନି ।
ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍“ପୋଲିସ ଏ ସବୁ ମାମଲାଗୁଡି଼କୁ ଗୁରୁତ୍ୱର ସହ ନେଇ ତଦନ୍ତ କଲେ ହିଁ ତଦନ୍ତ ପକ୍ର୍ରିୟା ସହଜ ହେବ ଓ ଶୀଘ୍ର ସରିବ । ଅଭିଯୋଗ କରିଥିବା ଲୋକଙ୍କ ସହ ଯୋଗାଯୋଗ କଲେ ପୋଲିସକୁ ସଫଳତା ମିଳିବ । ଶିଶୁ ନିଖୋଜ ହେଉ ବା ଅଜଣା ମୃତ ଦେହର ପରିଚୟ, ସଠିକ୍ ଭାବେ ତଦନ୍ତ କଲେ ଏହି ଅପରେସନରେ ପୋଲିସ ସଫଳ ହେବ,’’ କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | TMCର ଗର୍ଭବତୀ MP ନୁସରତ୍ ଜହାଁ କହିଲେ ସ୍ୱାମୀ ନିଖିଲ୍ ଜୈନଙ୍କ ସହ ତାହା ତାଙ୍କର ‘‘ବିବାହ ନ ଥିଲା’’ଗତ ଫେବୃଆରୀ ମାସରେ ଯାଆଁଳା ଫାଣ୍ଡି ପରିସରରେ ଥିବା ଏକ ଧଳା ରଙ୍ଗର ପରିତ୍ୟକ୍ତ କାର୍ ଭିତରୁ ଜଣେ ଅଜଣା ମହିଳାଙ୍କ କଙ୍କାଳ ପୋଲିସ ଜବତ କରିଥିଲା । ମାର୍ଚ୍ଚ ମାସରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେହି କଙ୍କାଳର ପରିଚୟ ପାଇବାରେ ସକ୍ଷମ ହୋଇନି କମିଶନରେଟ୍ ପୋଲିସ ।
“ନାବାଳିକା ଅପହରଣ ଓ ମସିଂ ପର୍ସନ୍ ଘଟଣାଗୁଡି଼କର ତଦନ୍ତ ବେଳେ ପୋଲିସକୁ ସେତେ ହଇରାଣ ହେବାକୁ ପଡିବ ନାହିଁ। ଅଭିଯୋଗ ପତ୍ରରେ ସେମାନଙ୍କ ପରିଚୟ ଓ ଫୋନ୍ ନମ୍ବର ଥିବ । କିନ୍ତୁ ଅଜଣା ମୃତ ଦେହର ପରିଚୟ ଖୋଜିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ୍ ହେବ,’’ କହିଛନ୍ତି ବରିଷ୍ଠ ଆଇନଜିବୀ ସିଦ୍ଧାର୍ଥ ଦାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।