କେଉଁଝର: ଅନଲାଇନ୍ ଖେଳରେ ଆକାଉଣ୍ଟରୁ କଟିଲା ୯୧,୦୦୦ ଟଙ୍କା; ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କଲା

୧୩ ବର୍ଷର ପୁଅ ଯେ ମୋବାଇଲ୍ ଫୋନରେ ପାଠପଢ଼ା ପରେ ଅନଲାଇନ୍ ଖେଳ ଖେଳି ଅନେକ ସମୟ ବିତାଉଛି ତାହା ଜାଣିବା ପରେ ପରିବାର ଲୋକେ ତାକୁ ଅନେକ ଥର ବାରଣ କରିଥିଲେ, ହେଲେ ସେ କାହା କଥା ଶୁଣୁ ନ ଥିଲା ।

କେଉଁଝର: ଅନଲାଇନ୍ ଖେଳରେ ଆକାଉଣ୍ଟରୁ କଟିଲା ୯୧,୦୦୦ ଟଙ୍କା; ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କଲା
ହସପିଟାଲ ପହଞ୍ଚିବା ପୂର୍ବରୁ ବାଳକଟିର ପ୍ରାଣ ବାୟୁ ଉଡ଼ିଯାଇଥିଲା ।
  • News18 Odia
  • Last Updated: October 3, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେଉଁଝର: ଅନଲାଇନ୍‌ ଖେଳ ଯୋଗୁଁ କେଉଁଝରରେ ଏକ ନୀରିହ ବାଳକର ପ୍ରାଣ ଯାଇଛି । ଏହି ଅନଲାଇନ୍ ଖେଳରେ ତା’ ବାପା ଓ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୧,୦୦୦ ଟଙ୍କା କଟିଯାଇଥିବା ଜାଣିବା ପରେ ପରିବାର ଲୋକେ ତା’ ଉପରେ ରାଗ ପ୍ରକାଶ କରିବାରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବାଳକଟି ଆତ୍ମହତ୍ୟା କରିଛି ।

ଏହି ଦୁଃଖଦ ଘଟଣା ଘଟିଛି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଅଞ୍ଚଳରେ । ମୃତ ବାଳକ ଅମିତାଂଶୁ ଆପଟର ବାପା ବିନୋଦ ଆପଟ କହିଛନ୍ତି ଯେ ଅନଲାଇନ୍‌ ଶିକ୍ଷା ନାଁରେ ପୁଅ ଏମିତି କରିବସିବ ବୋଲି ତାଙ୍କର ଆଦୌ ଧାରଣା ନ ଥିଲା ।

‘‘ତା’ ଅନଲାଇନ ପାଠପଢ଼ା ପାଇଁ ତା’ର ଗୋଟେ ମୋବାଇଲ୍‌ ଫୋନ୍‌ ଦରକାର ଅଛି ବୋଲି ସେ କହିବାରୁ ମୁଁ ତା’ ପାଇଁ ଗୋଟେ ଫୋନ୍‌ କିଣି ତାକୁ ଦେଇଥିଲି । ସେଥିରେ ସେ ସ୍କୁଲ ପାଠ ଅନଲାଇନରେ ପଢ଼ୁଥିଲା । ହେଲେ ମୁଁ ବା ପରିବାରର କେହି ଜାଣି ନ ଥିଲୁ ଯେ ସେ ଅନଲାଇନ୍ ଖେଳ ଖେଳି ଏମିତି କରିବସିବ,’’ କାନ୍ଦି କାନ୍ଦି କହିଛନ୍ତି ବିନୋଦ ଆପଟ ।

ମୃତ ପିଲାଟିର ବାପା ବିନୋଦ ଆପଟ


ବିନୋଦ ଓ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମୋ’ଟ ୯୧,୦୦୦ ଟଙ୍କା କଟିଯାଇଥିଲା ତାଙ୍କ ପୁଅ ଅମିତାଂଶୁର ଅନଲାଇନ୍ ଖେଳରେ । ପୁଅ ଯେ ଅନଲାଇନ୍ ଖେଳ ଖେଳୁଛି ଓ ମୋବାଇଲ ଫୋନରେ ପାଠ ପଢ଼ା ବ୍ୟତୀତ ଅନେକ ସମୟ ବିତାଉଛି ସେ ବିଷୟରେ ପରିବାର ଲୋକେ ତାକୁ ଅନେକ ଥର କହିଥିଲେ, ହେଲେ ସେ ଶୁଣୁ ନ ଥିଲା ।

ଅମିତାଂଶୁ ‘‘ଫ୍ରି ଫାୟାର୍‌’’ (Free Fire) ନାମକ ଏକ ଅନଲାଇନ୍‌ ଖେଳ ଖେଳି ଏତେ ଟଙ୍କା ହରାଇ ବସିଥିଲା ବୋଲି କହିଛନ୍ତି ତାଙ୍କର କେତେକ ଶୋକାକୁଳ ପରିଜନ ।

‘‘ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟୁଥିବା କଥା ଜାଣିବା ପରେ ମୁଁ କିଛି ଦିନ ତଳେ ମୋ’ ନିଜ ପାସବୁକ୍‌ ଓ ମୋ’ ସ୍ତ୍ରୀଙ୍କ ପାସବୁକ୍‌ ନେଇ ବ୍ୟାଙ୍କକୁ ଯାଇ ଦୁଇଟି ଆକାଉଣ୍ଟ ଚେକ୍‌ କଲାରୁ ଜାଣିଲି ଯେ ସେଥିରୁ ମୋ’ଟ ୯୧,୦୦୦ ଟଙ୍କା କଟିଯାଇଛି । ଆଉ ମାତ୍ର ୫୦୦ ଟଙ୍କା ଅଛି । ତା’ ପରେ ମୁଁ ଓ ତା’ ମାଆ ତା’ ଉପରେ ରାଗିଥିଲୁ,’’ କହିଛନ୍ତି ବିନୋଦ ଆପଟ ।

ଏହା ବି ପଢ଼ନ୍ତୁ ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ସଂକ୍ରମିତ ହେଲେ; କ୍ୱାରେଣ୍ଟାଇନରେ ରହିଲେ

ଏହା ବି ପଢ଼ନ୍ତୁ ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ମାଆ ଓ ବାପାଙ୍କ ସମେତ ପରିବାରର ଅନ୍ୟ କେତେକ ଲୋକଙ୍କ ଠାରୁ ଗାଳିଗୁଲଜ ଶୁଣିବା ପର ଠାରୁ ମାନସିକ ଚାପରେ ଥିବା ୧୩ ବର୍ଷର ବାଳକ ଅମିତାଂଶୁ ଶୁକ୍ରବାର (ଅକ୍ଟୋବର ୨) ରାତିରେ ଘରେ ସମସ୍ତେ ଶୋଇପଡ଼ିବା ପରେ ନିଜ ବେକରେ ରଶି ଲଗାଇ ପଙ୍ଖାରୁ ଝୁଲିପଡ଼ିଥିଲା ।



ପରିବାର ଲୋକେ ତାକୁ ଏକ ରଶିରେ ଝୁଲୁଥିବା ଦେଖି ତୁରନ୍ତ ହସପିଟାଲକୁ ନେଇଯାଇଥିଲେ, ହେଲେ ସେତେବେଳକୁ ତା’ର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରି ଏକ ଅପ୍ରତ୍ୟାଶିତ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Published by: Anand Shankar Thankur Das
First published: October 3, 2020, 11:59 PM IST
corona virus btn
corona virus btn
Loading