ନବରଙ୍ଗପୁରରେ କଙ୍ଗାରୁକୋର୍ଟ: ଚୋରି ଅଭିଯୋଗରେ ନାବାଳିକାଙ୍କୁ ବାନ୍ଧି ଜୋତାମାଳ ପିନ୍ଧାଇଲେ

ଜଣେ ନାବାଳିକାଙ୍କ ନାମରେ ଚୋରି ଅଭିଯୋଗ ଆଣିବା ସହ କଙ୍ଗାରୁକୋର୍ଟରେ ଦଣ୍ଡଦେଲେ କିଛି ବ୍ୟକ୍ତି । ଭିଡିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ।

ନବରଙ୍ଗପୁରରେ କଙ୍ଗାରୁକୋର୍ଟ: ଚୋରି ଅଭିଯୋଗରେ ନାବାଳିକାଙ୍କୁ ବାନ୍ଧି ଜୋତାମାଳ ପିନ୍ଧାଇଲେ

ନବରଙ୍ଗପୁରରେ କଙ୍ଗାରୁକୋର୍ଟ: ଚୋରି ଅଭିଯୋଗରେ ନାବାଳିକାଙ୍କୁ ବାନ୍ଧି ଜୋତାମାଳ ପିନ୍ଧାଇଲେ

  • News18 Odia
  • Last Updated :
  • Nabarangapur, India
  • Share this:
News 18 Odia Digital

ନବରଙ୍ଗପୁର: ଚୋରି ଅଭଯୋଗରେ ଜଣେ ନାବାଳିକାଙ୍କୁ (minor girl) ଖୁଣ୍ଟରେ ବାନ୍ଧି ଅକଥନୀୟ ନିର୍ଯାତନା ଦିଆଯାଇଥିବା ଦେଖିବାକୁ ମିଳିଛି। କୁନ୍ଦେଇ କାଉଡଲା ଅଞ୍ଚଳରେ ଏପରି ଏକ କଙ୍ଗାରୁକୋର୍ଟର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ (social media) ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଟଙ୍କା ଚୋରି ଅଭିଯୋଗରେ ଜଣେ ନାବାଳିକାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ଅଭିଯୁକ୍ତମାନେ । ପରେ ତାକୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଛି । ଅଭିଯୁକ୍ତମାନେ ନାବାଳିକାଙ୍କ ବେକରେ ଜୋତା ମାଳ ପିନ୍ଧାଇଥିବାର ଅଭିଯୋଗ ମଧ୍ୟ ରହିଛି । ନାବାଳିକା ଜଣଙ୍କ ଏପରି ନକରିବାକୁ ଅନୁରୋଧ କରିବା ସହ ଟଙ୍କା ଚୋରି କରିନଥିବା କହିଥିଲେ । କିନ୍ତୁ ଉକ୍ତ ସମୟରେ ନାବାଳିକାଙ୍କ କଥାକୁ କେହି ଶୁଣି ନଥିଲେ।

ଏହି ଖବର ପଢ଼ନ୍ତୁ - http://ସ୍କୁଲ୍ ସମୟରେ ରିଲସ୍ ସୁଟିଂ ନିଶା: ପ୍ରଧାନଶିକ୍ଷକ ଦେଲେ ଲିଭିଂ ସାର୍ଟିଫିକେଟ !

ନାବାଳିକାଙ୍କୁ ମାଡ଼ମାରିବା ସମୟରେ କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଯାହାକୁ ପରେ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କ ବାପା ଏନେଇ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଭିଡିଓ ଭାଇରାଲ ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
Published by:Soubhagya Mishra
First published: