ଏବେ ଅନଲାଇନରେ ବୁକିଂ କରିହେବ କଲ୍ୟାଣ ମଣ୍ଡପ; ଅନଲାଇନରେ ହେବ ପେମେଣ୍ଟ

ବି.ଏମ୍.ସି କର୍ତ୍ତୃପକ୍ଷ ନିଜ ଅଧିନସ୍ଥ କଲ୍ୟାଣମଣ୍ଡପ ଗୁଡ଼ିକର ଅନ୍ଲାଇନ୍ ବୁକିଂ ଆରମ୍ଭ କରିଛନ୍ତି । ଲୋକମାନେ ଘରେ ରହି ଏହାର ବୁକିଂ ଭୁବନେଶ୍ଵର ଡ଼ଟ୍ ମି ପୋର୍ଟାଲ୍ (bhubaneswar.me) ରେ ବୁକ କରିପାରିବେ।

ଅନଲାଇନରେ କଲ୍ୟାଣ ମଣ୍ଡପ ବୁକିଂ କରିହେବ (ପ୍ରତୀକାତ୍ମକ ଛବି)

ଅନଲାଇନରେ କଲ୍ୟାଣ ମଣ୍ଡପ ବୁକିଂ କରିହେବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । କୌଣସି ପାରିବାରିକ ବା ସାମାଜିକ ଉତ୍ସବ ପାଇଁ ଯଦି କେହି ଭୁବନେଶ୍ୱର ମହାନଗର ନିଗମ ମାଲିକଙ୍କ ନାରେ ଥିବା କଲ୍ୟାଣ ମଣ୍ଡପ ମାନଙ୍କରେ କରିବାକୁ ଇଛା ଅଛି, କେବଳ ଗୋଟିଏ କ୍ଲିକ୍‌ରେ ଏବେ ବୁକିଂ କରିହେବ।

ବି.ଏମ୍.ସି କର୍ତ୍ତୃପକ୍ଷ ନିଜ ଅଧିନସ୍ଥ କଲ୍ୟାଣମଣ୍ଡପ ଗୁଡ଼ିକର ଅନ୍‌ଲାଇନ୍‌ ବୁକିଂ ଆରମ୍ଭ କରିଛନ୍ତି । କୌଣସି ପ୍ରକାରର ଉତ୍ସବ ବିବାହ, ବ୍ରତଘର କି ବାର୍ଥ ଡେ ସେଲିବ୍ରେସନ ଇତ୍ୟାଦି କରିବାକୁ ଗଲେ ଭୁବନେଶ୍ଵରରେ ଥିବା ବି ଏମ୍ ସି କଲ୍ୟାଣ ମଣ୍ଡପ ଗୁଡ଼ିକୁ ବୁକ କରିବା ପାଇଁ  ଅନଲାଇନ ବ୍ୟବସ୍ଥା କରିଛନ୍ତି ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ଼ । ଏହା ଦ୍ୱାରା ନାଗରିକମାନ ସୁରୁଖୁରୁରେ ନିଜ ଘରୁ ଏହାର ବୁକିଂ ଭୁବନେଶ୍ଵର ଡ଼ଟ୍ ମି ପୋର୍ଟାଲ୍ (bhubaneswar.me) ରେ ବୁକ କରିପାରିବେ। ବର୍ତ୍ତମାନ ବି. ଏମ୍. ସି ଅଧୀନରେ ଯେଉଁସବୁ କଲ୍ୟାଣମଣ୍ଡପ ଗୁଡ଼ିକ ରହିଛି ସେଗୁଡ଼ିକ ହେଲା ସହିଦନଗର (ଉପର ଏବଂ ତଳ ମହଲା), ଭି ଏସ୍ ଏସ୍ ନଗର, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ୟୁନିଟ ୮କମ୍ୟୁନିଟି ସେଟର), ଶାସ୍ତ୍ରୀନଗର, ବୁଦ୍ଧେଶ୍ୱରୀ କଲୋନୀ ଏବଂ ୟୁନିଟ-୧।

ଜଣେ ଯଦି ଅନ୍‌ଲାଇନ୍‌ରେ ବି.ଏମ. ସି କଲ୍ୟାଣ ମଣ୍ଡପ ବୁକିଂ କରିବାକୁ ଆଗ୍ରହ କରନ୍ତି ସେହି ସମୟରେ ମଣ୍ଡପ ଗୁଡ଼ିକର ସ୍ଥିତି କିପରି ଅଛି ତାହା ଜାଣିବା ପାଇଁ ଭୁବନେଶ୍ବର ଡ଼ଟ୍ ମି ପୋର୍ଟାଲକୁ ଯାଇ ଉପଲବ୍ଧ ତାରିଖ ଗୁଡ଼ିକୁ ଚୟନ କରି ସ୍ଵତନ୍ତ୍ର ମଣ୍ଡପକ ବୁକିଂ ପାଇଁ ବିଭିନ୍ନ ଅନଲାଇନ ଦେୟ ପ୍ରକ୍ରିୟା ଯାହା ୟୁପିଆଇ, କ୍ରେଡ଼ିଟ୍ କାର୍ଡ଼ ଓ ଡ଼େବିଟ୍ କାର୍ଡ଼ ଇତ୍ୟାଦି ମାଧ୍ୟମରେ କରିପାରିବେ। ଏହି ପ୍ରକ୍ରିୟା ମାଧ୍ୟମରେ ବୁକିଂକୁ ନିଶ୍ଚିତ କରାଯାଇ ପଞ୍ଜିକୃତ ଇମେଲ ଓ ମୋବାଇଲ ନମ୍ବରରେ ବୁକିଂ ସାର୍ଟିଫିକେଟ ଦିଆଯିବ।

ବି.ଏମ.ସି  କମିଶନର ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂହ କହିଛନ୍ତି କି, "ଏହି ନୂଆ ପଦକ୍ଷେପ ଦ୍ଵାରା ନାଗରିକମାନେ ବିଶେଷ କରି ବରିଷ୍ଠ ନାଗରିକ ନିଜ ସନ୍ତାନ ସନ୍ତତିଙ୍କ ବିବାହ ଇତ୍ୟାଦି କରିବାର ସ୍ଥାନକୁ ଘରେ ରହି ଯୋଗଡ଼ କରିପାରିବେ।  ଅନ୍ୟାନ୍ୟ ସାମାଜିକ ଉତ୍ସବର ଆୟୋଜନ ସୁଲଭ ମୂଲ୍ୟରେ ପାଇପାରିବେ"।

ଭୁବନେଶ୍ଵର ସ୍ମାର୍ଟସିଟି ଅଧୀନରେ ଭୁବନେଶ୍ବର ଡ଼ଟ୍ ମି ପୋର୍ଟାଲର ପରିଚାଳନା କରାଯାଇ ନଗର ପ୍ରଶାସନର ବିଭିନ୍ନ ପଦକ୍ଷେପକୁ ସ୍ୱଚ୍ଛ ଓ ସରଳ କରାଯାଉଛି । ଏହି ପଦକ୍ଷେପ ଦ୍ବାରା ନାଗରିକମାନେ ଭୁବନେଶ୍ଵର ଡ଼ଟ୍ ମି ପୋର୍ଟାଲକୁ ଉପଯୋଗ କରି ବର୍ତମାନ ଏକ ଶହରୁ ଉର୍ଦ୍ଧ୍ବ ପ୍ରକାରର ସେବା ୧୬ ଗୋଟି ସରକାରୀ ସଂସ୍ଥାରୁ ପାଇପାରୁଛନ୍ତି ।

ଏଗୁଡ଼ିକ ମଧ୍ୟରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା, ଅଧିକ ଶକ୍ତିସମ୍ପନ୍ନ ୱାଇଫାଇ ବ୍ୟବସ୍ଥା, ନାଗରିକ ସେବା, ସହରୀ ଉତ୍ସବ, ସହରର ମାନଚିତ୍ର ଇତ୍ୟାଦିର ସୁଯୋଗ ନେଇଯାଇଛନ୍ତି ।

ବର୍ତ୍ତମାନ ସୁଧା ୪ ଲକ୍ଷରୁ ଉର୍ଦ୍ଧ୍ବ ନାଗରିକ ଭୁବନେଶ୍ଵର ଡ଼ଟ୍ ମି ପୋର୍ଟାଲର ଉପଯୋଗ କରିପାରିଥିବା ବେଳେ ୨ ଲକ୍ଷରୁ ଉକ୍ତ ଅଭିଯୋଗର ସମାଧନ ଏହି ପୋର୍ଟାଲ ମାଧ୍ୟମରେ ହୋଇପାରିଛି । ପୋର୍ଟାଲରେ ଥିବା ଡ୍ୟାସ୍‌ବୋର୍ଡ଼ ମାଧ୍ୟମରେ ନାଗରିକ ମାନଙ୍କ ଆବଶ୍ୟକୀୟ ସେବା ସମ୍ପୃକ୍ତ ଅଫିସର ମାନଙ୍କ ସ୍ତରରେ କେତେକାଂଶରେ ପହଞ୍ଚିଛି ତାହା ଚିହ୍ନିଟ ହୋଇପାରୁଛି ।

ଚଳିତ ବର୍ଷ ବି. ଏସ୍.ସି.ଏଲକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆୱାର୍ଡ ପ୍ରତିଯୋଗୀତା ୨୦୨୦ରେ ଭୁବନେଶ୍ୱର ଡଟ ମି ପାଇଁ ସମ୍ମାନଜନକ ପୁରସ୍କାର ମିଳିଛି।
Published by:Soumya Das
First published: