କଳିଙ୍ଗ ଷ୍ଟାଡିୟମରେ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ; ମ୍ୟାଚ୍‌କୁ ନେଇ ଖୁସି ବ୍ୟକ୍ତ କଲେ CM

ଫିଫା ଓ ଫିଫା ୧୭ ବର୍ଷରୁ କମ୍ ମହିଳାଙ୍କ ବିଶ୍ୱକପ୍ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଏହି ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଣ୍ଟର ସାରଣୀକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

କଳିଙ୍ଗ ଷ୍ଟାଡିୟମରେ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ

କଳିଙ୍ଗ ଷ୍ଟାଡିୟମରେ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷ ଅନୁଷ୍ଠିତ ହେବ ଫିଫା ୧୭ ବର୍ଷରୁ କମ ବିଶ୍ୱକପ ମ୍ୟାଚ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ କଳିଙ୍ଗ ଷ୍ଟାଡିୟମରେ ୬ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଭାରତ ତିନୋଟି ମ୍ୟାଚ ଖେଳିବ। ଏହି ଅବସରରେ ଫିଫା ଟ୍ରଫି ଉନ୍ମୋଚିତ କରାଯାଇଛି।

ଫିଫା ଓ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ଵକପ୍ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଏହି ଦ୍ଵିବାର୍ଷିକ ଯୁବ ଟୁର୍ଣ୍ଣାମେଣ୍ଟର ସାରଣୀକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଭାରତ ମ୍ୟାଚଗୁଡ଼ିକୁ ଚଳିତ ବର୍ଷ ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ କରାଯିବ। ଅକ୍ଟୋବର ୩୦ରେ ନଭି ମୁମ୍ବାଇ ଠାରେ ଖେଳାଯିବାକୁ ଥିବା ଭାରତର ପ୍ରଥମ ଫିଫା ମହିଳା ଟୁର୍ଣ୍ଣାମେଣ୍ଟର ଉଭୟ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ ଗୋଆରେ ଖେଳାଯିବ।

“ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳାମାନଙ୍କ ବିଶ୍ଵକପ ଭାରତ ୨୦୨୨ରେ ଭାରତୀୟ ମ୍ୟାଚ୍‌ଗୁଡ଼ିକୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ। ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ ଟୁର୍ଣ୍ଣାମେଣ୍ଟ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି," କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୂର୍ବରୁ ଉଭୟ ଜୁନିୟର ଓ ସିନିୟର ପୁରୁଷଙ୍କ ହକି ବିଶ୍ଵକପ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ ଯୋଡ଼ିଛି। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ପ୍ରମୁଖ ଘରୋଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଯଥା ଆଇଏସ୍ଏଲ୍, ଆଇ ଲିଗ୍, ଇଣ୍ଡିଆନ୍ ସୁପର କପ୍ ଓ ଇଣ୍ଡିଆନ୍‌ ଓମେନ୍ସ ଲିଗ୍ ଆଦି ଆୟୋଜନ ହୋଇସାରିଛି।

ଏ ସମ୍ପର୍କରେ ଏଲଓସିର ପ୍ରକଳ୍ପ ନିର୍ଦ୍ଦେଶକ ଅଙ୍କୁଶ ଅରୋରା ଓ ନନ୍ଦିନୀ ଅରୋରା କହିଛନ୍ତି, “ମହିଳା ଫୁଟବଲକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ଅନୁସାରେ ସମର୍ଥନ ପ୍ରଦାନ କରିଥିବାରୁ ଫିଫା , ଆୟୋଜକ ରାଜ୍ୟ ଓ ସମସ୍ତ ଅଂଶୀଦାରଙ୍କ ନିକଟରେ ଆମେ କୃତଜ୍ଞ। ଏହି ଐତିହାସିକ ଟୁର୍ଣ୍ଣାମେଣ୍ଟ ପ୍ରତି ସାରଣୀ ଘୋଷଣା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଦ୍ବିତୀୟ ଫିଫା ପ୍ରତିଯୋଗିତା ଯୋଜନା ଅନୁସାରେ ଭାରତରେ ଆୟୋଜନ କରିବା ଲାଗି ପ୍ରସ୍ତୁତି ଆଗେଇ ଚାଲିଛି। ଏକ ସଫଳ ଟୁର୍ଣ୍ଣାମେଟ୍ ପ୍ରଦାନ କରିବାକୁ ଆମେ ଦୃଢ଼ ନିଶ୍ଚିତ ରହିଛୁ ଯାହା ଭବିଷ୍ୟତର ଫୁଟବଲ ତାରକାଙ୍କୁ ଚମକିବା ଲାଗି ମଞ୍ଚ ପ୍ରଦାନ କରିବ। ”

ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ ଓ ଏହି ମ୍ୟାଚଗୁଡ଼ିକୁ ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରାଯିବ। ଏହି ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ୍ ଅକ୍ଟୋବର ୨୧ ଓ ୨୨ରେ ଅନୁଷ୍ଠିତ ହେବ ଓ ଏହା ପରେ ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରେ ଅକ୍ଟୋବର ୨୬ରେ ସେମିଫାଇନାଲ୍‌ ଖେଳାଯିବ। ତା’ର ଚାରି ଦିନ ପରେ ତୃତୀୟ ସ୍ଥାନ ପାଇଁ ଏକ ମ୍ୟାଚ୍ ହେବ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ୮ଟାରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶାରେ କିକ୍ ଅଫ୍ ଦି ଡ୍ରିମ୍ ଫୁଟବଲ୍‌ କାର୍ନିଭାଲ୍‌ର ଦୁଇଟି ସଂସ୍କରଣ ଆୟୋଜନ କରାଯାଇଥିଲା ଯାହା ୨୫୦୦ ପିଲାଙ୍କ ପାଖରେ ପହଞ୍ଚିଥିଲା ।
Published by:Lipina Das
First published: