କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ
News18 Odia Digital
ନିଶା ଅବସ୍ଥାରେ ଅଭିନେତ୍ରୀ ଅଭିନେତାଙ୍କ ସହ ରଖୁଛନ୍ତି ଅବୈଧ ସମ୍ପର୍କ। ସମାନ ପରିସ୍ଥିତି ମଧ୍ୟ ବାବୁସାନଙ୍କ ସହ ଘଟିଛି ବୋଲି କହିଛି ସେନା। ବାବୁସାନ ନିଶା ଖାଇ ମାନସିକ ସନ୍ତୁଳନ ହରାଇଛନ୍ତି। ଯାହା ଫଳରେ ଏତେ ବଡ଼ ଡ୍ରାମା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ।
ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କଳିଙ୍ଗ ସେନାର ସାଙ୍ଘାତିକ ଅଭିଯୋଗ ଆଣିଛି। ଓଲିଉଡ଼ିରେ ନିଶା ଦ୍ରବ୍ୟର ବହୁଳ ବ୍ୟବହାର ହେବା ସହ ଅବୈଧ ସମ୍ପର୍କ ବାବଦରେ ମଧ୍ୟ ପ୍ରଶ୍ନ ଉଠାଇଛି କଳିଙ୍ଗ ସେନା।
କେବଳ ସେତିକି ନୁହେଁ ପ୍ରକୃତି ମିଶ୍ରଙ୍କୁ ରେହା ଚକ୍ରବର୍ତ୍ତୀଙ୍କ ସହ ତୁଳନା କରିଛି କଳିଙ୍ଗ ସେନା। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ ଖାରବେଳନଗର ଥାନାରେ ସେନା ପକ୍ଷରୁ ଏତଲା ଦିଆଯାଇଛି।
ନିଶା ବ୍ୟବସାୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ଗ୍ରୁପ ଅଛି। ଚେନ ସିଷ୍ଟମ ଜରିଆରେ ଏହି କାରବାର ଚାଲିଛି। ସିନେ ଷ୍ଟାରଙ୍କୁ କବଳିତ କରିବା ପାଇଁ ଏହି ଜାଲ ବିଛାଯାଇଛି ବୋଲି ଏତଲାରେ ଉଲ୍ଲେଖ କରିଛି କଳିଙ୍ଗ ସେନା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।