୪୨ ଲଷ ଚାଷୀ ପାଇଲେ କାଳିଆର ₹୯୩୦ କୋଟି; BJP କହୁଛି ଚାଷୀଙ୍କ ‘ପ୍ରକୃତ ସଂଖ୍ୟା’ ସନ୍ଦେହ ଘେରରେ

ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି କହିଛି ରାଜ୍ୟ ସରକାର ଚାଷୀମାନଙ୍କୁ କେବଳ କାଳିଆ ଟଙ୍କା ଦେଇଦେଲେ ଚଳିବ ନାହିଁ ।

୪୨ ଲଷ ଚାଷୀ ପାଇଲେ କାଳିଆର ₹୯୩୦ କୋଟି; BJP କହୁଛି ଚାଷୀଙ୍କ ‘ପ୍ରକୃତ ସଂଖ୍ୟା’ ସନ୍ଦେହ ଘେରରେ
କାଳିଆ ଯୋଜନା ଚାଷୀ ମୁହଁରେ ହସ ଆଣିଛି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅକ୍ଷୟ ତୃତୀୟା ପୂର୍ବରୁ ରାଜ୍ୟର ପ୍ରାୟ ୪୨ ଲଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ୨୦୨୧ ଖରିଫ୍‌ ଋତୁ ପାଇଁ କାଳିଆ ଯୋଜନାରେ ୯୩୦ କୋଟି ଟଙ୍କା ସରକାର ଜମା କଲେ ବୋଲି କହିବା ପରେ ଏହାକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଷୟ ତୃତୀୟା ଅବସରରେ ଦେଶର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

‘‘ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବ କରିବାରେ ମଧ୍ୟ ଏହା ସହାୟକ ହୋଇଛି । ଦେଶ ଓ ସମାଜ ପାଇଁ ଚାଷୀର ତ୍ଯାଗର ତୁଳନା ନାହିଁ । ଗତ ବର୍ଷ କୋଭିଡ଼ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ଯାଗର ମୂଲ୍ୟ କେହି ଦେଇ ପାରିବ ନାହିଁ,’’ ଏହି ଅବସରରେ କହିଥିଲେ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ରାଜ୍ୟର ଛୋଟ ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ଏହି ସହାୟତା ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି ସରକାର। କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣବେ ଓ ଭୂମିହୀନ ଚାଷୀମାନେ ଛେଳି, କୁକୁଡ଼ା ଓ ବତକ ପାଳନ ଆଦିରେ ଏହି ରାଶି ବିନିଯୋଗ କରିପାରିବେ ବୋଲି କହିଛନ୍ତି ସରକାର ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍‌ ଆଉଟଗୋଇଂ କଲ୍‌ ମାଗଣା ରିଚାର୍ଜ୍‌

କାଳିଆ ଯୋଜନା ଉଦ୍ଘାଟନ ସମୟର ଏକ ଦୃଶ୍ୟ


ଏପ୍ରିଲ୍‌ ୧ ତାରିଖରେ ରବି ଋତୁ ପାଇଁ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ଯାଇଥିଲା । ଏବେ କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ କୃଷି କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ । ତେଣୁ କୋଭିଡ ନିୟମ ମାନି ଚାଷ କାର୍ଯ୍ୟ କରିପାରିବେ ଚାଷୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ସରକାର କାଳିଆ ସହାୟତା ଘୋଷଣା କରିବା ପରେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ କିସାନ ନିଧି ଯୋଜନାରେ ସହାୟତା ପାଇଁ କେନ୍ଦ୍ର ସରକାର ଆଗୁଆ ଘୋଷଣା କରିବା ପରେ ତରବରିଆ ଭାବେ କାଳିଆ ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କଲେ ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

‘‘ପ୍ରଧାନ ମନ୍ତ୍ରୀ କିସାନ ନିଧି ସହାୟତା ପ୍ରକୃତ ଚାଷୀ ପାଇବା କଥା । ଯେତିକି ଚାଷୀ ସହାୟତା ପାଇବା କଥା ପାଉନାହାନ୍ତି କାରଣ ରାଜ୍ୟ ସରକାର କେନ୍ଦ୍ରକୁ ଚାଷୀଙ୍କ ତାଲିକା ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ପ୍ରକୃତରେ କେତେ ଚାଷୀଙ୍କୁ ସହାୟତା ଦେଉଛନ୍ତି ତାହା ବି ଏବେ ସନ୍ଦେହ ଘେରରେ । ରାଜ୍ୟରେ ଚାଷୀଙ୍କ ଅବସ୍ଥା ସଙ୍ଗୀନ । ଏ ପର୍ଯ୍ୟନ୍ତ  ବିହନ ପହଞ୍ଚି ନାହିଁ । ଏଭଳି ସ୍ଥିତିରେ କେବଳ କାଳିଆ ଟଙ୍କା ଦେଇଦେଲେ ହେବନି । ଚାଷୀଙ୍କ ନିକଟରେ କିପରି ବିହନ ଓ ସାର ପହଁଞ୍ଚିବ ଓ ସୁବିଧାରେ କିପରି ଚାଷୀମାନେ ଋଣ ପାଇବେ ସେ ନେଇ ରାଜ୍ୟ ସରକାର ପ୍ରୟାସ କରିବା ଉଚିତ,’’ କହିଛନ୍ତି ପୁରୋହିତ । କଂଗ୍ରେସ ବି କହିଛି ଯେ ପ୍ରକୃତ ଚାଷୀ ସହାୟତା ପାଇବା ଉଚିତ ।



ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ସବୁବେଳେ କାମ କରୁଛନ୍ତି । ଏହି ସହାୟତା ଅର୍ଥ ଚାଷୀଙ୍କ ଚାଷ କାର୍ଯ୍ୟରେ ବେଶ୍‌ ସହାୟକ ହେବ । ବିରୋଧୀମାନେ ବିରୋଧ କରିବା ଆଳରେ ସବୁ ବେଳେ ଏମିତି କୁହନ୍ତି ।’’
Published by: Anand ST Das
First published: May 15, 2021, 12:02 AM IST