ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚାଲିଗଲା କାଳିଆ, ଏକା ହୋଇଗଲା ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

ଚାଲିଗଲା କାଳିଆ, ଏକା ହୋଇଗଲା ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

କାଳିଆର ମୃତ୍ୟୁକୁ ଡାକ୍ତରୀ ବିଜ୍ଞାନ ପାଇଁ ଏକ ଆହ୍ବାନ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଜଗା ଓ କାଳିଆ ପୁଣି ସାଥୀ ହୋଇ ପାଠ ପଢ଼ିବେ ବୋଲି ସାରା ଓଡ଼ିଶା ଆଶା କରୁଥିଲା । ଯୋଡ଼ାମୁଣ୍ଡ ଶିଶୁ ଯୁଗଳଙ୍କୁ ଅଲଗା କରିବା ବିଶ୍ବର ଏକ ବିରଳ ଅପରେସନ ଥିଲା ।

ଚାଲିଗଲା କାଳିଆ, ଏକା ହୋଇଗଲା ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା
ବିରଳ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା ଦୁଇ ଭାଇ ଜଗା ଓ କାଳିଆ (ଫାଇଲ୍ ଫଟୋ)
  • News18 Odia
  • Last Updated: November 25, 2020, 10:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡ଼ିଶାର ସବୁ ଠାରୁ ପ୍ରସିଦ୍ଧ ଦୁଇ ଶିଶୁ ତଥା ଦୁଇ ଭାଇ ଜଗା ଓ କାଳିଆଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଶିଶୁ କାଳିଆର କଟକ ବଡ଼ ଡାକ୍ତରଖାନାରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ଚାଲିଥିଲା । ଦୁଇ ଦିନ ହେଲା ତାକୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଥିଲା ।

ବୁଧବାର ସକାଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇ ପଡ଼ିଥିଲା । ସନ୍ଧ୍ୟାରେ ତା’ର ମୃତ୍ୟୁ ହୋଇଯାଇଥିବା ସୂଚନା ଦେଇଛନ୍ତି ହସପିୟାଲ୍‌ କର୍ତ୍ତୃପକ୍ଷ । କନ୍ଧମାଳ ମିଳିପଡ଼ାର ଏହି ଯୋଡ଼ାମୁଣ୍ଡ ଶିଶୁଙ୍କର ୨୦୧୭ ଅକ୍ଟୋବରରେ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇଥିଲା ।

ଏହା ବି ପଢ଼ନ୍ତୁ | ଏବେ ଛାଡ଼ପତ୍ର ମାଗୁଥିବା IAS ଟପ୍ପର ଟିନା ଡାବିଙ୍କ ପ୍ରେମ କାହାଣୀ ଦିନେ ଚିତ୍ତାକର୍ଷକ ଥିଲା

‘‘ସେପ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଛି । ସେ ରାତି ୯ଟା ୧୦ରେ ଚାଲିଗଲା । ଏହା ଆମ ସମସ୍ତଙ୍କ ପାଇଁ ଏକ ଦୁଃଖଦ ଖବର । ହେଲେ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ସେ ଏଇଠି ଚିକିତ୍ସାଧୀନ ଅଛି,’’ କହିଛନ୍ତି ଏସ୍‌.ସି.ବି. ହସପିଟାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଜଗା ଓ କାଳିଆ (ଫାଇଲ୍‌ ଫଟୋ)


ବିଶିଷ୍ଟ ନ୍ୟୁରୋ ସର୍ଜନ ଅଶୋକ ମହାପାତ୍ରଙ୍କ (nurosurgeon Dr Ashok Mohapatra) ନେତୃତ୍ବରେ ଦିଲ୍ଲୀ ଏମ୍ସରେ ୨୦୧୭ରେ ହୋଇଥିବା ସେହି ଅସ୍ତ୍ରୋପଚାର ସଫଳ ହୋଇଥିଲା ଓ ଦୁଇ ଯୋଡ଼ାମୁଣ୍ଡ ଭାଇ ପରସ୍ପର ଠାରୁ ଶରୀରରେ ଅଲଗା ହୋଇ ଜୀବନ ଆରମ୍ଭ କରିଥିଲେ । ଏହି ଦୁଇ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ଥିଲା ବିଶ୍ବର ଏକ ବିରଳ ଅପରେସନ । ୨୦୧୯ ସେପ୍ଟେମ୍ବର ୭ ତାରିଖରୁ ଜଗା ଓ କାଳିଆ କଟକ ଏସ୍‌.ସି.ବି.ରେ ଅବଜର୍ଭେସନରେ ଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ।

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

‘‘କାଳିଆର ମୃତ୍ୟୁ ଡାକ୍ତରୀ ବିଜ୍ଞାନ ପାଇଁ ଏକ ଆହ୍ବାନ । ଜଗା ଓ କାଳିଆ ପୁଣି ସାଥୀ ହୋଇ ପାଠ ପଢ଼ିବେ ବୋଲି ମୋ’ର ଓ ସାରା ଓଡ଼ିଶାର ଆଶା ଥିଲା । ସେ ଦୁଇ ଭାଇଙ୍କ ଚିକିତ୍ସା ପାଇଁ କୋଟିଏ ଟଙ୍କା ମଞ୍ଜୁର କରିଥିଲେ ସରକାର । ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ନେଇ ତାଙ୍କ ଗାଁକୁ ଯିବି ବୋଲି ମୁଁ ଭାବିଥିଲି । ହେଲେ କାଳିଆ ଚାଲିଗଲା । ଏହା ଖୁବ୍‌ ଦୁଃଖର ଘଟଣା,’’ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଜଗା-କାଳିଆଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ ପ୍ରତାପ ଜେନା ।

ଅପରେସନ ପର ଠାରୁ କାଳିଆ ଦୁର୍ବଳ ହୋଇଯାଇଥିଲା ଓ ଶେଷରେ ସେ ପ୍ରାଣ ହରାଇଛି ବୋଲି କହିଛନ୍ତି ଜଣେ ବରିଷ୍ଠ ଡାକ୍ତର । ଏହି ଦୁଇ ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ । ଏମ୍‌ସ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସହଯୋଗ କରିଥିଲେ ।



ଅପରେସନ ପରେ ଜଣେ ଶିଶୁ (ଜଗା) ସୁସ୍ଥ ହୋଇଥିଲା, ହେଲେ କାଳିଆର ଅବସ୍ଥା ବିଶେଷ ସୁଧୁରି ନ ଥିଲା । ପରବର୍ତ୍ତୀ ଚିକିତ୍ସା ଲାଗି ସେମାନଙ୍କୁ କଟକ ଏସ୍‌.ସି.ବି.ରେ ରଖାଯାଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
Published by: Anand Shankar Thankur Das
First published: November 25, 2020, 10:36 PM IST