News18 Odia Digital
ଭୁବନେଶ୍ୱର: ମେ ୧୪ ତାରିଖ ଶୁକ୍ରବାର
ଦିନ
ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପଡ଼ୁଥିବାରୁ ରାଜ୍ୟର କୃଷକମାନଙ୍କ ପାଇଁ ଭଲ ଖବର ଅଛି । ଏହି ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଅଧୀନରେ ତାଲିକାଭୁକ୍ତ ଥିବା କୃଷକମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ ।
ଶୁକ୍ରବାର ସନ୍ଧ୍ୟା ୫ଟାରେ ମୁଖ୍ୟ ମନ୍ତ୍ରୀ କାଳିଆ ଯୋଜନାର (KALIA Yojana) ଟଙ୍କା କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେବେ । ଏହା ପୂର୍ବରୁ ଉତ୍କଳ ଦିବସରେ (ଏପ୍ରିଲ୍ ୧ ତାରିଖରେ) ରାଜ୍ୟରେ ୩୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ ଦିଆଯାଇଥିଲା କାଳିଆ ଟଙ୍କା । ଯୋଗ୍ୟ ହିତାଧିକାରୀମାନଙ୍କ ମଧ୍ୟରେ ୬୯୩.୯୪ କୋଟି ଟଙ୍କା ବଣ୍ଟାଯାଇଥିଲା ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…କିଛି ବର୍ଷ ହେଲା ଚାଷୀଙ୍କୁ ଆର୍ଥିକ ସୟାହତା ହିସାବରେ ଏହି ଟଙ୍କା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏହା ଫଳରେ ଚାଷୀ ଆର୍ଥିକ ସମସ୍ୟାରେ ପଡୁନାହାନ୍ତି । କାଳିଆ ଯୋଜନାର (KALIA scheme) ଟଙ୍କାରେ ବିହନ ଓ ସାର କିଣିପାରୁଛନ୍ତି ।

କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ
କାଳିଆ ଯୋଜନା (ଏହାର ପୂରା ରୂପ ହେଉଛି Krushak Assistance for Livelihood and Income Augmentation) ଅଧୀନରେ ୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୧ରେ ରାଜ୍ୟର କ୍ଷୁଦ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ ୬,୬୯୦.୮୬ କୋଟି ଟଙ୍କା ଦିଆଯାଇଥିଲା ବୋଲି ମାର୍ଚ୍ଚ ୩୧ ତାରିଖରେ ବିଧାନ ସଭାରେ କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ।
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ପୂର୍ବ ତିନି ବର୍ଷ ମଧ୍ୟରେ ମୋଟ ୧୦୪.୬୦ ଲକ୍ଷ କ୍ଷୁଦ୍ର ଓ ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନା ଅଧୀନରେ ସହାୟତା ଯୋଗାଇ ଦିଆଯାଇଛି ବୋଲି କହିଥିଲେ ମନ୍ତ୍ରୀ । ଟଙ୍କା ବଣ୍ଟନର ବ୍ରେକ୍-ଅପ୍ ଦେଇ ସେ କହିଥିଲେ ଯେ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୫୧.୦୫ ଲକ୍ଷ କ୍ଷୁଦ୍ର ଓ ଭୂମିହୀନ ଚାଷୀ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚଏହି ଯୋଜନାରେ ଦିଆଯାଉଥିବା ଟଙ୍କା ଓ ପ୍ରଶାସନିକ ଖର୍ଚ୍ଚକୁ ମିଶାଇ ୨୦୧୮-୧୯ ଆର୍ଥିକ ବର୍ଷରେ ୨,୧୭୫.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଯୋଜନାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩,୨୪୩.୦୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସେ କହିଥିଲେ । ୨୦୨୦-୨୧ ଆର୍ଥିକ ବର୍ଷରେ ୫୩.୫୫ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା ଓ ଏଥି ପାଇଁ ୧,୨୭୨ କୋଟି ଟଙ୍କା ବ୍ୟୟ ହୋଇଥିଲା ବୋଲି କହିଥିଲେ ମନ୍ତ୍ରୀ ଅରୁଣ କୁମାର ସାହୁ ।
ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର‘‘ଜାଣି ଖୁସି ଲାଗୁଛି ଯେ ଏହି ଯୋଜନା ରାଜ୍ୟରେ ୩୬ ଲକ୍ଷରୁ ଅଧିକ ଚାଷୀ ଓ ୧୭ ଲକ୍ଷରୁ ଅଧିକ ଭୂମିହୀନ ଗରିବ ଲୋକଙ୍କ ଜୀବନ ଓ ଜୀବିକା ଉପରେ ସୁପ୍ରଭାବ ପକାଉଛି । କାଳିଆ ଯୋଜନା ଦେଶର ଏକ ମାତ୍ର ଯୋଜନା ଯାହାକି କ୍ଷୁଦ୍ର ଓ ନଗଣ୍ୟ ବର୍ଗର କୃଷକମାନଙ୍କ ସହ ଭୂମିହୀନ ଗରିବ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଥାଏ,’’ ଏପ୍ରିଲ୍ ୧ରେ ୩୪ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବା ଅବସରରେ କହିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ମେ ୧୪ ତାରିଖକୁ ଭାରତରେ କୃଷକ ଦିବସ ଭାବେ ପାଳନ କରାଯାଏ । ଦେଶର ପଞ୍ଚମ ପ୍ରଧାନ ମନ୍ତ୍ରୀ ଚୌଧରୀ ଚରଣ ସିଂଙ୍କ ଜନ୍ମଦିନର ପ୍ରତୀକ । କୃଷକମାନଙ୍କ ଅଧିକାର ପାଇଁ ଲଢ଼େଇ କରି ପ୍ରସିଦ୍ଧ ହୋଇଥିବା ଚରଣ ସିଂ ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।