ବାଘ ମାରି ନଖ ନେଇଗଲେ ଶିକାରୀ ! ଉଲୁଣ୍ଡା ରେଞ୍ଜ ବାଘପାଲି ଜଙ୍ଗଲରୁ କଲରାପତରିଆର ମୃତଦେହ ଠାବ
- News18 Odia
- Last Updated :
News 18 Odia Digital
ସୁବର୍ଣ୍ଣପୁର : ଉଲୁଣ୍ଡା ରେଞ୍ଜ ବାଘପାଲି ଜଙ୍ଗଲରେ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ଶିକାରୀମାନେ ବିଦ୍ୟୁତ ତାର ଲଗାଇ ଶିକାର କରିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଗତ ୩ଦିନ ହେବ କଲରାପତରିଆର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବାଘଟି ମଝିରେ ମଝିରେ ଜଙ୍ଗଲରେ ବୁଲାବୁଲି କରୁଥିବା ଲୋକେ କହିଛନ୍ତି । ଗାଁ ଲୋକଙ୍କଠାରୁ ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି । କଲରାପତରିଆର ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ କହିଛି ।
ଅନ୍ୟପଟେ କଲରାପତରିଆ ବାଘର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଜଙ୍ଗଲରେ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ଅଛନ୍ତି । ବିଦ୍ୟୁତ ତାର ଲଗାଇ କଲରାପତରିଆକୁ ମାରି ଦିଆଯାଇଥିବା ଲୋକମାନେ ଅନୁମାନ କରୁଛନ୍ତି । କଲରାପତରିଆର ଚମଡ଼ା ଓ ନଖ ବିକ୍ରି ଉଦେଶ୍ୟରେ ଏହାକୁ ଶିକାର କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।