ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସ୍ତ୍ରୀର ଜୁଇ ଜଳୁଥିଲା; ହଠାତ୍ ସେହି ଜୁଇକୁ ଡେଇଁପଡ଼ିଲେ ସ୍ୱାମୀ; ପ୍ରେମ ପାଇଁ ନିଜ ପ୍ରାଣ ଦେଲେ

ସ୍ତ୍ରୀର ଜୁଇ ଜଳୁଥିଲା; ହଠାତ୍ ସେହି ଜୁଇକୁ ଡେଇଁପଡ଼ିଲେ ସ୍ୱାମୀ; ପ୍ରେମ ପାଇଁ ନିଜ ପ୍ରାଣ ଦେଲେ

Husband jumps into wife’s funeral pyre in Kalahandi, dies | ସ୍ତ୍ରୀଙ୍କ ଜୁଇ ଜଳିବା ପରେ ଅନେକ ପରିଜନ ସେଠାରୁ ଫେରି ସ୍ନାନ କରି ଘରକୁ ଆସିଥିଲେ । ସ୍ବାମୀ ନୀଳମଣି ସ୍ନାନ କରି ଫେରିବା ବେଳେ ହଠାତ୍ ଦୌଡ଼ି ଯାଇ ସ୍ତ୍ରୀଙ୍କ ଜଳୁଥିବା ଜୁଇକୁ ଡେଇଁ ପଡ଼ିଥିଲେ । କଳାହାଣ୍ଡି ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।

ସ୍ତ୍ରୀର ଜୁଇ ଜଳୁଥିଲା; ହଠାତ୍ ସେହି ଜୁଇକୁ ଡେଇଁପଡ଼ିଲେ ସ୍ୱାମୀ; ପ୍ରେମ ପାଇଁ ନିଜ ପ୍ରାଣ ଦେଲେ
ସ୍ତ୍ରୀଙ୍କ ଜୁଇକୁ ଡେଇଁ ନୀଳମଣି ଶବର ନିଜେ ଜଳି ମରିଥିଲେ ।
  • News18 Odia
  • Last Updated: August 25, 2021, 5:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭବାନୀପାଟଣା: ସ୍ୱାମୀ ଓ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କରେ ପରସ୍ପର ପାଇଁ ତ୍ୟାଗର ଅନେକ ଉଦାହରଣ ରହିଥିବା ବେଳେ ପୂର୍ବେ ଦିନେ ରହିଥିବା ସତୀ ପ୍ରଥା ଅନୁସାରେ ସ୍ତ୍ରୀ ସ୍ୱାମୀର ଚିତାରେ ଜଳି ନିଜ ପ୍ରାଣ ଦେଉଥିଲା । ସମୟ କ୍ରମେ ସତୀ ପ୍ରଥା ଉପରେ ନିଷେଧାଜ୍ଞା ଲାଗିବା ପରେ ତାହା ପୂରା ବନ୍ଦ ହୋଇଯାଇଛି । ହେଲେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ଚିତାକୁ ଡେଇଁ ନିଜ ପ୍ରାଣ ଦେବା ପରି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି ।

ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସିଆଲଯୋଡି଼ ଗ୍ରାମରେ । ମଙ୍ଗଳବାର (ଅଗଷ୍ଟ ୨୪) ସନ୍ଧ୍ୟା ସମୟରେ ସେହି ଗ୍ରାମର ରଇବାରୀ ଶବରଙ୍କ (୬୦ ବର୍ଷ) ଚିତା ଜଳୁଥିବା ବେଳେ ତାଙ୍କ ସ୍ୱାମୀ ନୀଳମଣି ଶବର ଚିତାକୁ ଡେଇଁ ପଡ଼ିଥିଲେ ଓ ପ୍ରାଣ ଦେଇଥିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ଗୋଟିଏ ଯୁଇରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଜଳିଥିଲେ ।

ଏହା ବି ପଢ଼ନ୍ତୁ | କରୋନା 3rd Wave ଅକ୍ଟୋବରରେ ଶୀର୍ଷ ଛୁଇଁବ; ପିଲାଙ୍କ ପ୍ରତି ଅଧିକ ବିପଦ: ଗୃହ ମନ୍ତ୍ରାଳୟ ରିପୋର୍ଟ

ନୀଳମଣି ଶବର ଚହକା ଗ୍ରାମ ପଞ୍ଚାୟତର ସିଆଲଯୋଡି ଗ୍ରାମର ୫ ନମ୍ବର ୱାର୍ଡ଼ର ୱାର୍ଡମେମ୍ବର ଥିଲେ । ବିଗତ ଦିନରେ ସେ ଚହକା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ମଧ୍ୟ ଥିଲେ । ତାଙ୍କ ପତ୍ନୀ ରଇବାରୀଙ୍କର ହୃତଘାତରେ ମୃତ୍ୟୁ ହୋଇଥିଲା । ସେମାନଙ୍କ ଚାରି ପୁଅ ଓ ଆତ୍ମୀୟ ସ୍ଵଜନ ଆସିବା ପରେ ରଇବାରୀଙ୍କ ଶବ ସତ୍କାର କରିବାକୁ ସେମାନେ ଗାଁ ମଶାଣିକୁ ନେଇଥିଲେ ।

ଏହା ବି ପଢ଼ନ୍ତୁ | କାବୁଲ ଏୟାରପୋର୍ଟରେ ଦଳଚକଟାରେ ଆଫଗାନ୍ ମଲେ; ଆଫଗାନିସ୍ତାନରୁ ଫେରିଲେ ୪୦୦ ଭାରତୀୟ

ଗାଁ ମଶାଣିରେ ବିଧି ମୁତାବକ ସବୁ ବ୍ୟବସ୍ଥା ମଧ୍ୟରେ ରଇବାରୀଙ୍କ ଜୁଇ ଜଳିଥିଲା ଓ ତା’ ପରେ ଅନେକ ପରିଜନ ସେଠାରୁ ଫେରି ସ୍ନାନ କରି ଘରକୁ ଆସିଥିଲେ । କିନ୍ତୁ ରଇବାରୀଙ୍କ ସ୍ବାମୀ ନୀଳମଣି ଓ ଅନ୍ୟ କିଛି ଲୋକ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ । ଏତିକି ବେଳେ ନୀଳମଣି ହଠାତ୍‌ ଦୌଡ଼ି ଯାଇ ତାଙ୍କ ସ୍ତ୍ରୀଙ୍କ ଜଳୁଥିବା ଜୁଇକୁ ଡେଇଁ ପଡ଼ିଥିଲେ ।

ଏଇଠି ଦେଖନ୍ତୁ ସେହି ଘଟଣାର ଭିଡିଓ:



ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJP ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେ

ପ୍ରଖର ନିଆଁ ଜଳୁଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରି ନ ଥିଲେ । ସେଠାରୁ କିଛି ଲୋକ ଦୌଡ଼ି ଆସି ନୀଳମଣିଙ୍କ ଚାରି ପୁଅଙ୍କୁ ଜଣାଇବା ପରେ ସେମାନେ ଗ୍ରାମବାସୀଙ୍କ ସହିତ ଗାଁ ମାଶାଣିକୁ ଦୌଡ଼ିଯାଇଥିଲେ । ହେଲେ ସେତେବେଳକୁ ନିଜ ସ୍ତ୍ରୀର ଚିତାରେ ସ୍ବାମୀ ଅଧାରୁ ଅଧିକ ଜଳିସାରିଥିଲେ ।



ଏହି ଘଟଣା ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ କହୁଛନ୍ତି ଯେ ନୀଳମଣି ନିଜ ସ୍ତ୍ରୀଙ୍କୁ ଏତେ ଭଲପାଉଥିଲେ ଯେ ତାଙ୍କ ବିନା ସେ ଏ ଦୁନିଆରେ ବଞ୍ଚିପାରିବେ ନାହିଁ ବୋଲି ଭାବି ଏମିତି ନିଷ୍ପତ୍ତି ନେଲେ । ଏହି ଘଟଣାକୁ ଅନେକ ଲୋକ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ଅମର ପ୍ରେମର ପ୍ରତୀକ ବୋଲି କହୁଥିବା ବେଳେ ଅନ୍ୟମାନେ ସ୍ୱାମୀ ଜଣଙ୍କର ଏମିତି କାର୍ଯ୍ୟକୁ ନାପସନ୍ଦ ବି କରିଛନ୍ତି ।
Published by: Anand S.T. Das
First published: August 24, 2021, 11:15 PM IST