କବିସୂର୍ଯ୍ୟନଗର ମଧୁରଝୋଳି ଗାଁ ଅଶାନ୍ତ; ମହିଳାଙ୍କୁ ହତ୍ୟା.. ୫ ମାମଲା ରୁଜୁ, ୩୩ ଗିରଫ

ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଛି କବିସୂର୍ଯ୍ୟନଗର ଥାନା ଅଞ୍ଚଳର ମଧୁରଝୋଳି ଗ୍ରାମ । ୩୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

କବିସୂର୍ଯ୍ୟନଗର ମଧୁରଝୋଳି ଗାଁ ଅଶାନ୍ତ; ମହିଳାଙ୍କୁ ହତ୍ୟା.. ୫ ମାମଲା ରୁଜୁ, ୩୩ ଗିରଫ

କବିସୂର୍ଯ୍ୟନଗର ମଧୁରଝୋଳି ଗାଁ ଅଶାନ୍ତ; ମହିଳାଙ୍କୁ ହତ୍ୟା.. ୫ ମାମଲା ରୁଜୁ, ୩୩ ଗିରଫ

  • News18 Odia
  • Last Updated :
  • Ganjam, India
  • Share this:
News 18 Odia Digital

ଗଞ୍ଜାମ; ଦୁଇ ଦିନ ହେବ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ବାଲିଛାଇ ଫାଣ୍ଡି ଇଲାକାର ମଧୁରଝୋଳି ଗ୍ରାମ ଅଶାନ୍ତ ହୋଇପଡିଛି । ଗ୍ରାମବାସୀମାନଙ୍କ ମିଳିତ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଗୁଣିଆ ସନ୍ଦେହରେ ଏହା ଘଟିଥିବା ଅଭିଯୋଗ ହୋଇଛି । ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଛି । ଏଥିସହ ୩୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗ୍ରାମବାସୀ ମାନଙ୍କ ମିଳିତ ଆକ୍ରମଣରେ ଝୁନୁ ନାୟକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଘରେ ପଶି ଗ୍ରାମବାସୀ ମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ କିଛି ମାସ ହେବ ଗାଁରେ କିଛି ଲୋକଙ୍କ ଅସ୍ଵାଭିବକ ଭାବେ ମୃତ୍ୟୁ ଘଟିବା ପରେ ଗ୍ରାମବାସୀ ମାନଙ୍କ ମନରେ ଗୁଣି ସନ୍ଦେହ ବଢିଥିଲା । ଯାହାର ପରିଣାମ ଗତକାଲି ସଂଧ୍ୟାରେ ଘଟିଥିଲା । ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ତେବେ ଏହି ଘଟଣା ପରେ ଗାଁରେ ଅଶାନ୍ତି ବଢିଛି । ପୋଲିସ ଗାଁରେ ଚଢାଉ କରିବା ସହ ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ହତ୍ୟାକାଣ୍ଡ ପଛରେ ଗୁଣି ସନ୍ଦେହ ବୋଲି ମୃତ ଝୁନୁଙ୍କ ପୁଅ ସିଧାସଳଖ ଅଭିଯୋଗ କରିଛନ୍ତି । ଗ୍ରାମର ଲୋକେ ମେଳି ବାନ୍ଧି ଏହି ହତ୍ୟାକାଣ଼୍ଡ ଘଟାଇଥିବା ସେ ରୋକଠୋକ ଅଭିଯୋଗ କରିଛନ୍ତି । ”ଅନ୍ୟପଟେ ଏହି ଘଟଣା ଅତିରିକ୍ତ ହେବା ହେତୁ ଚାରି ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ପୋଲସରା , କବିସୂର୍ଯ୍ୟନଗର , ପୁରୁଷୋତ୍ତମପୁର ଓ କୋଦଳା ଥାନା ଅଧିକାରୀ ଅଚାନକ ଗାଁରେ ଚଢାଉ କରି ଘଟଣାରେ ଜଡିତ ଥିବା ୩୩ ଜଣ ମହିଳା ଓ ପୁରୁଷ ବ୍ୟକ୍ତିଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ପକ୍ଷରୁ ୫ଟି ମାମଲା ରୁଜୁ କରାଯାଇଛି । ଗିରଫ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । “ ଏହି ହତ୍ୟାକାଣ୍ଡ ପଛରେ ପୁରୁଣା ଗଣ୍ଡଗୋଳ ହେଉଛି ମୁଖ୍ୟ କାରଣ ବୋଲି ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ସୂଚନା ଦେଇଛନ୍ତି । ଗୁଣି ସନ୍ଦେହ ଅଭିଯୋଗ ଘଟଣାକୁ ସେ ଅସ୍ଵୀକାର କରିଛନ୍ତି । ”ତେବେ ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗାଁରେ ଏବେ ବି ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି ।
Published by:Soubhagya Mishra
First published: