News18 Odia Digital
ଭୁବନେଶ୍ୱର: ମହିଳା କମିଶନରେ ହାଜର ହେଲେ ଦୀପିକା ଓ ସ୍ୱେଚ୍ଛାସେବୀ ପ୍ରମିଳା ତ୍ରିପାଠୀ। ଆଜି ଦୀପିକା ଓ ଦିନେଶଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲେ ମହିଳା କମିଶନ। ମହିଳା କମିଶନରେ ହାଜରେ ହେଲେ ବ୍ରହ୍ମପୁରର କେ.ଦୀପିକା। ସ୍ତ୍ରୀର ମାନ୍ୟତା ଦାବିରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଦେଶୀ ବେହେରା ସାହିରେ ଶ୍ୱଶୁର ଘର ଆଗରେ ଦୀର୍ଘ ୪୮ ଦିନ ହେଲା ଦୀପିକା ଧାରଣା ଦେଇଆସୁଛନ୍ତି।
ଆଜି ଆପୋଷ ସମାଧାନ ପାଇଁ ରାଜ୍ୟ ମହିଳା କମିଶନ ତାଙ୍କୁ ଡ଼କାଇଥିବା ବେଳେ ସେ ହାଜର ହୋଇଛନ୍ତି। ପ୍ରେମିକ ଦିନେଶ ମହିଳା କମିଶନରେ ହାଜର ହୋଇନଥିଲେ। ଦିନେଶ ମହିଳା କମିଶନ ରେ ହାଜର ନହେବାରୁ ତାଙ୍କୁ ନୋଟିସ୍ କରାଯାଇଛି । ୪୮ ଦିନ ହେଲା କିଛି ସମାଧାନର ବାଟ ବାହାରିନଥିବା ବେଳେ ଆଜି କିଛି ବାଟ ବାହାରିପାରେ ବୋଲି ଅନୁମାନ କରାଯାଉଥିଲା। ଦୀପିକା ଭୁବନେଶ୍ୱର ଆସିବା ପରେ ଧାରଣାସ୍ଥଳ ଖାଲି ପଡ଼ିଛି । ତେବେ ଦିନେଶ ମହିଳା କମିଶନରେ ହାଜର ହେବେ କି ନାହିଁ ତାହା ଜଣାପଡ଼ିନାହିଁ ।
"ଯେଉଁ ଭଳି ଭାବରେ ନିର୍ଯ୍ୟାତନା ଦିଆଯାଇଛି, ମିଛ ପ୍ରତାରଣା କରାଯାଇଛି ସମସ୍ତ ପ୍ରମାଣ ଦିଆଯାଇଛି। କିନ୍ତ କେଉଁଠି ବି ନ୍ୟାୟ ମିଳିପାରିଲା ନହିଁ। ତେବେ ଆସା ରହିଛି ଯେ ମହିଳା କମିଶନ ନ୍ୟାୟ ଦେବେ,"କହିଛନ୍ତି ଦୀପିକା।
ଏପଟେ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ, ସେମାନେ ଚୋର ଭାବରେ ଲୁଚିଛନ୍ତି। ଆଜି ମହିଳା କମିଶସନ ଡ଼ାକିଥିଲେ କିନ୍ତୁ ଦିନେଶ ଆସିଲେ ନହିଁ। ଆଗକୁ ଧାରଣାରେ ବସିବୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ।
ଏପଟେ ମହିଳା ସଦସ୍ୟା ଆରତୀ ସିଂହ କହିଛନ୍ତି ଯେ, ଆଜି ଦୀପିକା ଓ ଦିନେଶଙ୍କ ତାରିଖ ରହିଥିଲା। ଯଦି ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ମଧ୍ୟ ଦିନେଶ ଆସିନାହାନ୍ତି। ତେଣୁ ଥାନା ମାଧ୍ୟମରେ ଦିନେଶଙ୍କ ପାଖକୁ ପୁଣି ଥରେ ନୋଟିସ କରାଯାଇଛି। ଯଦି ଉଭୟ ପକ୍ଷ ଆସିଲେ ବସିଲେ ସମସ୍ୟାର ସମାଧାନ ହୋଇପାରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।