ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆରମ୍ଭ ହେଲା ପୁରୁଷ ଜୁନିୟର ହକି ବିଶ୍ୱକପ୍ ୨୦୨୧; ଟ୍ରଫି ପାଇଁ ହେବ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର

ଆରମ୍ଭ ହେଲା ପୁରୁଷ ଜୁନିୟର ହକି ବିଶ୍ୱକପ୍ ୨୦୨୧; ଟ୍ରଫି ପାଇଁ ହେବ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର

ପୂର୍ବରୁ ପୁରୁଷ ହକି ବିଶ୍ୱକପ ସହ ହକି ଲିଗ ସଫଳତାର ସହ ଆୟୋଜନ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରି ସାରିଛି ଓଡ଼ିଶା । ଉଦଘାଟନି ମ୍ୟାଚରେ ବେଲଜିୟମ ଓ ସାଉଥ ଆଫ୍ରିକା ମଧ୍ୟରେ ସକାଳ ସାଢ଼େ ୯ଟାରେ ମ୍ୟାଚ୍ ଆରମ୍ଭ ହୋଇଛି ।

ଆରମ୍ଭ ହେଲା ପୁରୁଷ ଜୁନିୟର ହକି ବିଶ୍ୱକପ୍ ୨୦୨୧; ଟ୍ରଫି ପାଇଁ ହେବ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର
ଆରମ୍ଭ ହେଲା ପୁରୁଷ ଜୁନିୟର ହକି ବିଶ୍ୱକପ୍ ୨୦୨୧
  • News18 Odia
  • Last Updated: November 24, 2021, 12:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ହକି ଫିବର । ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଉଛି, ଜୁନିୟର ହକି ଅଣ୍ଡର-୧୯ ବିଶ୍ୱକପ (Hockey Men's Junior World Cup 2021) । ୧୬ଟି ଟିମକୁ ୪ଟି ପୁଲରେ ସ୍ଥାନ ଦିଆଯାଇଛି । ୧୨ ଦିନ ଧରି ଚାଲିବ ମେଗା ଟୁର୍ଣ୍ଣାମେଣ୍ଟ । କୋଭିଡ ନିୟମ ଅନୁସାରେ ବିନା ଦର୍ଶକରେ ଆୟୋଜିତ ହେବାକୁ ଯାଉଛି ଜୁନିୟର ବିଶ୍ୱକପ୍।

୧୬ଟି ଟିମକୁ ନେଇ ୪ଟି ପୁଲରେ ବିଭକ୍ତ କରାଯାଇଛି । ପୁଲ-ଏ ରେ ବେଲଜିୟମ, ମାଲେସିୟା, ସାଉଥ ଆଫ୍ରିକା ଓ ଚିଲ୍ଲୀ ସ୍ଥାନ ପାଇଛନ୍ତି। ସେହିଭଳି ପୁଲ-ବିରେ ଆୟୋଜକ ଭାରତ ସମେତ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ରହିଛନ୍ତି । ପୁଲ-ସିରେ, ନେଦରଲ୍ୟାଣ୍ଡ, ସ୍ପେନ୍, କୋରିଆ, ୟୁନିଇଟେଡ ଷ୍ଟେଟସ୍ ଥିବା ବେଳେ ପୁଲ-ଡିରେ ସ୍ଥାନ ପାଇଛନ୍ତି, ଜର୍ମାନୀ, ଆର୍ଜେଣ୍ଟିନା, ପାକିସ୍ଥାନ ଓ ଇଜିପ୍‌ଟ ।

ଉଦଘାଟନି ମ୍ୟାଚରେ ବେଲଜିୟମ ଓ ସାଉଥ ଆଫ୍ରିକା ମଧ୍ୟରେ ସକାଳ ସାଢ଼େ ୯ଟାରେ ମ୍ୟାଚ୍ ଆରମ୍ଭ ହୋଇଛି ।

ମଙ୍ଗଳବାର କ୍ରୀଡା ସଚିବ ଭିନିଲ କ୍ରିଷ୍ଣା କହିଥିଲେ, “ଆମେ ଖୁବ୍ କମ୍ ସମୟରେ ଏହି ମେଗା ଟୁର୍ଣ୍ଣାମେଣ୍ଟ କରିବାର ସୁଯୋଗ ପାଇଲୁ । ଏବେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି । ଭାରତ ସମେତ ୧୬ଟି ଟିମ୍ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । କୋଭିଡ ଗାଇଡଲାଇନ୍ ଅନୁସାରେ ଖେଳାଳିମାନେ ହୋଟେଲରେ ରହୁଛନ୍ତି । ଚଳିତ ଥର ନିରାଡମ୍ବରରେ ହେବ ଉଦଘାଟନି ମ୍ୟାଚ । ଦର୍ଶକ ମାନଙ୍କୁ ଷ୍ଟାଡିୟମ ମନା। କୌଣସି ଟିକେଟ କିମ୍ବା ପାସର ବ୍ୟବସ୍ଥା କରାଯାଇନି । ଦର୍ଶକମାନେ ଅନଲାଇନରେ ଖେଳର ମଜା ନେଇ ପାରିବେ। ଖେଳାଳି ଓ ଷ୍ଟାଫମାନଙ୍କର ପ୍ରତି ୪୮ ଘଣ୍ଟାରେ ଆରଟିପିସିଆର ଟେଷ୍ଟ କରାଯିବ ।’’

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଉଛି, ଜୁନିୟର ହକି ଅଣ୍ଡର-୧୯ ବିଶ୍ୱକପ


ଜୁନିୟର ହକି ବିଶ୍ୱକପ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି କମିଶନରେଟ ପୋଲିସ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ହୋଟେଲ ଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ ହୋଇଥିଲା।

କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, “ଆମେ ବିଶ୍ୱକପ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛୁ । ଖେଳାଳି ରହୁଥିବା ହେଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ବିଶ୍ୱକପ୍ ପାଇଁ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱରେ ରହିବେ ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ । ୫ ଜଣ ଅତିରିକ୍ତ ଡି.ସି.ପି. ସହଯୋଗ କରିବେ । ବିଶେଷ କରି ପାକିସ୍ଥାନ ଖେଳାଳି ରହୁଥିବା ହୋଟେଲକୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇଛି । ଖେଳାଳିମାନେ ଷ୍ଟାଡିୟମକୁ ଯିବା ସମୟରେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଅଧିକ ଫୋକସ ଦିଆଯାଇଛି ।

ରାଜ୍ୟ ରାଜଧାନୀରେ ହକି ଫିବର


ଉଦଘାଟନି ଦିବସରେ ୫ଟି ମ୍ୟଚ୍ ଖେଳାଯିବ । ପ୍ରଥମ ମ୍ୟାଚ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ବେଳେ, ଦ୍ୱିତୀୟ ମ୍ୟାଚ ଜର୍ମାନୀ ଓ ପାକିସ୍ଥାନ ମଧ୍ୟରେ ହେବ । ସେହି ଭଳି ତୃତୀୟ ମ୍ୟାଚ୍ କାନାଡା ଓ ପୋଲାଣ୍ଡ ମଧ୍ୟରେ ହେବାକୁ ଥିବା ବେଳେ ଚତୁର୍ଥ ମ୍ୟାଚ ମାଲେସିଆକୁ ଭେଟିବ ଚିଲ୍ଲୀ । ପ୍ରଥମ ଦିବସର ଶେଷ ମ୍ୟଚରେ ଡିଫେଣ୍ଡିଙ୍ଗ ଚାମ୍ପିଆନ ଭାରତ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ।
Published by: Lipina Das
First published: November 24, 2021, 12:58 PM IST