ବିଚାରପତିଙ୍କ ଆତ୍ମହତ୍ୟା ଘଟଣା : ପାରିବାରିକ ବିବାଦକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ
- News18 Odia
- Last Updated :
News 18 Odia Digital
କଟକ : ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣାରେ ସନ୍ଦେହ ସୃଷ୍ଟି ହୋଇଛି । ସିଡିଏ ସରକାରୀ କ୍ଵାଟରରେ ସେ ଆତ୍ମହତ୍ୟା କରିଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଥିଲେ । ଶୁକ୍ରବାର ଦିନ ବାପାଙ୍କ ଶ୍ରାଦ୍ଧ ଦିବସ ଥିବାରୁ ସେ ଗାଁକୁ ଯିବାର ଥିଲା । ଏହା ପୂର୍ବରୁ ତାଙ୍କ ମୃତ୍ୟୁ ଖବର କିନ୍ତୁ ପହଞ୍ଚିଥିଲା । ତାଙ୍କ ମୃତ୍ୟୁ ପରେ ପାରିବାରିକ ବିବାଦ ସାମ୍ନାକୁ ଆସିଛି । ଶବ ସଂସ୍କାରକୁ ନେଇ ତାଙ୍କ ବାପାଘର ଏବଂ ଶ୍ବଶୁର ଘର ମଧ୍ୟରେ ବିବାଦ ଦେଖାଦେଇଥିଲା । ଦୁଇ ପରିବାର ମଧ୍ୟରେ ବିବାଦ କାରଣରୁ ସେ ଦୀର୍ଘ ୪ ବର୍ଷ ହେଲା ସେ ନିଜଘରକୁ ଯାଉ ନଥିଲେ। ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣା ପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ମର୍କତନଗର ଥାନା ହସ୍ପିଟାଲ ରିପୋର୍ଟ ଆଧରରେ ୯୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବିଚାରପତିଙ୍କ ଆତ୍ମହତ୍ୟା ଘଟଣା କଟକ ସହରରେ ଆଲୋଡନ ସୃଷ୍ଟି କରିଛି । ଏପରି ଆତ୍ମହତ୍ୟାକୁ ପରିବାର ଲୋକ ଗ୍ରହଣ କରିପାରୁନାହାନ୍ତି। ଗତ ଦୁଇ ଦିନ ହେଲା ବିଚାରପତି ସୁବାସ ବିହାରୀ ଛୁଟିରେ ଥିଲେ। ଆଜି ତାଙ୍କର କାର୍ଯ୍ୟରେ ଯୋଗ ଦେବାର ଥିଲା। ହେଲେ ସେ ଆଜି ବି ଛୁଟିରେ ରହିଥିଲେ।
ସେ ଯାଜପୁର ବ୍ଲକ୍ ଭୁବନେଶ୍ୱର ପଞ୍ଚାୟତର ବିହାରୀ ମଠ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ଶେଷଦେବ ବାସନ୍ତୀ ସରକାରୀ ବିଦ୍ୟାଳୟରେ ପାଠ ପଡୁଥିଲେ । ତେବେ ଘରେ ତାଙ୍କ ମା ଆଉ ସାନ ଭାଇ ରହୁଥିବା ବେଳେ ଜଜ ସୁବାସ ବିହାରୀ କଟକରେ ରହୁଥିଲେ । ସେ ଯାଜପୁରର ବିରଜା ଆଇନ କଲେଜରେ ପାଠ ପଢିବା ପରେ ଯାଜପୁରରେ ଲ ପ୍ରାକ୍ଟିକ୍ସ କରିବା ପରେ ୨୦୦୪ରେ ଚାକିରି ପାଇଥିଲେ ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।