ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା । ପୋଲିସ ତଦନ୍ତ ଆରମ୍ଭ କରିିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା କରିଛନ୍ତି (ପ୍ରତୀକାତ୍ମକ ଛବି)

ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା କରିଛନ୍ତି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

କଟକ: ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା। ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି। ସିଡିଏ ସରକାରୀ କ୍ଵାଟରରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଥିଲେ।

ବିଚାରପତି ଗତ ୨ ଦିନ ହେବ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା । କିନ୍ତୁ ଆଜି ବି ସେ ଛୁଟି ନେଇଥିଲେ । ବିଚାରପତିଙ୍କ ଏଭଳି ଚରମ ପଦକ୍ଷେପ ନେବା ପଛରେ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏନେଇ ତଦନ୍ତ ଜାରି ରହିଛି। ସେ ଜଣେ ବିଚରପତି ଥିଲେ। ଜୀବନକାଳ ମଧ୍ୟରେ ଏମିତି କେତେ ମାମଲା ସେ ସମାଧାନ କରିଛନ୍ତି, କିନ୍ତୁ ସେ କାହିଁକି ଏପରି ଦିଗ ବାଛିଲେ ତାହା ଉପରେ ତଦନ୍ତ ହେବ। ତାଙ୍କ ଉପରେ କୌଣସି ଘଟଣାକୁ ନେଇ ଚାପ ଥିଲା କି କିମ୍ବା ସେ କୌଣସି ଆଘାତ ପାଇବା ନେଇ ତଦନ୍ତ କରିବ ପୋଲିସ।
Published by:Soumya Das
First published: