News18 Odia Digital
ଭୁବନେଶ୍ବର: ଜେପି ନଡ୍ଡାଙ୍କ (JP Nadda) ହାତରେ ବିଜେପିର (BJP) ମଙ୍ଗ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି। ୨୦୨୪ ନିର୍ବାଚନ ନଡ୍ଡାଙ୍କ ସଭାପତିତ୍ୱରେ ଲଢ଼ିବ ବିଜେପି।
ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ହେଲା ବଡ଼ ନିଷ୍ପତ୍ତି। ଜେପି ନଡ୍ଡା ହିଁ ରହିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ୨୦୨୪ ଜୁନ୍ ଯାଏ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କାର୍ଯ୍ୟକାରୀଣୀରେ ନିଷ୍ପତ୍ତି ନିଆଯାଇଛି।
୨୦୨୪ ନିର୍ବାଚନ ନଡ୍ଡାଙ୍କ ନେତୃତ୍ୱରେ ବିଜେପି ମଇଦାନକୁ ଓହ୍ଲାଇବ। ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି।
୨୦୨୦ ଜାନୁଆରୀରୁ ବିଜେପି ଅଧ୍ୟକ୍ଷ ଅଛନ୍ତି ନଡ୍ଡା। ଏହି ସମୟ ମଧ୍ୟରେ ବିଜେପିର ସାଙ୍ଗଠନିକ ଦକ୍ଷତା କିଭଳି ମଜବୁତ ହୋଇଛି। ବୁଥୱାରୀ ଦଳ କିଭଳି ପ୍ରତି ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିଛନ୍ତି। ତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଚାଣକ୍ୟ ଅମିତ ଶାହ ଯେଉଁ ରଣନୀତି କରିଥିଲେ। ନଡ୍ଡା ଗ୍ରାଉଣ୍ଡରେ ତାହା କରି ଦେଖାଇଛନ୍ତି। ଯାହାକୁ ନେଇ ବିଜେପିର କୋର ଟିମ ନଡ୍ଡାଙ୍କୁ ପୁଣି ଦଳର ମଙ୍ଗ ଧରାଇଛନ୍ତି। ସେପଟେ କେନ୍ଦ୍ରୀୟ ନେତୃତ୍ୱ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପରେ ପୁଣି ଭରସା କରିଛନ୍ତି।

ବଢ଼ିଲା BJP ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ
୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଦଳର ରାଜ୍ୟ ସଙ୍ଗଠନରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି। ରାଜ୍ୟ ସଭାପତି ପରିବର୍ତ୍ତନ ହେବେ ନାହିଁ। ସମୀର ମହାନ୍ତି ହିଁ ରାଜ୍ୟ ବିଜେପିର ସଭାପତି ରହିବେ। ସମୀରଙ୍କ ନେତୃତ୍ୱରେ ହିଁ ରାଜ୍ୟ ବିଜେପି ୨୦୨୪ରେ ନିର୍ବାଚନ ମଇଦାନକୁ ଓହ୍ଲାଇବ।
ଗୋଟେ ପଟେ ଧାମନଗର ଉପନିର୍ବାଚନରେ ଦଳର ବିଜୟ। କିନ୍ତୁ ପଦ୍ମପୁରରେ ପରାଜୟ। ତେବେ ଏହି ଦୁଇଟି ଉପନିର୍ବାଚନରେ ବିଜେପି ଯେଭଳି ଢ଼ଙ୍ଗରେ ଫାଇଟ୍ କରିଛି। ତାକୁ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ବିଜେପିରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁ ନ ଥିବା ଚର୍ଚ୍ଚା ହେଉଛି।
ଏହି ଖବର ବି ପଢ଼ନ୍ତୁ: ରାଜ୍ୟରୁ ଏଥର ଦୂର ହେବ ମୋଡ଼ା ପାଦ ସମସ୍ୟା; ୧୧୦ ଡାକ୍ତରଙ୍କୁ ଦିଆଯାଇଛି ପ୍ରଶିକ୍ଷଣଏପରି ସମୟରେ ୨୦୨୪ରେ ଦଳ ଯେଉଁ ଦୁଇ ଶୁତ୍ରୀ ଫର୍ମୁଲାରେ ରାଜ୍ୟ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ନେଇ ରଣନୀତି କରିଛି। ସମୀର ମହାନ୍ତିଙ୍କ ନେତୃତ୍ୱ, ରଣନୀତି ଏବଂ ରଣକୌଶଳରେ ହିଁ ଫୁଲଦମରେ ଲଢ଼େଇ କରିବ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ନା କେନ୍ଦ୍ରରେ ନା ରାଜ୍ୟରେ। ବିଜେପିର ଯେଉଁମାନେ ଥିଲେ ସେମାନେ ହିଁ ରହିବେ। କେହି ପରିବର୍ତ୍ତନ ହେବେ ନାହିଁ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼େଇ କରିବ ବିଜେପି। ଏପଟେ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଓଡ଼ିଶାର ନିର୍ବାଚନ ମଇଦାନକୁ ଓହ୍ଲାଇବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।