ବିକଶିତ ଓଡିଶା ପାଇଁ ରାଜ୍ୟକୁ ବିଜେଡ଼ି ମୁକ୍ତ କରିବାକୁ ହେବ: ଜେପି ନଡ୍ଡା

ଓଡିଶାରେ ମଧ୍ୟ ଏକ ଡବଲ୍ ଇଞ୍ଜିନ୍ ସରକାର ରହିବା ଉଚିତ୍। ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବାକୁ ପଡ଼ିବ: ଜେପି ନଡ୍ଡା

ଜେପି ନଡ୍ଡା (ପ୍ରତୀକାତ୍ମକ ଛବି)

ଜେପି ନଡ୍ଡା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଓଡିଶାରେ ମଧ୍ୟ ଏକ ଡବଲ୍ ଇଞ୍ଜିନ୍ ସରକାର ରହିବା ଉଚିତ୍। ଉପରେ ପଦ୍ମ ଓ ତଳେ ପଦ୍ମ ରହିବା ଉଚିତ୍ । ଯଦି ମୋଦି ଉପରେ ଅଛନ୍ତି, ତେବେ ତଳେ ଭାରତୀୟ ଜନତା ପାର୍ଟି ରହିବା ଉଚିତ୍। ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବାକୁ ପଡ଼ିବ ବୋଲି ଦୁଇ ଦିନିଆ ଗସ୍ତ ଶେଷ କରି ଯିବା ସମୟରେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

କେବଳ ସେତିକି ନୁହେଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିଗଲା। ଡୁପ୍ଲିକେଟ ଚାବି ଅଣାଗଲା। ଏଠାରେ ଡୁପ୍ଲିକେଟ ନେତା ଅଛନ୍ତି। ମନରେଗା କାମରେ ହେଉଥିବା ନକଲି ବିଲ୍‌ ବିରୋଧରେ ଲଢ଼ିବାକୁ ପଡ଼ିବ। ଏହି ଭ୍ରଷ୍ଟାଚାରୀ ସରକାର ବିରୋଧରେ ଲଢ଼ିବାକୁ ପଡ଼ିବ। ଏଠାକାର ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ଏମାନେ ରକ୍ଷକ ନୁହଁନ୍ତି। ବରଂ ଭକ୍ଷକ। ଏମାନଙ୍କ ଠାରୁ ମୁକ୍ତ ହେବାକୁ ପଡ଼ିବ। ଓଡିଶାରେ ପଦ୍ମ ଫୁଟାଇବାକୁ ପଡ଼ିବ ବୋଲି ନଡ୍ଡା ଆହ୍ୱାନ ଦେଇଛନ୍ତି।

ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଦିଲ୍ଲୀରେ ଆମର ବସ୍ ନୁହେଁ, ପ୍ରଧାନ ସେବକ ଅଛନ୍ତି । ୧୩୦ କୋଟି ଲୋକଙ୍କ ବସ୍ ମହାପ୍ରଭୁ ଜଗନ୍ନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକ, ମହିଳା ବଞ୍ଚିତ, ଦଳିତ ସବୁ ବର୍ଗର ଲୋକଙ୍କ କଥା ଚିନ୍ତା କରୁଛନ୍ତି। ମୋଦି ଜିଙ୍କ ବିଭିନ୍ନ ଯୋଜନା ଲୋକଙ୍କ ହିତ ସାଧନ କରିଆସିଛି। ଏଣୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଘର ଘରକୁ ଯାଇ ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର କରିବା ଆବଶ୍ୟକ।

ଦଳୀୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକରେ ଯୋଗ ଦେଇ ଦୁଇ ଦିନ ଧରି ହୋଇଥିବା କାର୍ଯ୍ୟକ୍ରମ ଓ ଆଗାମୀ ଦିନର ରୋଡମ୍ୟାପ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଗସ୍ତର ଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୨୯ ନମ୍ବର ଓ୍ୱାର୍ଡର ୬୪ ନମ୍ବର ବୁଥକୁ ଯାଇ ବୁଥ ସ୍ତରରେ ସଂଗଠନର ସମୀକ୍ଷା ବି କରିଥିଲେ ନଡ୍ଡା ।
Published by:Soumya Das
First published: